Patna Encounter: ଗଙ୍ଗାକୂଳରେ ରକ୍ତାକ୍ତ ମୁକାବିଲା, ହସ୍ପିଟାଲରେ ହଙ୍ଗାମା
ଭୋର ୩ଟାରେ ଗଙ୍ଗାକୂଳରେ ଗୁଳିର ଗର୍ଜନ! STF ଓ ଅପରାଧୀଙ୍କ ମଧ୍ୟରେ ୨୦ ମିନିଟ୍ ଧରି ଏନକାଉଣ୍ଟର… ଶେଷରେ ୩ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ନିହତ! କିନ୍ତୁ ଏହି ଏନକାଉଣ୍ଟରକୁ ନେଇ ଉଠିଲା ବଡ଼ ପ୍ରଶ୍ନ। ହସ୍ପିଟାଲରେ ହଙ୍ଗାମା, ପୋଲିସ ଉପରେ ପଥରମାଡ଼!

ମନେର ଥାନା ଅଞ୍ଚଳର ଶେରପୁର ଗଙ୍ଗାନଦୀ ନିକଟରେ ଆଜି ଭୋର ପ୍ରାୟ ୩ଟା ସମୟରେ ପାଟନା STF ଏବଂ ପୋଲିସ ଟିମ୍ର ଅପରାଧୀମାନଙ୍କ ସହ ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା | ଏହି ଏନ୍କାଉଣ୍ଟରରେ ୩ଜଣ ଅପରାଧୀ ନିହତ ହୋଇଥିବା ବେଳେ ମନେର ଥାନା ଅଧିକାରୀ ରଜନୀଶ କୁମାର ମଧ୍ୟ ଆହତ ହୋଇଛନ୍ତି। ନିହତ ୩ ଜଣଙ୍କର ପୂର୍ବରୁ ଅପରାଧିକ ରେକର୍ଡ ରହିଥିଲା | ସେମାନଙ୍କୁ ଜେପି ଯାଦବ, ସୂରଜ କୁମାର ଓରଫ ରାଜା ଶର୍ମା ଏବଂ ବବଲୁ କୁମାର ଭାବେ ଚିହ୍ନଟ କରାଯାଇଛି। ହତ୍ୟା ସମେତ ଅନ୍ୟାନ୍ୟ ଅପରାଧିକ ମାମଲାରେ ସେମାନେ ପୁଲିସର ଖୋଜାରେ ଥିଲେ |
ଘଟଣାର ସୂଚନା ମିଳିବାପରେ SSP କାର୍ତ୍ତିକେୟ କେ ଶର୍ମା ସେଠାରେ ପହଞ୍ଚିଥିଲେ | ସେ କହିଲେ ଯେ STF ଏବଂ ଜିଲ୍ଲା ପୋଲିସ ବଳର ଦଳଗୁଡ଼ିକ ବିଭିନ୍ନ ଅଞ୍ଚଳରେ ଅଭିଯାନ ଚଳାଉଛନ୍ତି | ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା ଯେ, ୩ ଜଣ ଅପରାଧୀ ଶେରପୁର ଅଞ୍ଚଳକୁ ଆସିଛନ୍ତି ଏବଂ ସେଠାରେ କୌଣସି ବଡ଼ ଅପରାଧିକ ଘଟଣା ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି | ଏହି ସୂଚନା ପାଇବା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚିବା ମାତ୍ରେ ଅପରାଧୀମାନେ ଗୁଳି ଚଳାଇଥିଲେ | ଏହି ଗୁଳି ମନେର ଥାନା ଅଧିକାରୀଙ୍କ କାନ୍ଧକୁ ସ୍ପର୍ଶ କରି ବାହାରି ଯାଇଥିଲା, ଫଳରେ ସେ ଆହତ ହୋଇଥିଲେ | ଏହାପରେ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା | ଏହି ଗୁଳି ବିନିମୟ ୨୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା | ଗୁଳି ବିନିମୟ ବନ୍ଦ ହେବା ପରେ ପୋଲିସ କର୍ମଚାରୀମାନେ ସତର୍କତାର ସହ ଘଟଣାସ୍ଥଳରେ ପହଞ୍ଚିଥିଲେ | ସେଠାରେ ୩ଜଣ ବ୍ୟକ୍ତି ଆହତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ | ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା | ସେଠାରେ ଡାକ୍ତରମାନେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ | ଅପରାଧୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା | କିଛିଦିନ ପୂର୍ବରୁ ମନେର ହୋଇଥିବା ହତ୍ୟାକାଣ୍ଡରେ ଏମାନେ ସାମିଲ ଥିଲେ | ଅନେକ ଥାନାରେ ସେମାନେ ୱାଣ୍ଟେଡ ଥିଲେ |
ପୋଲିସ ୧୮ ରାଉଣ୍ଡ ଫାୟାରିଙ୍ଗ କରିଥିବାବେଳେ ଯେବେକି ଅପରାଧୀମାନେ ୨୪ ରାଉଣ୍ଡ ଫାୟାରିଙ୍ଗ କରିଥିଲେ | ମୁକାବିଲା ପରେ ପୋଲିସ ଘଟଣାସ୍ଥଳରୁ ୨ଟି ଦୁଇଟି ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ ଏବଂ ବ୍ୟବହୃତ ହୋଇସାରିଥିବା କିଛି କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି | ୩ ଶବଙ୍କୁ ପୋଷ୍ଟମାର୍ଟମ ପାଇଁ ପଠାଯାଇଛି | ଦାନପୁର-୨ SDPO ଏ.କେ. ଝା ଙ୍କ କହିଛନ୍ତି ଯେ, ଅପରାଧୀ ମନେର ର ବ୍ୟାପୁର ପ୍ୟାକ୍ସ (PACS) ସଭାପତି ସଂଜିତ କୁମାର ଓରଫ ଭାଲୁ ହତ୍ୟାକାଣ୍ଡରେ ମାମଲାରେ ସାମିଲ ଥିଲେ | ବବଲୁ କୁମାର ଓ ସୁରଜ କୁମାର ଦୁହେଁ ଗୁଳି ଚଳାଇଥିବା ସୁଟର୍ଙ୍କ ଭୂମିକାରେ ଥିଲେ, ଯେବେକି ଜେପି ଯାଦବ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରି ଥିଲେ | ଏହି ୩ଜଣ ବିଭିନ୍ନ ଥାନାରେ ମୋଷ୍ଟ ୱାଣ୍ଟେଡ୍ ଥିଲେ |
ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟ-ମର୍ଟମ ପାଇଁ ଦାନାପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲା | ଏହା ପରେ, ଲୋକମାନେ ହଟ୍ଟଗୋଳ କରିବା ଆରମ୍ଭ କଲେ ଏବଂ ଏହି 'ଏନକାଉଣ୍ଟର' ଉପରେ ପ୍ରଶ୍ନ ଉଠାଇଲେ | ପୋଲିସ ମେଡିକାଲ ପରିସରରେ ହଟ୍ଟଗୋଳ କରିଥିବା ଲୋକଙ୍କୁ ଘଉଡ଼ାଇ ଥିଲେ | କ୍ୟାମ୍ପସକୁ ଖାଲି କରାଯାଇଥିଲା | ପାଖାପକ୍ଷୀ ୩ଘଣ୍ଟା ଯାଏଁ ଏହି ହଙ୍ଗାମା ଜାରି ରହିଥିଲା | ଏହି ଭିଡ଼କୁ ହଟାଇବା ପାଇଁ ପୋଲିସ ହାଲୁକା ଲାଠିଚାର୍ଜ କରିଥିବା ବେଳେ ପ୍ରଦର୍ଶନକାରୀମାନେ ପୋଲିସ ଉପରେ ପଥରମାଡ଼ କରିଥିଲେ। ଏଥିରେ ପୋଲିସ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଘଟଣାସ୍ଥଳରେ ୪ଟି ଥାନାର ୧୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ | ହଙ୍ଗାମା ମଧ୍ୟରେ ପୋଲିସ ଜେପି ଯାଦବଙ୍କ ଭାଇ ରାମାଶିଷ ଯାଦବଙ୍କୁ ଅଟକ ରଖିଥିଲା, କିନ୍ତୁ ପ୍ରାୟ ଅଧ ଘଣ୍ଟା ପରେ ଛାଡ଼ି ଦେଇଥିଲା |
ଅପଡେଟ୍ ସୂଚନା ଅନୁଯାୟୀ, ଆରଜେଡି ସାଂସଦ ମୀସା ଭାରତୀ ହସ୍ପିଟାଲରେ ପହଞ୍ଚି ପୋଲିସ ଅଧିକାରୀଙ୍କଠାରୁ ଏନକାଉଣ୍ଟର ସମ୍ପର୍କରେ ସମସ୍ତ ତଥ୍ୟ ନେଇଛନ୍ତି। ଅନ୍ୟପଟେ, ମୃତକଙ୍କ ପରିବାର ଲୋକେ ପୋଲିସର ଏନକାଉଣ୍ଟର ଉପରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ତେବେ ପରେ ପୋଷ୍ଟମର୍ଟମ ପାଇଁ ପରିବାର ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି। ପାଟନା AIIMSରେ ତିନି ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ସହ ମୃତଦେହଗୁଡ଼ିକର ପୋଷ୍ଟମର୍ଟମ କରାଯିବ।
