ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାଳରେ ପିଟି ପିଟି ହତ୍ୟା କଲା ଯୁବକ
ବୋରିଗୁମ୍ମା ଥାନା ଅଞ୍ଚଳର ଝିଲିମିଲି ଗାଁରେ ଜଣେ ୬୫ ବର୍ଷୀୟ ବୃଦ୍ଧ ସମନାଥ ଭତ୍ରାଙ୍କୁ ଅତି ନିର୍ମମ ଭାବେ କୋଦାଳରେ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ ।

ଜୟପୁର: ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାଳରେ ପିଟି ପିଟି ହତ୍ୟା ଅଭିଯୋଗ। ବୋରିଗୁମ୍ମା ଥାନା ଅଞ୍ଚଳର ଝିଲିମିଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷୀୟ ବୃଦ୍ଧ ସମନାଥ ଭତ୍ରାଙ୍କୁ ଅତି ନିର୍ମମ ଭାବେ କୋଦାଳରେ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ହରିହର ଭୁମିଆ ନାମକ ଯୁବକ ହତ୍ୟା କରିଛି । ସୂଚନା ଅନୁସାରେ ଝିଲିମିଲି ଗାଁର ଯୁବକ ହରିହର ଭୁମିଆ କୌଣସି କାରଣରୁ ବୃଦ୍ଧ ସମନାଥ ଭତ୍ରାଙ୍କୁ ଆକ୍ରମଣ କରିଥିଲେ। କୋଦାଳରେ ଅତି ନିର୍ମମ ଭାବେ ଆଘାତ କରିବାରୁ ବୃଦ୍ଧ ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଘଟଣା ପରେ ଅଭିଯୁକ୍ତ ଯୁବକ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ କାବୁ କରି ରଖିଥିଲେ। ପରେ ବୋରିଗୁମ୍ମା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ଏହି ଘଟଣା ପରେ ତିବ୍ର ଚାପା ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଛି। ହତ୍ୟା ପଛର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରି ତଦନ୍ତ ଆଗକୁ ବଢ଼ାଇଛି। ଏହି ଘଟଣା ଝିଲିମିଲି ଗାଁରେ ଶୋକର ଛାୟା ଫେଳାଇଛି। ମୃତକଙ୍କ ପରିବାର ନ୍ୟାୟ ଓ ସରକାରୀ ସହାୟତା ଦାବି କରିଛନ୍ତି। ପୋଲିସ ଆଗାମୀ ଦିନରେ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି।
