ପିଏମ ଆବାସ ଆଗରେ ଧାରଣା- ପୁଲିସ ବର୍ବରତାର ନିନ୍ଦା ଓ ପିଏମଙ୍କ ଇସ୍ତଫା ଦାବି
ଛାତ୍ରଙ୍କ ଦେହରୁ ବହିଥିବା ରକ୍ତର ହିସାବ ମାଗିବାକୁ ଆସିଛୁ ବୋଲି କହିଛନ୍ତି ବିରୋଧୀ। ମୋଦି ସରକାରଙ୍କୁ ଜବାବଦେହୀ ହେବାକୁ ପଡ଼ିବ। ସଂସଦରେ ଚର୍ଚ୍ଚାରୁ ପଳାୟନପଂଥୀ ସାଜିପାରିବେନି ସରକାର। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭, ଲୋକ କଲ୍ୟାଣ ମାର୍ଗ ବାହାରେ ଧାରଣା ଦେଇ ବିକ୍ଷୋଭ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆବାସିକ ଅଫିସ ଆଗରେ ଧାରଣା ଦେଲେ ବିରୋଧୀ। ନିଟ୍ କେଳେଙ୍କାରୀ ବିରୁଦ୍ଧରେ ସିଜେପି ସମର୍ଥକ କରିଥିବା ସଂସଦ ଚାଲ ଯାତ୍ରାରେ ପୁଲିସର ବର୍ବରତାକୁ ପ୍ରତିବାଦ କରିଛି କଂଗ୍ରେସ। ପୁଲିସ ଛାତ୍ରଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା। ଛାତ୍ରଙ୍କୁ ନ୍ୟାୟ ଦେବା ଦାବିରେ ଆଜି ପିଏମ ଆବାସ ଆଗରେ ଧାରଣା ଦେଇଛନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନାରାବାଜି କରିବା ସହ ଧାରଣା ଦେଇଛନ୍ତି। ରାହୁଲଙ୍କ ସହ ଆଲୋଚନା କରିବାକୁ ପ୍ରତିବାଦସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଛାତ୍ରଙ୍କ ଭବିଷ୍ୟତ ସହ କାହାରିକୁ ଖେଳିବାକୁ ଦିଆଯିବନି। ଛାତ୍ରଙ୍କ ସ୍ୱରକୁ ଚାପିବାକୁ ଦିଆଯିବନି ବୋଲି କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ମିଳୁନି। ବିରୋଧୀଙ୍କୁ ଭେଟିବାକୁ ଡରୁଛନ୍ତି ପିଏମ୍। ସଂସଦରେ ବିରୋଧୀଙ୍କୁ କହିବାକୁ ଦିଆଯାଉନି। ପୁଲିସ ଲଗାଇ ଛାତ୍ରଙ୍କ ଉପରେ ଦମନଲୀଳା କରାଯାଉଛି ଓ ସାଂସଦଙ୍କୁ ଧକ୍କା ମାରୁଛି ପୁଲିସ। ଛାତ୍ରଙ୍କ ଦେହରୁ ବହିଥିବା ରକ୍ତର ହିସାବ ମାଗିବାକୁ ଆସିଛୁ ବୋଲି କହିଛନ୍ତି ବିରୋଧୀ। ମୋଦି ସରକାରଙ୍କୁ ଜବାବଦେହୀ ହେବାକୁ ପଡ଼ିବ। ସଂସଦରେ ଚର୍ଚ୍ଚାରୁ ପଳାୟନପଂଥୀ ସାଜିପାରିବେନି ସରକାର। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭, ଲୋକ କଲ୍ୟାଣ ମାର୍ଗ ବାହାରେ ଧାରଣା ଦେଇ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜ ଓ ବଳପ୍ରୟୋଗ ବିରୋଧରେ ଏହି ଧାରଣା ଦିଆଯାଇଥିଲା। ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଉପରେ ଛାତ୍ରମାନଙ୍କ ସ୍ୱରକୁ ଦମନ କରିବାର ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଘଟଣା ପାଇଁ ଦାୟୀ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ ଛାତ୍ରମାନଙ୍କ ଉପରେ ହୋଇଥିବା କଥିତ ଅତ୍ୟାଚାରକୁ କଂଗ୍ରେସ ସହ୍ୟ କରିବ ନାହିଁ ଏବଂ ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ।
