ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଧୋବାସିଳା ଗ୍ରାମ ପଞ୍ଚାୟତରେ ସାଂସଦଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସାଂସଦ ନିଜେ ହାତରେ ଝାଡ଼ୁ ଧରି ସଫେଇ କରିବା ସହ ନିଜ ଅଞ୍ଚଳକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ପାଇଁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।