ମଦ ଓ ଲୁଟ୍ ନିଶାରେ କ୍ୟାବ୍ ଡ୍ରାଇଭରକୁ ମର୍ଡର
ଏ ପୁରା ଘଟଣାର ଷଡ଼ଯନ୍ତ୍ରକାରୀ ଥିଲା ଅୟାନ। ଅମନ ଛୁରୀ ରଖିଥିଲା। ୪ଜଣ ମଦ ପିଇବା ପରେ ରାପିଡୋ ଆପ୍ସକୁ ବିଜୟଙ୍କ କ୍ୟାବ୍ ବୁକ୍ କରିଥିଲେ। ଚିତ୍ରାବିହାର ରେଡ୍ ଲାଇଟ ପାଖରେ ପହଞ୍ଚି ସେମାନେ ବିଜୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ବିଜୟ ସିଟ୍ ବେଲଟ ପିନ୍ଧିଥିଲେ। ପଛପଟୁ ଜଣେ ବଦମାସ ଛୁରୀରେ ତଣ୍ଟିକୁ କାଟିଦେଲା।

କ୍ୟାବ୍ ବୁକ୍ କରି ଡ୍ରାଇଭରକୁ ହତ୍ୟା। ଦିଲ୍ଲୀ କୃଷ୍ଣାନଗରରେ ରାପିଡୋ କ୍ୟାବ୍ ଡ୍ରାଇଭର ବିଜୟ କୁମାରଙ୍କୁ ଛୁରୀ ଭୂଷି ହତ୍ୟା ମାମଲାରେ ଖୁଲାସା କରିଛି ପୁଲିସ। ୨୪ ଘଣ୍ଟା ଭିତରେ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ଅଛି। ବିଜୟଙ୍କଠୁ ଲୁଟ୍ ଉଦ୍ଦେଶ୍ୟରେ ଏମାନେ ତାଙ୍କୁ ହତ୍ୟା କରିଦେଲେ। କାର ଭିତରେ ବିଜୟଙ୍କ ରକ୍ତ ଜୁଡୁବୁଡ଼ୁ ଶରୀରକୁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ୩ ଅଭିଯୁକ୍ତ ହେଲେ ୨୦ ବର୍ଷୀୟ ଅୟାନ, ୧୯ ବର୍ଷୀୟ ସାହିଲ ଓ ୧୭ ବର୍ଷର ନାବାଳକ। ଚତୁର୍ଥ ଅଭିଯୁକ୍ତ ଅମନ ଫେରାର୍ ହୋଇଯାଇଛି। ଶାହଦରା ପୁଲିସର କହିବା କଥା, ଏ ପୁରା ଘଟଣାର ଷଡ଼ଯନ୍ତ୍ରକାରୀ ଥିଲା ଅୟାନ। ଅମନ ଛୁରୀ ରଖିଥିଲା। ୪ଜଣ ମଦ ପିଇବା ପରେ ରାପିଡୋ ଆପ୍ସକୁ ବିଜୟଙ୍କ କ୍ୟାବ୍ ବୁକ୍ କରିଥିଲେ। ଚିତ୍ରାବିହାର ରେଡ୍ ଲାଇଟ ପାଖରେ ପହଞ୍ଚି ସେମାନେ ବିଜୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ବିଜୟ ସିଟ୍ ବେଲଟ ପିନ୍ଧିଥିଲେ। ପଛପଟୁ ଜଣେ ବଦମାସ ଛୁରୀରେ ତଣ୍ଟିକୁ କାଟିଦେଲା। ମାରିବା ପରେ ଶବ ଉପରେ ନାବାଳକ ବଦମାସ ଜଣକ ବସି ପ୍ରାୟ ଦେଢ଼ କିଲୋମିଟର ଗାଡ଼ି ଚଳାଇଥିଲା। ନିଶାଗ୍ରସ୍ତ ଥିବାରୁ ଆଉ ଏକ କାର ସହ ଧକ୍କା କରିଦେଇଥିଲା। ଆଉ ଧରାପଡ଼ିବା ଭୟରେ ଦୌଡ଼ିଥିଲେ। ଡ୍ରାଇଭିଂ ସିଟରେ ଡ୍ରାଇଭରର ରକ୍ତ ଜୁଡୁବୁଡ଼ୁ ଶରୀର ଦେଖି ଲୋକେ ପୁଲିସକୁ ଫୋନ କରିଥିଲେ। ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିଲା। ମର୍ଡର ପରେ ପୁଲିସ ମାରୁତିୱାଗନ କାର୍, ମୋବାଇଲ ଫୋନ ଓ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି। ସିସିଟିଭି ଫୁଟେଜ, ସିଡିଆର ଓ ଫରେନସିକ ସାକ୍ଷ୍ୟପ୍ରମାଣ ଆଧାରରେ ଖୁଲାସା କରିଥିଲା। ଅୟାନ ପୂର୍ବରୁ ଅପରାଧିକ ମାମଲାରେ ସଂପୃକ୍ତ ଥିଲା। ମଦ ଓ ଲୁଟ୍ ଉଦ୍ଦେଶ୍ୟରେ ହିଁ ଏହି ମର୍ଡର ହୋଇଛି।
