Rape on Gun Point:ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ: ନିଜଆଡୁ ମାମଲା ରୁଜୁ କଲା ମହିଳା କମିଶନ
ଭୁବନେଶ୍ୱର ନୟାପଲ୍ଲୀରେ ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ। ନିଜଆଡୁ ମାମଲା ରୁଜୁ କରି ୧୫ ଦିନରେ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ମହିଳା କମିଶନଙ୍କ ନିର୍ଦ୍ଦେଶ।
S
By Subhadra DasPublished: Oct 2, 2026, 06:28 PM •1 min read •8 Views
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳର ବେହେରା ସାହିରେ ବନ୍ଧୁକ ମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ତତ୍ପର ହୋଇଛି ରାଜ୍ୟ ମହିଳା କମିଶନ। ଘଟଣାକୁ ନେଇ କମିଶନ ନିଜଆଡୁ ମାମଲା ରୁଜୁ କରିବା ସହ ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ମାଗିଛନ୍ତି। ଘଟଣାର ଗୁରୁତ୍ୱକୁ ନେଇ ମହିଳା କମିଶନଙ୍କ ଏକ ଟିମ୍ ନୟାପଲ୍ଲୀ ଥାନାରେ ପହଞ୍ଚି ଯାଞ୍ଚ କରିଛନ୍ତି। ଏହାସହ ଟିମ୍ ଅଭିଯୋଗ ସହ ଜଡ଼ିତ କ୍ରାଇମ୍ ସ୍ପଟ୍କୁ ଯାଇ ସର୍ଜମିନ୍ ତଦନ୍ତ କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ଡିସିପିଙ୍କୁ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗନ୍ ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ମହିଳା କମିଶନ ଉଦ୍ବେଗ ପ୍ରକାଶ କରିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଘଟଣାରେ ଆବଶ୍ୟକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
S
Subhadra DasContent Writer
Comments0
Leave a Reply
Loading comments...
