ହାଜତରେ ଦଳିତ ଯୁବକର ମୃତ୍ୟୁ!
ପାଣି ପିଇବା ଅବସ୍ଥାରେ ନଥିଲେ ରାଜେଶ। ଶେଷରେ ପୁଲିସ କର୍ମୀଙ୍କ ହାତ ଛାଡ଼ି ସେ ଜମିରେ ଲୋଟିପଡ଼ିଲେ। ସୁଧାର ନ ଆସିବାରୁ ହସ୍ପିଟାଲ ନେଇଥିଲେ। ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ
P
By Pradeep Kumar NayakPublished: Aug 29, 2026, 06:06 PM •1 min read •7 Views

ମନ୍ଦିର ଉତ୍ସବରେ ଲାଉଡ ସ୍ପିକର ବିବାଦରୁ ଅଗଷ୍ଟ ୨୭ରେ ଅଟସେନାର ଦଳିତ ଯୁବକ ରାଜେଶକୁ ଥାନାକୁ ନେଇଥିଲା ପୁଲିସ। ବୁଦାୟୁଁ ଡାଟାଗଞ୍ଜ ଥାନାରେ ରାତି କାଟିଥିଲା। ଅଗଷ୍ଟ ୨୮ ଅପରାହ୍ନରେ ଅଚାନକ ଟଏଲଟରୁ ଫେରିବା ପରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ଦୁଇ ପୁଲିସ କର୍ମୀ ପାଣି ଦେଇ ହୋସ୍ ଫେରାଇବାକୁ କରିଥିଲେ ଚେଷ୍ଟା। ହେଲେ ପାଣି ପିଇବା ଅବସ୍ଥାରେ ନଥିଲେ ରାଜେଶ। ଶେଷରେ ପୁଲିସ କର୍ମୀଙ୍କ ହାତ ଛାଡ଼ି ସେ ଜମିରେ ଲୋଟିପଡ଼ିଲେ। ସୁଧାର ନ ଆସିବାରୁ ହସ୍ପିଟାଲ ନେଇଥିଲେ। ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସ ନିର୍ଯାତନାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଆରୋପ ଲଦିଥିଲା ବେଳେ ଶବ ବ୍ୟବଛେଦ ରିପୋର୍ଟରୁ ଏହା ହୃଦଘାତ ବୋଲି ଜଣାପଡ଼ିଛି। ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ରାଜେଶର ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଖରାପ ଥିଲା ବୋଲି କହୁଛି ପୁଲିସ। ହାଜତ ମୃତ୍ୟୁ ଅଭିଯୋଗ ଆସିବାରୁ ଏହାର ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଲକଅପ୍ ବାହାରେ ରାଜେଶ ଅଚେତ ହୋଇପଡ଼ିଥିଲେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
