୨୬ଦିନ ପରେ ଜଙ୍ଗଲରରୁ ଉଦ୍ଧାର ଯୁବତୀର କଙ୍କାଳ
କେନ୍ଦୁଝର: ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି । ହତ୍ୟାର ୨୬ ଦିନ ପରେ ଜଙ୍ଗଲରରୁ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ ।
କେନ୍ଦୁଝର: ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି । ହତ୍ୟାର ୨୬ ଦିନ ପରେ ଜଙ୍ଗଲରରୁ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ । ଗୋଟିଏ ସ୍ଥାନରେ ପ୍ରେମିକାକୁ ଧାରୁଆ ଛୁରୀରେ ବିଭତ୍ସ ହତ୍ୟା କରିବା ପରେ ମୃତଦେହକୁ ୫ କି.ମି. ଦୂର ରୋଇଡ଼ା ସିଦ୍ଧମଠ ଘଞ୍ଚ ଜଙ୍ଗଲରେ ପୋତିଦେଇ ଥିଲା ପ୍ରେମିକ । ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରି ଏହି ହତ୍ୟାକାଣ୍ଡ ଭିଆଇ ଥିବା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ପ୍ରେମିକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଝାଡ଼ଗାଁର ଅନୀତାକୁ ସେହି ଗ୍ରାମର ସଂଗ୍ରାମ ଆଲଦା ପ୍ରେମ କରୁଥିଲା । ତେବେ ଗତ କିଛିମାସ ସଂଗ୍ରାମକୁ ଛାଡି ଅନୀତା ଆଉ ଏକ ଯୁବକକୁ ଭଲ ପାଇବାକୁ ନେଇ ପ୍ରତିହିଂସା ପରାୟଣ ହୋଇ ସଂଗ୍ରାମ ଗତ ମାସ ୧୧ ତାରିଖରେ ଯୁବତୀ ଅନିତା ମହାକୁଡ଼କୁ ହତ୍ୟା ପରେ ଜଙ୍ଗଲ ଭିତରେ ପୋତି ଦେଇଥିଲା । ଯୁବତୀ ନିଖୋଜ ନେଇ ପରିବାର ଲୋକେ ଥାନରେ ଏତଲା ଦେଇଥିଲେ। ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ପୋଲିସ ହତ୍ୟାକାଣ୍ଡ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ରୋଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ପ୍ରେମିକ ଯୁବତୀକୁ ହତ୍ୟା କରି ମୃତଦେହ ପୋତିଥିବା ନେଇ ଜଣାଇବା ପରେ ପୋତି ଥିବା ସ୍ଥାନ ଦେଖାଇଥିଲା ଅଭିଯୁକ୍ତ ପ୍ରେମିକ।
