Flood Fury Hits Ganjam : ସୁନାର ଫସଲ ଆଜି ପାଣିରେ ଶୋଇଛି
ବନ୍ୟାରେ ଉଜୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ଜଳମଗ୍ନ ଜମି ଦେଖି ଚାଷୀଙ୍କ ଆଖିରେ ଲୁହ।
S
By Swarna Prava GiriPublished: Nov 2, 2026, 04:15 PM •1 min read •1 Views
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାର ବିଭୀଷିକା। ଜିଲ୍ଲାର ଗୋଟିଏ ପଟେ ବନ୍ୟା ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଛି ଅଭିଯାନ, ଅନ୍ୟପଟେ ବନ୍ୟା ଜଳରେ ବୁଡ଼ି ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ଜଳ ଖାଲି ଘରଦ୍ୱାର ନୁହେଁ, ଉଜାଡ଼ି ଦେଇଛି ଚାଷୀଙ୍କ ବର୍ଷକର ପରିଶ୍ରମ ଓ ଅନେକ ସ୍ୱପ୍ନ। ଏକର ଏକର ଚାଷ ଜମି ଏବେ ଜଳମଗ୍ନ | ପାଣିରେ ବୁଡ଼ି ଧାନ ଗଛ ସବୁ ଶୋଇ ପଡ଼ିଥିବା ବେଳେ ନିଜ ଫସଲର ଏଭଳି ଅବସ୍ଥା ଦେଖି ହତାଶ ହୋଇପଡ଼ିଛି ଚାଷୀ | ଯେଉଁ ଜମିରେ ଦିନେ ସୁନାର ଫସଲ ଫଳାଇବାକୁ ସ୍ୱପ୍ନ ଦେଖିଥିଲା, ଆଜି ସେହି ଜମିରେ ଲହଡ଼ି ମାରୁଛି ବନ୍ୟା ଜଳ। ବର୍ଷକର କଷ୍ଟ ଅର୍ଜିତ ଧନ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀର ଆଖିରୁ ଝରୁଛି ଲୁହ। ଗଞ୍ଜାମ ଜିଲ୍ଲା ପିତଳ ନିକଟସ୍ଥ ଏକ ଗାଁରେ ସାମ୍ନାକୁ ଆସିଛି ଏଭଳି ହୃଦୟବିଦାରକ ଦୃଶ୍ୟ।
Comments0
Leave a Reply
Loading comments...
