ମହିଳାଙ୍କ ଉପରେ ମରଣାତ୍ମକ ଆକ୍ରମଣ, ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାତ୍ମକ ଆକ୍ରମଣ ପରେ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ।
ଜୟପାଟଣା: ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାତ୍ମକ ଆକ୍ରମଣ ପରେ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ । ଅଭିଯୁକ୍ତ ଜୟପାଟଣା କିଶୋରପଡ଼ା ଅଞ୍ଚଳର ସୁମନ୍ତ ରାଉତ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ପୀଡ଼ିତା ଘରେ ରୋଷେଇ କରୁଥିବା ବେଳେ ଅଭିଯୁକ୍ତ ଘରକୁ ଆସି ଥିଲା । ଘରେ ଏକା ଥିବା ସୁଯୋଗ ନେଇ ସେ ଦୁଷ୍କର୍ମ ଉଦ୍ୟମ କରିଥିଲା । ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଶାଢ଼ୀ ଟଣାଓଟରା କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା । ସେହିପରି ଛୁରୀ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଯୁବକ । ମହିଳାଙ୍କ ଗଳା ଚିପିବା, ଚୁଟି ଘୁସାରି କାନ୍ଥରେ ମୁଣ୍ଡ ବାଡ଼େଇଦେବା ଭଳି ଗୁରୁତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ପୀଡ଼ିତା ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କ ମଙ୍ଗଳସୂତ୍ର ଓ ସୁନା ଚେନ୍ ମଧ୍ୟ ଛିଣ୍ଡେଇ ନେଇ ଯାଇଥିଲା ଅଭିଯୁକ୍ତ ଆକ୍ରମଣରେ ପୀଡ଼ିତା ଅସୁସ୍ଥ ହୋଇ ପଡ଼ିଯାଇଥିବା ବେଳେ ତାଙ୍କ ବେକରୁ ମଙ୍ଗଳସୂତ୍ର ଓ ସୁନା ଚେନ୍ ଛିଣ୍ଡେଇ ନେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଜୟପାଟଣା ଥାନାରେ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
