ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତିକୁ ନେଇ କଂଗ୍ରେସର ପ୍ରେସମିଟ୍
ବାଲେଶ୍ୱର: ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ବାଲେଶ୍ୱରର ଟାଉନ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।
ବାଲେଶ୍ୱର: ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତିକୁ ନେଇ କଂଗ୍ରେସର ପ୍ରେସମିଟ୍। ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ବାଲେଶ୍ୱରର ଟାଉନ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସରକାର ଏହାକୁ ସଫଳତାର ଦୁଇ ବର୍ଷ ବୋଲି ପ୍ରଚାର କରୁଥିବାବେଳେ, କଂଗ୍ରେସ ଏହାକୁ “ବିଫଳତାର ଦୁଇ ବର୍ଷ” ବୋଲି ଅଭିହିତ କରିଛି। ବାଲେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ନୀତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଟାଉନ କଂଗ୍ରେସ ସଭାପତି ଅନୁପ କୁମାର ସ୍ୱାଇଁ କହିଥିଲେ ଯେ, ଭତ୍ତା ପ୍ରଦାନରେ ବିଳମ୍ବ, ଧାନର ଅଭାବୀ ବିକ୍ରି ଓ କଟନି-ଛଟଣି ସମସ୍ୟା, NEET ପ୍ରଶ୍ନପତ୍ର ଲିକ୍ ଘଟଣା, ବଢ଼ୁଥିବା ନାରୀ ନିର୍ଯାତନା ଏବଂ ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ନମିଳିବା ଭଳି ପ୍ରସଙ୍ଗରେ ବିଜେପି ସରକାର ବିଫଳ ହୋଇଛନ୍ତି। ସେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀଙ୍କ ସମେତ ଦଳର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
