ରାମ୍ପରେ ଚାଲିଲେ ମହିଳା ନକ୍ସଲ..
ସମାଜରେ ସମ୍ମାନ ଓ ଆତ୍ମବିଶ୍ୱାସ ସହ ନୂଆ ଜୀବନର ଶୁଭାରମ୍ଭ କରୁଛନ୍ତି। ଆଉ ଏବେ ପାରମ୍ପରିକ ପରିଧାନ ଓ ହାତବୁଣା ଲୁଗା ପିନ୍ଧି ରାମ୍ପରେ ଚାଲିଲେ। ତେବେ ଏ କାର୍ଯ୍ୟକ୍ରମ କେବଳ ଏକ ଫେସନ ସୋ ନଥିଲା। ବରଂ ପୁନର୍ବାସ, ଥଇଥାନ, ସଶକ୍ତିକରଣର ମିସାଲ ସାଜିଲା

ଦିନେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲରେ ବୁଲୁଥିଲେ। ଲାଲ ସଂଗଠନ ସହ ସଂପୃକ୍ତ ଥିଲେ। ହେଲେ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ପରେ ଏବେ ସେମାନଙ୍କ ନୂଆ ପରିଚୟ। ଛତିଶଗଡ଼ର ରାୟପୁରରେ ଆୟୋଜିତ ହସ୍ତତନ୍ତ ବୟନ ଶିଳ୍ପ ଦିବସରେ କିଛି ଏମିତି ଝଲକ ଦେଖାଇଲେ ମଞ୍ଚରେ, ଯାହାକୁ ଦେଖି ସମସ୍ତେ ଉଲ୍ଲସିତ ହୋଇପଡ଼ିଲେ। ତାଳିମାଡ଼ରେ କମ୍ପିଲା ପୁରା ପରିବେଶ। ହିଂସାର ରାଣୀ ଏବେ ଆତ୍ମନିର୍ଭରଶୀଳତା ପାଇଁ ଅହିଂସା ଓ ଆନନ୍ଦର ରାସ୍ତାରେ। ସମାଜରେ ସମ୍ମାନ ଓ ଆତ୍ମବିଶ୍ୱାସ ସହ ନୂଆ ଜୀବନର ଶୁଭାରମ୍ଭ କରୁଛନ୍ତି। ଆଉ ଏବେ ପାରମ୍ପରିକ ପରିଧାନ ଓ ହାତବୁଣା ଲୁଗା ପିନ୍ଧି ରାମ୍ପରେ ଚାଲିଲେ। ତେବେ ଏ କାର୍ଯ୍ୟକ୍ରମ କେବଳ ଏକ ଫେସନ ସୋ ନଥିଲା। ବରଂ ପୁନର୍ବାସ, ଥଇଥାନ, ସଶକ୍ତିକରଣର ମିସାଲ ସାଜିଲା। ଅତୀତରେ ଯେଉଁ ବିପଦପୂର୍ଣ୍ଣ ଜୀବନ ଏହି ମହିଳା ନକ୍ସଲମାନେ ଜିଉଁଥିଲେ, ସେଥିରୁ ବାହାରି ସମାଜରେ ସରଳ ଓ ସମ୍ମାନପୂର୍ଣ୍ଣ ଜୀବନ ଜିଇଁବାର ବାଟ ଦେଖୁଥିଲେ। ଏହି ଘଟଣାକୁ ନକ୍ସଲ ଜୀବନରୁ ସାଧାରଣ ଜୀବନକୁ ଫେରିବାର ଏକ ପ୍ରତୀକ ଭାବେ ଦେଖାଯାଉଛି। ଏହା କେବଳ ଏକ ଫ୍ୟାଶନ୍ ଶୋ ନୁହେଁ, ବରଂ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ଏବଂ ନୂଆ ଜୀବନ ଆରମ୍ଭ କରାଇବାର ପ୍ରୟାସର ଚିତ୍ର ଭାବେ ସାମ୍ନାକୁ ଆସିଛି। ଛତିଶଗଡ଼ରେ ଏଭଳି ପୁନର୍ବାସ ପ୍ରୟାସର ଅନ୍ୟ ଉଦାହରଣ ମଧ୍ୟ ରହିଛି। ସୁକମାର Tungal Nature Cafeରେ ପୂର୍ବତନ ମହିଳା ମାଓବାଦୀମାନେ କାମ କରି ନିଜର ନୂଆ ଜୀବନ ଗଢ଼ୁଛନ୍ତି। ଯେଉଁ ହାତରେ ଦିନେ ବନ୍ଧୁକ ଥିଲା, ସେହି ହାତ ଏବେ ହସ୍ତତନ୍ତ ପୋଷାକ ଓ ନୂଆ ଜୀବନର ପରିଚୟ ଦେଉଛି। କିଛି ଦିନ ତଳେ ଅପରେସନ କଗାରର ଅଭିଯାନ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କେନ୍ଦ୍ର ସରକାରଙ୍କୁ ଭେଟି ମାଓବାଦ ମୁକ୍ତ କରିବା ସହ ମୁଖ୍ୟଧାରାରେ ସାମିଲ ବାବଦରେ ହେଉଥିବା ମହତ୍ତ୍ୱପୂର୍ଣ୍ଣ ଅଭିଯାନର ସୂଚନା ଦେଇଥିଲେ।
