Scb Patient Dead Issue:ରୋଗୀକୁ ପିଟି ପିଟି ମାରିଦେବା ଅଭିଯୋଗ
ମାନସିକ ରୋଗୀମାନଙ୍କୁ ସବୁଠୁ ଅଧିକ ଯତ୍ନର ଆବଶ୍ୟକତା ଥିଲାବେଳେ ଏସସିବି ମାନସିକ ବିଭାଗରେ ରୋଗୀକୁ ପିଟି ପିଟି ମାରିଦେବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି | ସେ ବି ସୁରକ୍ଷା କର୍ମୀ ଓ ଅଟେଣ୍ଡାଣ୍ଟ ଘଟାଇଛନ୍ତି ଏଭଳି ନୃଶଂସ କାଣ୍ଡ |
P
By Priti Chhanda BeheraPublished: Oct 2, 2026, 08:39 PM •1 min read •4 Views
କଟକ:ଏସସିବି ମାନସିକ ବିଭାଗରେ ରୋଗୀକୁ ପିଟି ପିଟି ମାରିଦେବା ଅଭିଯୋଗ ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି।ଘଟଣା ଘଟିଥିବା ସ୍ଥାନକୁ ଯାଇ ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ CCTV ଫୁଟେଜ ଜବତ କରିଛି ମଙ୍ଗଳାବାଗ ପୋଲିସ।କଟକ ଡିସିପିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।ଘଟଣା ଦିନ କଣ ଘଟିଥିଲା ସେ ନେଇ ହସ୍ପିଟାଲର ଡାକ୍ତର, ନର୍ସିଂ ଅଫିସର, ଅନ୍ୟ କର୍ମଚାରୀଙ୍କ ସହ ୧୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି ଜୋନ ୨ ଏସିପି।ତେବେ ଗତ ୩୦ ତାରିଖ ଦିନ ଏସସିବି ମାନସିକ ରୋଗ ପ୍ରତିଷ୍ଠାନ ବିଭାଗରେ ଯାଜପୁର ଜିଲ୍ଲା ବ୍ୟାସନଗର ପହଙ୍ଗା ଗ୍ରାମର ଶ୍ରୀକାନ୍ତ ଦାସଙ୍କୁ ସୁରକ୍ଷା କର୍ମୀ ଓ ଅଟେଣ୍ଡାଣ୍ଟ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଓ ସମ୍ପର୍କୀୟ।
Comments0
Leave a Reply
Loading comments...
