MP Pratap Sadangi Cleanness Drive:ହାତରେ ଝାଡ଼ୁ, ମନରେ ସ୍ୱଚ୍ଛତାର ସଂକଳ୍ପ
ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଧୋବାସିଳା ଗ୍ରାମ ପଞ୍ଚାୟତରେ ସାଂସଦଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସାଂସଦ ନିଜେ ହାତରେ ଝାଡ଼ୁ ଧରି ସଫେଇ କରିବା ସହ ନିଜ ଅଞ୍ଚଳକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ପାଇଁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।
ସାଂସଦ ଧରିଲେ ଝାଡ଼ୁ, ଗ୍ରାମବାସୀଙ୍କ ସହ ଦେଲେ ସ୍ୱଚ୍ଛତାର ଆହ୍ୱାନ | ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଧୋବାସିଳା ଗ୍ରାମ ପଞ୍ଚାୟତରେ ସାଂସଦଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜେ ହାତରେ ଝାଡ଼ୁ ଧରି ସଫେଇ କରିବା ସହ ନିଜ ଅଞ୍ଚଳକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ପାଇଁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଫେଇ ଅଭିଯାନରେ ସ୍ଥାନୀୟ ଜନପ୍ରତିନିଧି, କର୍ମୀ ଏବଂ ଧୋବାସିଳା ଗ୍ରାମ ପଞ୍ଚାୟତସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟମାନେ ଯୋଗଦେଇଥିଲେ । ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଜନସାଧାରଣଙ୍କ ସହଭାଗିତା ଏବଂ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା । ସଫେଇ କାର୍ଯ୍ୟକ୍ରମ ପରେ ସାଂସଦଙ୍କ ସହ ଅନ୍ୟମାନେ କହଳିଆ ଗ୍ରାମକୁ ଯାଇ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରିଥିଲେ । ପରିବେଶର ସୁରକ୍ଷା, ସବୁଜିମା ବୃଦ୍ଧି ଓ ସ୍ୱଚ୍ଛ ପରିବେଶ ଗଠନ ପାଇଁ ଏଭଳି ସାମୂହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା ।
