୪ଶହ ଭେଟେନାରୀ ଅଫିସର ନିଯୁକ୍ତି ସ୍କାମ- ୨୧ଜାଗାରେ ଇଡି ରେଡ୍
ପ୍ରତି ପ୍ରାର୍ଥୀ ପିଛା ୭୦ରୁ ୮୦ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଛି। ପ୍ରଶ୍ନପତ୍ର ଲିକ,ଓଏମଆର ସିଟରେ ଟାମ୍ପରିଂ, ପରୀକ୍ଷାଖାତାରେ ଚଞ୍ଚକତାର ଆରୋପ ଆସିଛି। ପରୀକ୍ଷା ଖାତାର ଡିଜିଟାଲ ମୂଲ୍ୟାୟନର ଦାୟିତ୍ୱ ନେଇଥିବା ଏଡୁଟେଷ୍ଟ ସଲ୍ୟୁସନ କମ୍ପାନୀ ଅଫିସରେ ବି ରେଡ୍ ହୋଇଛି। ୪ଶହ ଭେଟେନାରୀ ଅଫିସର ନିଯୁକ୍ତିକୁ ଏବେ ସ୍ଥଗିତ କରିଦିଆଯାଇଛି।

କେପିଏସସି ବା କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିଶନରେ ଭେଟେରିନାରୀ ଅଫିସର ନିଯୁକ୍ତି ସ୍କାମକୁ ନେଇ ଇଡି ରେଡ୍। ୨୧ଟି ଜାଗାରେ ଚଢ଼ାଉ କରିଛି ଇଡି। ନିଲମ୍ୱିତ ଚେୟାରମ୍ୟାନ୍, ମେମ୍ୱର ଓ ମିଡିଲ ମ୍ୟାନ୍ ଏବେ ତଦନ୍ତ ସ୍କାନରରେ। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ଚାଲିଛି। କର୍ଣ୍ଣାଟକ, ଅହମଦାବାଦ, କେପଏସସି ଅଫିସ, ନିଲମ୍ୱିତ ଚେୟାରମ୍ୟାନ୍ ଶିବଶଙ୍କରପ୍ପା ଏସ ସାହୁକାର, କେପିଏସସି ମେମ୍ୱର ଶାନ୍ତା ହୋସମାନିଙ୍କ ଘରେ ରେଡ୍। କର୍ଣ୍ଣାଟକର ବେଙ୍ଗାଲୁରୁ, ହାସନ, ଚିତ୍ରଦୁର୍ଗା, ରାଇଚୁର, କରଓ୍ୱାର, କଲାବୁର୍ଗି, ବେଲଗାଭି ଓ ବେଲଗାଁରେ ରେଡ୍ ଜାରି ରହିଛି। ପ୍ରାୟ ୪ଶହ ଭେଟେରିନାରୀ ଅଫିସର ନିଯୁକ୍ତିରେ କୋଟି କୋଟି ଟଙ୍କା ଡିଲ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରତି ପ୍ରାର୍ଥୀ ପିଛା ୭୦ରୁ ୮୦ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଛି। ପ୍ରଶ୍ନପତ୍ର ଲିକ,ଓଏମଆର ସିଟରେ ଟାମ୍ପରିଂ, ପରୀକ୍ଷାଖାତାରେ ଚଞ୍ଚକତାର ଆରୋପ ଆସିଛି। ପରୀକ୍ଷା ଖାତାର ଡିଜିଟାଲ ମୂଲ୍ୟାୟନର ଦାୟିତ୍ୱ ନେଇଥିବା ଏଡୁଟେଷ୍ଟ ସଲ୍ୟୁସନ କମ୍ପାନୀ ଅଫିସରେ ବି ରେଡ୍ ହୋଇଛି। ୪ଶହ ଭେଟେରିନାରୀ ଅଫିସର ନିଯୁକ୍ତିକୁ ଏବେ ସ୍ଥଗିତ କରିଦିଆଯାଇଛି। ବେଙ୍ଗାଲୁରୁ ବିଧାନସୌଧ ପୁଲିସ ଥାନାରେ ୪ଟି ଏତଲା ପରେ ଏଭଳି ଆକ୍ସନ ନିଆଯାଇଛି। ୭୦ରୁ ୮୦ଲକ୍ଷ ଟଙ୍କା ଦେଲେ ଫାଇନାଲ ସିଲେକ୍ସନ ସୁନିଶ୍ଚିତ ବୋଲି ମଧ୍ୟସ୍ଥି ପ୍ରାର୍ଥୀଙ୍କୁ କଣ୍ଟାକ୍ଟ କରିଥିଲା। ବେଆଇନ ବୁଝାମଣା ଓ ଟଙ୍କା ନେଣଦେଣର ଅଡ଼ିଓ ରେକର୍ଡିଂ ବି ଭାଇରାଲ ହୋଇଛି। ବ୍ରୋକର, ପ୍ରାର୍ଥୀ,ଓ ହାଇ ରାଙ୍କର ଅଫିସରଙ୍କ ଭିତରେ ବିଗ୍ ଡିଲ୍ ଓ ଫିକ୍ସିଂର ଗନ୍ଧ ବାରିଛି ତଦନ୍ତକାରୀ ଏଜେନ୍ସି।ଶିବଶଙ୍କରପ୍ପା ସାହୁକାର ଦୁଇଟି ମାମଲାରେ ଫସିଛନ୍ତି। ଜାଲି ଇନକମ୍ ସାର୍ଟିଫିକେଟ ଦେଇ ନିଜ ଝିଅକୁ ବେଆଇନ ନିଯୁକ୍ତି ଦେଇଥିଲେ। ଇଣ୍ଡଷ୍ଟ୍ରିଆଲ ଏକ୍ସଟେନସନ ଅଫିସର ଭାବେ ମିଛ ଆୟ ପ୍ରମାଣପତ୍ର ଦେଇ ଓବିସି କୋଟାରେ ନିଯୁକ୍ତି ପାଇଥିଲେ। ତେବେ ଏହି ହାଇପ୍ରୋଫାଇଲ ମାମଲାରେ ଶୁଣାଣୀ ଅଗଷ୍ଟ ୨୦ରେ କରିବେ କର୍ଣ୍ଣାଟକ ହାଇକୋର୍ଟ। ଯେଉଁଠି ଏ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅପିଲ୍ କରାଯାଇଛି। ଆଉ ତା ପୂର୍ବରୁ ଏହି ରେଡ୍ ହୋଇଛି। ଜୁଲାଇ ୨୫ରେ ଜଣେ ପ୍ରାର୍ଥୀ ଡକ୍ଟର ମଞ୍ଜୁନାଥଙ୍କ ଦ୍ୱାରା ଏହି ଅଭିଯୋଗ ହୋଇଛି। ଜୁଲାଇ ୧୭ରେ ଫାଇନାଲ ସିଲେକ୍ସନ ତାଲିକା ପ୍ରକାଶ ପାଇଥିଲା। ଯାହାର ପରୀକ୍ଷା ଜାନୁଆରୀ ୮ରେ ହୋଇଥିଲା। ୪ଶହ ଭେଟେରିନାରୀ ଅଫିସର ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ପରୀକ୍ଷା ହେବା ପୂର୍ବରୁ ଅତିକମରେ ୨୯ ପ୍ରାର୍ଥୀ ବେଆଇନ ଭାବେ ପ୍ରଶ୍ନପତ୍ର ପାଇଥିଲେ ବୋଲି ଆଶଙ୍କା କରାଯାଉଛି। କେପିଏସସି ଚେୟାରମ୍ୟାନ୍, ମେମ୍ୱରଙ୍କ ସମ୍ପର୍କୀୟ ଫାଇନାଲ ଲିଷ୍ଟରେ ଟପ୍ ରାଙ୍କ ହାସଲ କରିଥିବା ଜଣାପଡ଼ିଥିଲା। ଅଭିଯୋଗ ଏମିତି ବି ହୋଇଛି ଯେ, ଚେୟାରମ୍ୟାନଙ୍କ ଜଣେ ସମ୍ପର୍କୀୟ ସୁଗ୍ରେସ ଜାକା, ଯିଏ ପୂର୍ବ ଡିଗ୍ରୀ କୋର୍ସରେ ଫେଲ୍ ହୋଇଥିଲେ। ସେ କେପିଏସସି ଏଣ୍ଟ୍ରାନ୍ସ ପରୀକ୍ଷାରେ ୪୫୦ରୁ ଅଧିକ ମାର୍କ ରଖିଛନ୍ତି। ମଧ୍ୟସ୍ଥି ବି ପରୀକ୍ଷା ପରେ ୮୦ଲକ୍ଷ ଟଙ୍କା ଡିଲ୍ କରିଥିଲେ। ଓଏମଆର ସିଟକୁ ମାନିପୁଲେଟ୍ କରିବା ସହ ସିଲେକ୍ସନକୁ ସୁନିଶ୍ଚିତ କରିବାକୁ ଏହି ଟଙ୍କା ନିଆଯାଇଛି। ହାଇକୋର୍ଟ ୨୯ ପ୍ରାର୍ଥୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରିଛନ୍ତି। ସେମାନଙ୍କୁ ସାମୟିକ ସୁରକ୍ଷା ଦେଇଛନ୍ତି। ୨୦୨୧ରେ ବିଏସ ୟେଦୁରପ୍ପାଙ୍କ ସରକାରରେ ଶିବଶଙ୍କରପ୍ପା ନିଯୁକ୍ତି ପାଇଥିଲେ।
