FATHER THROWS INFANT INTO WELL:ଏ ଛୁଆ କାହାର କହି କୂଅକୁ ଫୋପାଡ଼ି ମାରିଦେଲା ବାପା..
ଏ ଛୁଆ ମୋର ବୋଲି କଅଣ ପ୍ରମାଣ ଅଛି କହି ହିନାଙ୍କୁ କୈଫୟତ ମାଗିଥିଲା। ଆଉ ଝଗଡ଼ା ବଢ଼ିବାରୁ ହିତାହିତ ଜ୍ଞାନ ଭୁଲିଯାଇ ୩ ମାସର ପୁଅକୁ କୂଅକୁ ଫିଙ୍ଗିଦେଲା। କୂଅରେ ବୁଡ଼ି ଛୁଆଟିର ମୃତ୍ୟୁ ହୋଇଗଲା। ପୁଲିସ ଅଭିଯୁକ୍ତ ଆଶୀଷକୁ ଗିରଫ କରିଛି।

ପତ୍ନୀର ଚରିତ୍ର ସନ୍ଦେହରେ ସ୍ୱାମୀର ଅମାନବୀୟ କାଣ୍ଡ। ୩ ମାସର ଛୁଆକୁ କୂଅକୁ ଫିଙ୍ଗିଦେଲା। ଗୁଜରାଟର ମହିସାଗରରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତର ନାଁ ଆଶୀଷ ଭୁରିଆ। ପତ୍ନୀ ହିନାବେନଙ୍କ ସହ ବିବାଦରୁ ଏତେ ବଡ଼ କାଣ୍ଡ ଭିଆଇବସିଲା ଆଶୀଷ। ୩ ମାସର ପୁଅ ଲାବିୟାଁଶକୁ ଗୋଧୋଇବା ପରେ ତାକୁ ଶୁଆଇଦେଇଥିଲେ ହିନା। ଏତିକିବେଳେ ଆଶୀଷ ଓ ହିନାବେନ ଭିତରେ ଝଗଡ଼ା ହୋଇଥିଲା। ମାଆ ଘରକୁ ବାରମ୍ୱାର ଯିବା ଓ ତାଙ୍କ ସହ ଫୋନରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତାରେ କ୍ଷୁବ୍ଧ ଥିଲା ଆଶୀଷ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ, ପତ୍ନୀ ହିନାଙ୍କ ଚରିତ୍ରକୁ ନେଇ ସାଙ୍ଘାତିକ ଆକ୍ଷେପ କରିଥିଲା ଆଶୀଷ। ଏ ଛୁଆ ଆଉ କାହାର କହି ଗାଳି କରିଥିଲା। ଏ ଛୁଆ ମୋର ବୋଲି କଅଣ ପ୍ରମାଣ ଅଛି କହି ହିନାଙ୍କୁ କୈଫୟତ ମାଗିଥିଲା। ଆଉ ଝଗଡ଼ା ବଢ଼ିବାରୁ ହିତାହିତ ଜ୍ଞାନ ଭୁଲିଯାଇ ୩ ମାସର ପୁଅକୁ କୂଅକୁ ଫିଙ୍ଗିଦେଲା। କୂଅରେ ବୁଡ଼ି ଛୁଆଟିର ମୃତ୍ୟୁ ହୋଇଗଲା। ପୁଲିସ ଅଭିଯୁକ୍ତ ଆଶୀଷକୁ ଗିରଫ କରିଛି। ମେ ୨୦୨୫ରେ ଉଭୟଙ୍କ ବିବାହ ହୋଇଥିଲା। ଜୁନ୍ ୧୩, ୨୦୨୬ରେ ହିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମାଆ ଘରକୁ ବାରମ୍ୱାର ଯାଉଥିବାରୁ ହିନାଙ୍କ ସହ ପ୍ରାୟ ଝଗଡ଼ା କରେ ଆଶୀଷ। ସେପ୍ଟେମ୍ୱର ୬ରେ ବି ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ହିନା ପୁଅକୁ ଗୋଧୋଇଦେଇ ଘର ବାହାରେ ପଡ଼ିଥିବା ଖଟରେ ଶୁଆଇଦେଇଥିଲେ। ଆଉ ଘର ଭିତରକୁ କପଡ଼ା ଆଣିବାକୁ ଯାଇଥିଲେ। ଏତିକିବେଳେ ପୁଅକୁ ସେଠାରୁ ଉଠାଇ କୂଅକୁ ଫିଙ୍ଗିଦେଲା ଆଶୀଷ। ପୁଅକୁ କୂଅକୁ ନେଇ ଯାଉଥିବା ବେଲେ ସେ ଓ ତାଙ୍କ ଶାଶୁ ଅଟକାଇଥିଲେ। କିନ୍ତୁ ସେ ମାନିଲାନି। ପୁଅକୁ କୂଅରେ ଫୋଫାଡ଼ିଦେଇ ଫେରାର୍ ହୋଇଯାଇଥିଲା। ପରିବାର ଓ ଆଖପାଖ ଲୋକେ କୂଅରୁ ପୁଅକୁ ଉଦ୍ଧାର କରିବାରେ ଲାଗିଗଲେ। ପୁଲିସକୁ ସୂଚନା ମିଳିବା ପରେ କୂଅରୁ ପାଣି କାଢ଼ି ପୁଅକୁ ଉଦ୍ଧାର କରାଗଲା। ହେଲେ ସେତେବେଳକୁ ପିଲାଟିର ମୃତ୍ୟୁ ହୋଇସାରିଥିଲା।
