SALEPUR ATHLETIC EVENT: ସାଲେପୁରରେ ଫିଟ୍ ଇଣ୍ଡିଆ ପ୍ରତିଯୋଗିତା ଉଦ୍ଘାଟିତ
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍ଙ୍କ ପ୍ରତିଭା ବିକାଶ ଲକ୍ଷ୍ୟରେ କ୍ରୀଡ଼ା ବିକାଶ ଏବଂ ପଦ ଉନ୍ନତି ସଂଘ, ଓଡ଼ିଶା ପକ୍ଷରୁ ସାଲେପୁର ଭତପଡ଼ାଠାରେ ଏକ ରାଜ୍ୟ ସ୍ତରୀୟ 'ଫିଟ୍ ଇଣ୍ଡିଆ ଖେଳୋ ଇଣ୍ଡିଆ' କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍ଙ୍କ ପ୍ରତିଭା ବିକାଶ ଲକ୍ଷ୍ୟରେ କ୍ରୀଡ଼ା ବିକାଶ ଏବଂ ପଦ ଉନ୍ନତି ସଂଘ, ଓଡ଼ିଶା ପକ୍ଷରୁ ସାଲେପୁର ଭତପଡ଼ାଠାରେ ଏକ ରାଜ୍ୟ ସ୍ତରୀୟ 'ଫିଟ୍ ଇଣ୍ଡିଆ ଖେଳୋ ଇଣ୍ଡିଆ' କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ବିଶେଷ କରି କବାଡ଼ି, ଭଲିବଲ୍ ଏବଂ ଟେନିସ୍ ଭଳି ପ୍ରତିଯୋଗିତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍କୁଲ ଓ କଲେଜର ୩୦୦ରୁ ଊର୍ଦ୍ଧ୍ୱ ମନୋନୀତ ଖେଳାଳି ଏଥିରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ୍ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବ। ଏହାକୁ ନେଇ ଖେଳାଳି ଏବଂ ସେମାନଙ୍କ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଉଦ୍ଘାଟନୀ ଉତ୍ସବରେ ସିନେ ତାରକା ବିଜେପି ନେତା ଅରିନ୍ଦମ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ପ୍ରୟାସକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏଭଳି ପ୍ରତିଯୋଗିତା ଗ୍ରାମାଞ୍ଚଳରୁ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ। ଆଗାମୀ ଦିନରେ ଏହି ଖେଳାଳିମାନେ ଅଲମ୍ପିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ଗୌରବ ଆଣିଦେବେ ବୋଲି ସେ ଆଶାପ୍ରକଟ କରିଛନ୍ତି।

