Gyanesh Kumar Family:ଜ୍ଞାନେଶଙ୍କ ପରିବାରରେ IAS ଭର୍ତ୍ତି!
ଜ୍ଞାନେଶ କୁମାରଙ୍କ ବଡ଼ ଝିଅ ଓ ଜ୍ୱାଇଁ ଉଭୟ ଆଇଏଏସ ଅଟନ୍ତି।ଜ୍ଞାନେଶଙ୍କ ସାନ ଝିଅ ଅଭିଶ୍ରୀ ବି ଆଇଆରଏସ ଅଧିକାରୀ। ଜ୍ଞାନେଶଙ୍କ ଭାଇ ମନୀଷ କୁମାର ବି ଆଇଆରଏସ ଅଧିକାରୀ।

ଅଲ ଇଣ୍ଡିଆ ସର୍ଭିସରେ ଯେମିତି ଜ୍ଞାନେଶ କୁମାରଙ୍କ ପୁରା ପରିବାରର ଦବଦବା ରହିଛି। ଶୁଣିବାକୁ ଖଟକା ଲାଗିପାରେ। ହେଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବଡ଼ ଝିଅ ଓ ଜ୍ୱାଇଁ ଉଭୟ ଆଇଏଏସ ଅଟନ୍ତି। ସାନ ଝିଅ ଆଇଆରଏସ ଥିଲା ବେଳେ ସାନ ଭାଇ ବି ଆଇଏଏସ। ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନରଙ୍କ ପରିବାର ବାବଦରେ ଆସନ୍ତୁ ଚୁମ୍ୱକରେ ଜାଣିବା। ଜ୍ଞାନେଶଙ୍କ ବାପା ଡାକ୍ତର ସୁବୋଧ କୁମାର ଗୁପ୍ତା ଚିଫ୍ ମେଡିକାଲ ଅଫିସର ପଦରୁ ଅବସର ନେଇଥିଲେ। ବାପା ସୁବୋଧ ଓ ମାଆ ସତ୍ୟବତୀ ବିଜୟନଗର କଲୋନୀର ନିବାସୀ। ୧୯୮୮ର କେରଳ କ୍ୟାଡ଼ରର ଆଇଏଏସ ଅଟନ୍ତି ଜ୍ଞାନେଶ। ଜ୍ଞାନେଶଙ୍କ ବଡ଼ ଝିଅ ମେଧା ରୁପମ ଏବେ ନୋଏଡାର ଜିଲ୍ଲାପାଳ ଅଛନ୍ତି। ସେ ୨୦୧୪ ବ୍ୟାଚର ଆଇଏଏସ। ପ୍ରଶାସନିକ କ୍ୟାରିଅର ସହ ସେ ସୁଟିଂରେ ବି ରାଷ୍ଟ୍ରୀୟସ୍ତରରେ ଏକ ସୁପରିଚିତ ନାଁ। ସେ ୟୁପିଏସସି ସିଭିଲ ସର୍ଭିସରେ ଅଲଇଣ୍ଡିଆ ରାଙ୍କ୍ ୧୦ ହାସଲ କରିଥିଲେ। ସାଇକ୍ଲୋଜିକୁ ନିଜର ଅପସନାଲ ସବଜେକ୍ଟ ବାଛିଥିଲେ। ୨୦୧୪ରେ ୟୁପି କ୍ୟାଡ଼ରର ଏହି ଆଇଏଏସଙ୍କ ପ୍ରଥମ ପୋଷ୍ଟିଂ ବରେଲି ମାଜିଷ୍ଟ୍ରେଟ ଭାବେ ହୋଇଥିଲା। ମେଧାଙ୍କ ସ୍ୱାମୀ ମନୀଷ ବଂସଲ ବି ୨୦୧୪ ବ୍ୟାଚର ଆଇଏଏସ। ତାଙ୍କର ଅଲଇଣ୍ଡିଆ ରାଙ୍କ୍ ୫୩ ଥିଲା। ଏବେ ସେ ଆଗ୍ରାର ଡିଏମ୍ ଅଛନ୍ତି। ଦୁହିଁଙ୍କ ସାକ୍ଷାତ ଟ୍ରେନିଂ ବେଳେ ହୋଇଥିଲା ଓ ପରେ ଲଭ ମ୍ୟାରେଜ୍ କରିଥିଲେ। ଜ୍ଞାନେଶଙ୍କ ସାନ ଝିଅ ଅଭିଶ୍ରୀ ବି ଆଇଆରଏସ ଅଧିକାରୀ। ସେ ଇନକମ୍ ଟାକ୍ସ ବିଭାଗରେ ଆସିଷ୍ଟାଣ୍ଟ କମିଶନର ଭାବେ ମୁତୟନ ଅଛନ୍ତି। ତାଙ୍କ ସ୍ୱାମୀ ଅକ୍ଷୟ ଲାବରୁ ବି ଆଇଏଏସ ଅଫିସର। କେବଳ ଏତିକି ନୁହେଁ। ଜ୍ଞାନେଶଙ୍କ ଭାଇ ମନୀଷ କୁମାର ବି ଆଇଆରଏସ ଅଧିକାରୀ। ଜ୍ଞାନେଶଙ୍କ ଭଉଣୀ ରୋଲି ଇନ୍ଦୋରରେ ସ୍କୁଲ ପରିଚାଳନା କରୁଛନ୍ତି। ତାଙ୍କ ଭିଣୋଇ ଉପେନ୍ଦ୍ର ଜୈନ ଆଇପିଏସ।
