ମୋ ପୁଅ କାହିଁକି ମନ୍ତ୍ରୀ ପଦ ଛାଡ଼ିବ- ଉପେନ୍ଦ୍ର କୁଶଓ୍ୱାହା
ଏହି ମାମଲା ଯୋଗୁଁ ଦୀପକଙ୍କ ରାଜନୈତିକ ଭବିଷ୍ୟତ ଉପରେ ଆହୁରି ଅନିଶ୍ଚିତତା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ଦୀପକ ପ୍ରକାଶ କୁଶୱାହା ଇସ୍ତଫା ଦେଇନାହାନ୍ତି। ତେବେ MLC ଟିକେଟ୍ ନ ମିଳିବା, ଆଇନଗତ ଚ୍ୟାଲେଞ୍ଜ ଏବଂ ସାମ୍ୱିଧାନିକ ସମୟସୀମା ଯୋଗୁଁ ତାଙ୍କ ମନ୍ତ୍ରୀ ପଦ ଉପରେ ସଙ୍କଟର ମେଘ ଘନୀଭୂତ ହୋଇଛି।

ଦୀପକ ପ୍ରକାଶ କୁଶୱାହାଙ୍କ ମନ୍ତ୍ରୀ ପଦ ଉପରେ ସଙ୍କଟ! ଇସ୍ତଫା ଚର୍ଚ୍ଚାକୁ ନେଇ ବିହାର ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (RLM) ନେତା ଏବଂ NDA ସହଯୋଗୀ ଦଳର ମୁଖ୍ୟ ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶ କୁଶୱାହା ବର୍ତ୍ତମାନ ବିହାର ସରକାରରେ ପଞ୍ଚାୟତିରାଜ ମନ୍ତ୍ରୀ ଅଛନ୍ତି। ସେ ମେ ୭ ତାରିଖରେ ସମ୍ରାଟ ଚୌଧୁରୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସମ୍ପ୍ରତି ବିଧାନ ପରିଷଦ (MLC) ନିର୍ବାଚନ ପାଇଁ NDA ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିବାରୁ ତାଙ୍କ ମନ୍ତ୍ରୀ ପଦ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଦୀପକ ପ୍ରକାଶ କୁଶୱାହା ମନ୍ତ୍ରୀ ହେଲେ ମଧ୍ୟ ସେ ବିହାର ବିଧାନସଭା କିମ୍ୱା ବିଧାନ ପରିଷଦର ସଦସ୍ୟ ନୁହନ୍ତି। ଭାରତୀୟ ସମ୍ୱିଧାନ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାୟକ କିମ୍ୱା MLC ନ ହୋଇ ମନ୍ତ୍ରୀ ହେଲେ ଛଅ ମାସ ମଧ୍ୟରେ ସେ ଗୃହର ସଦସ୍ୟ ହେବା ଆବଶ୍ୟକ। ଯଦି ସେ ଏହା କରିବାରେ ବିଫଳ ହୁଅନ୍ତି, ତେବେ ସମ୍ୱିଧାନ ଅନୁସାରେ ତାଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। NDA ପକ୍ଷରୁ ଘୋଷିତ MLC ପ୍ରାର୍ଥୀ ତାଲିକାରେ ଦୀପକଙ୍କ ନାଁ ନ ଥିବାରୁ ବିରୋଧୀ ଦଳ ଏବଂ ରାଜନୈତିକ ବିଶ୍ଳେଷକମାନେ ତାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଦୀପକଙ୍କୁ ଟିକେଟ୍ ନ ମିଳିବା ପରେ RLM ଏବଂ NDA ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସୁଛି। କିନ୍ତୁ ଉପେନ୍ଦ୍ର କୁଶୱାହା ଏହି ଆକଳନକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ NDA ସହ ତାଙ୍କ ଦଳର ସମ୍ପର୍କ ମଜବୁତ ରହିଛି ଏବଂ ଦୀପକଙ୍କ ଭବିଷ୍ୟତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି NDA ନେତୃତ୍ୱ ନେବ। ଏହି ବିବାଦ ମଧ୍ୟରେ ଦୀପକ ପ୍ରକାଶ କୁଶୱାହାଙ୍କ ପୁନଃ ମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାଖଲ ହୋଇଛି। ଆବେଦନକାରୀଙ୍କ ଦାବି ହେଉଛି ଯେ ଗୃହର ସଦସ୍ୟ ନ ହୋଇ ମନ୍ତ୍ରୀ ପଦ ଦେବା ସଂବିଧାନର ମୂଳ ଉଦ୍ଦେଶ୍ୟ ବିରୋଧୀ। ଏହି ମାମଲା ଯୋଗୁଁ ଦୀପକଙ୍କ ରାଜନୈତିକ ଭବିଷ୍ୟତ ଉପରେ ଆହୁରି ଅନିଶ୍ଚିତତା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ଦୀପକ ପ୍ରକାଶ କୁଶୱାହା ଇସ୍ତଫା ଦେଇନାହାନ୍ତି। ତେବେ MLC ଟିକେଟ୍ ନ ମିଳିବା, ଆଇନଗତ ଚ୍ୟାଲେଞ୍ଜ ଏବଂ ସାମ୍ୱିଧାନିକ ସମୟସୀମା ଯୋଗୁଁ ତାଙ୍କ ମନ୍ତ୍ରୀ ପଦ ଉପରେ ସଙ୍କଟର ମେଘ ଘନୀଭୂତ ହୋଇଛି। ବିହାର ରାଜନୀତିରେ ଦୀପକ ପ୍ରକାଶ କୁଶୱାହାଙ୍କ ମାମଲା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ଏପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ ସୁଦ୍ଧା ଆଗାମୀ ଦିନରେ ଏନଡିଏ ନେତୃତ୍ୱର ନିଷ୍ପତ୍ତି, ବିଧାନ ପରିଷଦରେ ପ୍ରବେଶର ସୁଯୋଗ ଏବଂ ସୁପ୍ରିମକୋର୍ଟର ଶୁଣାଣି ତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ। ବିହାରର ରାଜନୈତିକ ମହଲ ଏବେ ସେହି ନିଷ୍ପତ୍ତିକୁ ଅପେକ୍ଷା କରି ରହିଛି। ଉପେନ୍ଦ୍ର କୁଶଓ୍ୱାହା ସ୍ପଷ୍ଟ କରିଦେଇଛନ୍ତି, ତାଙ୍କ ପୁଅ ଇସ୍ତଫା ଦେବେନି। ଏବେ ମନ୍ତ୍ରୀ ହେବାରେ ମାତ୍ର ମାସେ ହୋଇଛି। ଦୀପକ ଯେବେ ଶପଥ ନେଇଥିଲେ, ସେତେବେଳେ ବି କୌଣସି ସଦନର ସଦସ୍ୟ ନଥିଲେ। ବିହାର ବିଧାନ ପରିଷଦର ୧୦ ଆସନରେ ନିର୍ବାଚନ ଓ ଉପ-ନିର୍ବାଚନରେ ବିଜେପି ଦୀପକ ପ୍ରକାଶଙ୍କୁ ଲଢ଼ିବାକୁ ସବୁଜ ସଙ୍କେତ ଦେଇନି। ସେଥିଲାଗି ଦୀପକଙ୍କ ଲାଗି ବିଧାନସଭା ବା ବିଧାନ ପରିଷଦକୁ ଯିବାର ମଉକା ନାହିଁ। ଦୀପକ ପ୍ରକାଶ ପୂର୍ବରୁ ଜେଡିୟୁର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରରେ ବିନା କୌଣସି ସଦନର ସଦସ୍ୟ ନ ହୋଇ ମନ୍ତ୍ରୀ ହୋଇଥିଲେ। କିନ୍ତୁ ୬ ମାସ ଅବଧି ସମାପ୍ତ ପୂର୍ବରୁ ନୀତିଶ ଇସ୍ତଫା ଦେଇ କ୍ୟାବିନେଟ ଭଙ୍ଗ କରିଥିଲେ। ଦ୍ୱିତୀୟ ଥର ସମ୍ରାଟଙ୍କ କ୍ୟାବିନେଟରେ ପୁଣି ମନ୍ତ୍ରୀ ହୋଇଛନ୍ତି। ଏନଡିଏ ପ୍ରାର୍ଥୀଙ୍କ ଏମଏଲସି ନାମାଙ୍କନ ବେଳେ ସମ୍ରାଟ ଚୌଧୁରୀ, ଚିରାଗ ପାଶଓ୍ୱାନ, ସଞ୍ଜୟ ଝାଙ୍କ ସମେତ ଅନେକ ଏନଡିଏ ନେତା ଉପସ୍ଥିତ ଥିଲେ। କିନ୍ତୁ ଉପେନ୍ଦ୍ର କୁଶଓ୍ୱାହା ଓ ଦୀପକ ପ୍ରକାଶ ପାର୍ଟି ଦପ୍ତରରେ ବସିରହିଲେ। ଆଉ ଦ୍ୱିପ୍ରହରରେ ଉପେନ୍ଦ୍ର ଦିଲ୍ଲୀ ଚାଲିଗଲେ। ୧୩ ଜୁନରେ ପାର୍ଟିର ରାଷ୍ଟ୍ରୀୟ ସମ୍ମେଳନରେ ସାମିଲ୍ ହେବେ।
