Husband Sets Wife Ablaze:ପରକୀୟାପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲା
ସୋନମଙ୍କ ସହ କୌଣସି ପରପୁରୁଷ ସହ ସମ୍ପର୍କର ସନ୍ଦେହ କରୁଥିଲା ମୋନୁ। ତାଙ୍କ ସହ ଫୋନରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରୁଥିବା ନେଇ ଆପତ୍ତି ଉଠାଇଥିଲା। ଘରୁ ନିଆଁ ବାହାରୁଥିବା ଦେଖି ଆଖପାଖ ଲୋକେ ଜମା ହୋଇଯାଇଥିଲେ। ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଦେଢ଼ ଘଣ୍ଟା ପରେ ନିଆଁକୁ କାବୁ କରିଥିଲା ଅଗ୍ନିଶମ ବିଭାଗ। ଘର ଭିତରେ ଯାଇ ଦେଖନ୍ତି ତ, ସୋନମଙ୍କ କଙ୍କାଳ ପଡ଼ିଛି।

କନୌଜରେ ପତ୍ନୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ। ପରକୀୟାପ୍ରୀତି ସନ୍ଦେହରେ ଏଭଳି ଜଘନ୍ୟକାଣ୍ଡ ଭିଆଇଲା। ଚିବ୍ରାମାଉ ଥାନା ଅନ୍ତର୍ଗତ ଜଗତପୁର ଗାଁରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ। ମୃତକ ହେଲେ ସୋନମ। ଦୁଇ ପିଲାଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ୱାମୀ ସୁଖବୀର ସିଂ ଓରଫ ମୋନୁ। ୩୦ ବର୍ଷୀୟା ପତ୍ନୀ ସୋନମଙ୍କୁ ଚୌକିରେ ବାନ୍ଧିଦେଇ ଜୀଅନ୍ତା ଜାଳିଦେଲା ସୁଖବୀର। ତାଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ। ସୋନମଙ୍କ ସହ କୌଣସି ପରପୁରୁଷ ସହ ସମ୍ପର୍କର ସନ୍ଦେହ କରୁଥିଲା ମୋନୁ। ତାଙ୍କ ସହ ଫୋନରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରୁଥିବା ନେଇ ଆପତ୍ତି ଉଠାଇଥିଲା। ଘରୁ ନିଆଁ ବାହାରୁଥିବା ଦେଖି ଆଖପାଖ ଲୋକେ ଜମା ହୋଇଯାଇଥିଲେ। ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଦେଢ଼ ଘଣ୍ଟା ପରେ ନିଆଁକୁ କାବୁ କରିଥିଲା ଅଗ୍ନିଶମ ବିଭାଗ। ଘର ଭିତରେ ଯାଇ ଦେଖନ୍ତି ତ, ସୋନମଙ୍କ କଙ୍କାଳ ପଡ଼ିଛି। କିଛି ଦିନ ତଳେ ସିକନ୍ଦରପୁର ଫାଣ୍ଡିରେ ଦୁହିଁଙ୍କ ଭିତରେ ଏଭଳି ବିବାଦକୁ ନେଇ ପଞ୍ଚାୟତ ବି ବସିଥିଲା। ୧୧ ବର୍ଷ ତଳେ ମୋନୁ ଓ ସୋନମ ପ୍ରେମବିବାହ କରିଥିଲେ। ସୁଖବୀରର ଘର ଜଗତପୁର। ତାଙ୍କର ୭ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛି। ୧୪ ବର୍ଷ ଧରି ହିସାରରେ ସେ ପ୍ରାଇଭେଟ୍ ଚାକିରୀ କରୁଥିଲେ। ସେଠାରେ ତାଙ୍କର ସୋନମ ରାଠୋରଙ୍କ ସହ ଭେଟ ହୋଇଥିଲା। ସୋନମ ବି ପ୍ରାଇଭେଟ ଚାକିରୀ କରୁଥିଲେ। ଏହା ପରେ ଦୁହେଁ ପ୍ରେମବିବାହ କରି ହିସାରରେ ରହୁଥିଲେ। ୪ ବର୍ଷ ପୂର୍ବରୁ ଗାଁର ଜଣେ ଯୁବକ ସହ ସୋନମଙ୍କ ଆଫାୟାର ଆରମ୍ଭ ହୋଇଥିଲା। ଦିନେ ସୁଖବୀର ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଇଥିଲେ। ଏହା ପରେ ସେ ସୋନମଙ୍କୁ ଗାଁରେ ଛାଡ଼ିଦେଇଥିଲେ। ଆଉ ଗାଁରେ ରହିବା ବେଳେ ଆଉ ଜଣେ ପୁରୁଷ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଦୁଇ ଦିନ ତଳେ ଦିପାବଳୀ ଛୁଟିରେ ସୁଖବୀର ଗାଁକୁ ଆସିଥିଲା। ଆଉ ଗାଁ ଲୋକଙ୍କଠୁ ପତ୍ନୀଙ୍କ ପରକୀୟାପ୍ରୀତି ବାବଦରେ ଶୁଣିବାକୁ ପାଇଲା। ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଆଉ ମାମଲା ସିକନ୍ଦରପୁର ଫାଣ୍ଡିରେ ପହଞ୍ଚିଥିଲା। ଏହାକୁ ନେଇ ସୁଖବୀର ରାଗରେ ଜଳୁଥିଲା। ଆଉ ଆଜି ସକାଳେ ଘରୁ ରାଗରେ ବାହାରିଥିଲା। ଅଧଘଣ୍ଟା ପରେ ବୋତଲରେ ପେଟ୍ରୋଲ ନେଇ ପହଞ୍ଚି ଏମିତି କାରନାମା କଲା।
