Indians Athlets Stranded:ଜାପାନରେ ଭାରତୀୟ ଆଥଲେଟଙ୍କ ଦୁର୍ଦ୍ଦଶା।
୧୨ ଘଣ୍ଟାର କ୍ଳାନ୍ତ ଯାତ୍ରା ପରେ ଖେଳାଳୀ କିଛି ସମୟ ଆରାମ କରିବେ ବୋଲି ଭାବିଥିଲେ। ହେଲେ ସେମାନଙ୍କୁ ରୁମ୍ ମିଳିଲାନି। ଅପେକ୍ଷା କରୁ କରୁ ସମୟ ବଢ଼ିଚାଲିଲା ସିନା, ହେଲେ ନା ରୁମ୍ ମିଳିଲା ନା ବ୍ରେକଫାଷ୍ଟ। ହୋଟେଲ ଷ୍ଟାଫ କହିଥିଲେ, ସେମାନଙ୍କ ବ୍ରେକଫାଷ୍ଟ ଲାଗି କୌଣସି ବୁକିଂ ହୋଇନି।

ଜାପାନରେ ଭାରତୀୟ ଆଥଲେଟଙ୍କ ଦୁର୍ଦ୍ଦଶା। ବିନା ଖାଦ୍ୟପେୟ ଓ ବିନା ରୁମରେ ଟିମ୍ ଇଣ୍ଡିଆ ଖେଳାଳୀ ପ୍ରାୟ ୧୨ ଘଣ୍ଟା ଧରି ଅପେକ୍ଷା କଲେ। ଜାପାନରେ ଏସିଆ କପ୍ ଖେଳିବାକୁ ଯାଇଥିବା ଖେଳାଳୀ ରୁମ୍ ଓ ଖାଦ୍ୟର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ସକାଳେ ଦୁଇଟି ଅଲଗା ଅଲଗା ବ୍ୟାଚରେ ଭାରତୀୟ ଖେଳାଳୀ ଜାପାନ ବାହାରିଥିଲେ। ପ୍ରଥମ ଦଳ ମଙ୍ଗଳବାର ସକାଳେ ଓ ଦ୍ୱିତୀୟ ଦଳ ଦ୍ୱିପ୍ରହରରେ ଦିଲ୍ଲୀ ଏୟାରପୋର୍ଟରୁ ବାହାରିଥିଲେ। ବ୍ୟାଙ୍କକରେ କିଛି ସମୟ ରହିବା ପରେ ପ୍ରଥମ ଦଳ ବୁଧବାର ସକାଳେ ପ୍ରାୟ ୮ଟାରେ ଜାପାନର ସ୍ଥାନୀୟ ସମୟ ଅନୁସାରେ ନାଗୋୟା ପହଞ୍ଚିଥିଲେ। ଏହାର ଘଣ୍ଟାଏ ପରେ କ୍ରୁଜ୍ ଜାହାଜରେ ପହଞ୍ଚିଥିଲେ ଯାହା ନାଗୋୟାରେ ଛିଡ଼ା ହୋଇଥିଲା। ୧୨ ଘଣ୍ଟାର କ୍ଳାନ୍ତ ଯାତ୍ରା ପରେ ଖେଳାଳୀ କିଛି ସମୟ ଆରାମ କରିବେ ବୋଲି ଭାବିଥିଲେ। ହେଲେ ସେମାନଙ୍କୁ ରୁମ୍ ମିଳିଲାନି। ଅପେକ୍ଷା କରୁ କରୁ ସମୟ ବଢ଼ିଚାଲିଲା ସିନା, ହେଲେ ନା ରୁମ୍ ମିଳିଲା ନା ବ୍ରେକଫାଷ୍ଟ। ହୋଟେଲ ଷ୍ଟାଫ କହିଥିଲେ, ସେମାନଙ୍କ ବ୍ରେକଫାଷ୍ଟ ଲାଗି କୌଣସି ବୁକିଂ ହୋଇନି। କିଛି ଖେଳାଳୀ ନିଜ ନିଜ ବ୍ୟବସ୍ଥାରେ ହୋଟେଲ ବାହାରେ ଖାଇବାର ପ୍ରବନ୍ଧନ କଲେ। ଏପରିକି ଟ୍ରେନିଂ ସେସନକୁ ଯିବାକୁ ଥିବା ଅଧିକୃତ ବସ ବି ପୁରୁଷ ଟିମ୍ କୁ ନେବାକୁ ଫେଲ୍ ମାରିଥିଲା। ପୁରୁଷ, ମହିଳା ଟିମ୍ ଓ ସେମାନଙ୍କ କୋଚ୍ ୩ ଟି ଅଲଗା ଅଲଗା ହୋଟେଲରେ ରହିଥିଲେ। ଯାହାର ଦୂରତା ଟ୍ରେନିଂ ସେଣ୍ଟରରୁ ପ୍ରାୟ ୪ କିଲୋମିଟର ଦୂରରେ ଥିଲା। ଲଞ୍ଚ ଓ ଡିନର ଲାଗି ସେମାନଙ୍କୁ ୪ କିଲୋମିଟର ଯିବାକୁ ପଡ଼ୁଥିଲା। ବ୍ରେକଫାଷ୍ଟରେ ରାଇସ୍ ଓ ସୋୟାବିନ ଜାପାନ ହୋଟେଲ ଦେଇଥିଲା ବେଳେ ଇଣ୍ଡିଆନ ରେଷ୍ଟୁରାଣ୍ଟରେ ରାଇସ, ରୋଟି ଓ ଚିକେନ ମିଳିଥିଲା। ଖେଳାଳୀଙ୍କୁ ସ୍ପେଶିଆଲ ଡାଏଟ ଯେମିତିକି ଫଳ ଦିଆଯାଇନଥିଲା। ଯାହାର ଦର ଜାପାନରେ ବେଶ୍ ଅଧିକ। ନାଗୋୟାରେ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବାକୁ ଯାଇଥିବା ଭାରତୀୟ ଖେଳାଳୀଙ୍କ ପ୍ରତି ଜାପାନର ଏ କିଭଳି ଆତିଥେୟତା ବୋଲି ପ୍ରଶ୍ନ ଉଠିଛି। ଏଥର ପାରମ୍ପରିକ Games Village ବଦଳରେ ଖେଳାଳିମାନଙ୍କୁ ହୋଟେଲ୍, କ୍ରୁଜ୍ ସିପ୍ ଓ container-style accommodationରେ ରଖାଯାଉଛି। କିଛି accommodation ବଣ୍ଟନରେ ବିଳମ୍ୱ ହୋଇଥିବା ଖବର ଆସିଛି। ଭାରତୀୟ rowersଙ୍କ ମଧ୍ୟରୁ କିଛିଜଣ ଜାପାନ ପହଞ୍ଚିବା ପରେ ତୁରନ୍ତ accommodation ପାଇନଥିବା ଏବଂ କିଛି ଖେଳାଳିଙ୍କ ନାମ accreditation systemରେ ନଥିବା ରିପୋର୍ଟ ହୋଇଛି। କିଛି ଭାରତୀୟ ଖେଳାଳିଙ୍କ accreditationରେ ମଧ୍ୟ ସମସ୍ୟା ଥିବା ରିପୋର୍ଟ ଆସିଛି। ଉଦାହରଣ ସ୍ୱରୂପ shooter Samareshଙ୍କୁ ଭୁଲ accreditation ମିଳିଥିବା ଖବର ରହିଛି। ଭାରତୀୟ athletics teamର କିଛି ଖେଳାଳିଙ୍କ Japan visa ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ pending ଥିଲା। ଏହା ତାଙ୍କ acclimatisation campର ସମୟ କମାଇପାରେ ବୋଲି ରିପୋର୍ଟ ହୋଇଛି। ଜାପାନ ପ୍ରାୟ 15,000 participantsର accommodation capacity ନେଇ ଚାଲୁଥିବାରୁ OCA ଭାରତ ସମେତ ଦେଶଗୁଡ଼ିକୁ late additions ନକରିବାକୁ କହିଥିଲା। ଅଗଷ୍ଟରେ BCCI ପକ୍ଷରୁ Japanର facilities ଓ arrangements ନେଇ ଅସନ୍ତୋଷ ଥିବା ଖବର ଆସିଥିଲା। ଏହି କାରଣରୁ cricketରେ ଭାରତ second-string/B team ପଠାଇପାରେ ବୋଲି ରିପୋର୍ଟ ହୋଇଥିଲା।
