Cuttack vigilance trap: ଭିଜିଲାନ୍ସ ଜାଲରେ ବନ ଅଧିକାରୀ ମୌସୁମୀ
କଟକରେ ଭିଜିଲାନ୍ସ ଜାଲରେ ବନ ବିଭାଗର ଡେପୁଟି ରେଞ୍ଜର ମୌସୁମୀ ବେହେରା। ନଖରା ବନଖଣ୍ଡ କାର୍ଯ୍ୟାଳୟ ଓ ନିକଟସ୍ଥ କ୍ୱାର୍ଟରରେ ଚଢ଼ାଉ ପରେ ତାଙ୍କୁ ଟିମ୍ ଉଠାଇନେଇଥିବା ସୂଚନା ମିଳିଛି।

କଟକ: ଭିଜିଲାନ୍ସ ଜାଲରେ ବନ ବିଭାଗର ଡେପୁଟି ରେଞ୍ଜର ମୌସୁମୀ ବେହେରା। କଟକ ଫୁଲନଖରା ବନଖଣ୍ଡରେ କାର୍ଯ୍ୟରତ ଡେପୁଟି ରେଞ୍ଜରଙ୍କୁ ଟ୍ରାପ୍ କରିଛି କଟକ ଭିଜିଲାନ୍ସ ଟିମ୍। ଗୁରୁବାର ସକାଳ ପ୍ରାୟ ୧୦ଟା ସୁଦ୍ଧା ଖପୁରିଆସ୍ଥିତ ନଖରା ବନଖଣ୍ଡ କାର୍ଯ୍ୟାଳୟ ଏବଂ ନିକଟସ୍ଥ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ପରେ ଡେପୁଟି ରେଞ୍ଜର ମୌସୁମୀ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ନେଇଥିବା ସୂଚନା ମିଳିଛି। ତେବେ କେଉଁ ଅଭିଯୋଗ ଆଧାରରେ ଏହି ଟ୍ରାପ୍ କରାଯାଇଛି ଏବଂ ତାଙ୍କଠାରୁ କେତେ ଟଙ୍କା ଜବତ ହୋଇଛି, ସେନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ। ସୂଚନା ଅନୁସାରେ, ଡେପୁଟି ରେଞ୍ଜରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ଆସୁଥିବା କୁହାଯାଉଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଏବଂ ବର୍ତ୍ତମାନର ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ସହ ସେଗୁଡ଼ିକର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଭିଜିଲାନ୍ସ ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।
