ଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ- ବିସିଆଇ ଉପରେ କ୍ଷୋଭ ଝାଡ଼ିଲେ ସିଜେଆଇ
ଏ କଥାବାର୍ତ୍ତା ଛାତ୍ର ଓ ତାଙ୍କ ଭିତରର କଥା। ବିନା କାରଣରେ ବିସିଆଇ ସେମାନଙ୍କୁ ସର୍କୁଲାର ଜାରି କରିବାକୁ କିଏ। ଯେବେ ମୁଁ କଲେଜରେ ପଢ଼ୁଥିଲି,ମୁଁ ବି ଷ୍ଟୁଡେଣ୍ଟ ଆକ୍ଟିଭିଟିରେ ସକ୍ରିୟ ଥିଲି। ଯଦିବା କେବେ କେବେ ଭୁଲ କଥା କହିଦିଅନ୍ତି ଛାତ୍ର। ଯଦି ତାହା ଆଇନଗତ ଭାବେ ଠିକ୍ ଓ ନିଜର ସ୍ୱର ଉଠାଉଛନ୍ତି, ତାକୁ ଅନୁମତି ଦେବା କଥା।

ବାର୍ କାଉନସିଲ ଅଫ ଇଣ୍ଡିଆ ଉପରେ ବର୍ଷିଲେ ସିଜେଆଇ। ନାଲସାର ୟୁନିଭରସିଟି ସହ ଜଡ଼ିତ ମାମଲାରେ ବିଗିଡ଼ିଲେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ। ହାଇଦ୍ରାବାଦର ନାଲସାର ୟୁନିଭରସିଟିରେ ଗ୍ରାଜୁଏଟ୍ସଙ୍କ ଏନରୋଲମେଣ୍ଟ ଉପରେ ରୋକ୍ ଲଗାଇଦିଆଯାଇଥିଲା। ଯାହାକୁ ନେଇ କ୍ଷୋଭ ଝାଡ଼ିଛନ୍ତି ସିଜେଆଇ। ଏ ମାମଲା ତାଙ୍କର ଓ ଛାତ୍ରଙ୍କ ଭିତରେ ମାମଲା ବୋଲି କହିଛନ୍ତି ସିଜେଆଇ। ବିସିଆଇ ବା ବାର୍ କାଉନସିଲ ଅଫ ଇଣ୍ଡିଆ ଏ ମାମଲାରେ ଦଖଲ ଦେବା ଦରକାର ନାହିଁ। କାରଣ ଛାତ୍ରଙ୍କର ଆଇନଗତ ଭାବେ ପ୍ରତିବାଦ କରିବାର ଅଧିକାର ଅଛି। ଏହା କହି ବିସିଆଇକୁ ଜବାବ ମାଗିଛନ୍ତି। ଆଉ କହିଛନ୍ତି ନାଲସାରର ଛାତ୍ର ଓ ଫ୍ୟାକଲଟିଙ୍କ ବିରୁଦ୍ଧରେ କୌଣସି ଦଣ୍ଡବିଧାନ ହେବା ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବନି। ବିସିଆଇକୁ ସିଜେଆଇ କହିଛନ୍ତି, ଏଥିରେ ବିସିଆଇର କୌଣସି ଲେନଦେନ ନାହିଁ। ଛାତ୍ରମାନେ ତାଙ୍କୁ ଚିଠି ଲେଖିଛନ୍ତି। ଏ କଥାବାର୍ତ୍ତା ଛାତ୍ର ଓ ତାଙ୍କ ଭିତରର କଥା। ବିନା କାରଣରେ ବିସିଆଇ ସେମାନଙ୍କୁ ସର୍କୁଲାର ଜାରି କରିବାକୁ କିଏ। ଯେବେ ମୁଁ କଲେଜରେ ପଢ଼ୁଥିଲି,ମୁଁ ବି ଷ୍ଟୁଡେଣ୍ଟ ଆକ୍ଟିଭିଟିରେ ସକ୍ରିୟ ଥିଲି। ଯଦିବା କେବେ କେବେ ଭୁଲ କଥା କହିଦିଅନ୍ତି ଛାତ୍ର। ଯଦି ତାହା ଆଇନଗତ ଭାବେ ଠିକ୍ ଓ ନିଜର ସ୍ୱର ଉଠାଉଛନ୍ତି, ତାକୁ ଅନୁମତି ଦେବା କଥା। ଦୁଇ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣୀ ଲାଗି ତାରିଖ ଧାର୍ଯ୍ୟ ହୋଇଛି। ତେବେ ଆସନ୍ତୁ ଜାଣିବା। ୟୁନିଭରସିଟି ଛାତ୍ର ଓ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବିବାଦ ଭିତରେ ବିସିଆଇ କେମିତି ମାରିଲା ଏଣ୍ଟ୍ରି। ବାର୍ କାଉନସିଲ ଏହି ୟୁନିଭରସିଟିର ୨୦୨୬ ବ୍ୟାଚର ଛାତ୍ରଙ୍କ ଓକିଲ ପଞ୍ଜୀକରଣ ଉପରେ ରୋକ୍ ଲଗାଇଦେଇଥିଲା। ଯେଉଁମାନେ ଆଇନ ପଢ଼ା ପୁରା କରିସାରିଲେଣି। ଏହାର କିଛି ଘଣ୍ଟା ପରେ ଆଦେଶ ପ୍ରତ୍ୟାହାର କରିନେଇଛି। ବିଶେଷ କରି ୟୁନିଭରସିଟିର ଦୀକ୍ଷାନ୍ତ ସମାରୋହରେ ସିଜେଆଇଙ୍କୁ ମୁଖ୍ୟ ଅତିଥି କରିବାରୁ ଆରମ୍ଭ ହୋଇଥିଲା ଏ ବିବାଦ। କିଛି ଛାତ୍ର ଏହି ନିଷ୍ପତ୍ତିକୁ ନେଇ ପ୍ରତିବାଦ କରିଥିଲେ। ଦୀକ୍ଷାନ୍ତ ସମାରୋହରେ ସିଜେଆଇଙ୍କୁ ମୁଖ୍ୟ ଅତିଥି ଭାବେ କରିବାକୁ ପ୍ରସ୍ତାବ ଥିଲା। ଏହାକୁ ଏକ ଛାତ୍ରଗୋଷ୍ଠୀ ବିରୋଧ କରିଥିଲେ। ଜୁଲାଇ ୨୩ରେ ଆଇନ ପଢ଼ା ସାରିଥିବା ୭୦ ଛାତ୍ର କୁଳପତି, କୁଳସଚିବ ଓ ଅଧ୍ୟାପକଙ୍କୁ ଏକ ଚିଠି ଲେଖିଥିଲେ। ଜନ୍ତରମନ୍ତରରେ ଛାତ୍ରଙ୍କ ଉପରେ ପୁଲିସର ବର୍ବରତା ହେଲା। ଅଥଚ ଏ ସମ୍ପର୍କିତ ଭିଡ଼ିଓ ଫୁଟେଜ ଦେଖିବାକୁ ବି ସମୟ ନାହିଁ କହି ସିଜେଆଇ ନିଜର ଅସମ୍ୱେଦନଶୀଳତା ଦେଖାଇଲେ। ନାଲସାରରେ ଛାତ୍ରଙ୍କୁ ସମ୍ୱିଧାନ, ନାଗରିକ ସ୍ୱତନ୍ତ୍ରତା ଓ ଅସହମତିର ସ୍ୱରକୁ ସମ୍ମାନ ଜଣାଇବାକୁ ଶିକ୍ଷା ଦିଆଯାଇଛି। ଏମିତିରେ ଯେଉଁ ବ୍ୟକ୍ତିଙ୍କର ସାର୍ବଜନୀନ ଆଚରଣ ଓ ମୂଲ୍ୟବୋଧ ଏହାର ବିପରୀତ। ତାଙ୍କଠୁ ଡିଗ୍ରୀ ନେବା ଅସହଜ କରିବ। ଆଉ ଏ ବିବାଦ ୟୁନିଭରସିଟି ପରିସରରୁ ବାହାରି ପୁରା ଦେଶର ଆଇନ ବ୍ୟବସ୍ଥା ଯାଏ ପହଞ୍ଚିଗଲା। ଛାତ୍ରଗୋଷ୍ଠୀ ପକ୍ଷରୁ ସିଜେଆଇଙ୍କ ବିରୁଦ୍ଧରେ ଚାଲିଥିବା ଏହି ଅଭିଯାନକୁ ଗମ୍ଭୀରତାର ସହ ନେଇଥିଲା ବିସିଆଇ। କାଉନସିଲ ଅଧ୍ୟକ୍ଷ ମନନ କୁମାର ମିଶ୍ରା ଆଗ ଏକ ଆଦେଶ ଜାରି କରିଥିଲେ। ସମସ୍ତ ରାଜ୍ୟ ବାର୍ କାଉନସିଲକୁ ନିର୍ଦେଶ ଦିଆଗଲା ଯେ, ନାଲସାରରୁ ୨୦୨୬ ପାସଆଉଟ୍ ଛାତ୍ରଙ୍କୁ ଓକିଲ ହିସାବରେ ପଞ୍ଜୀକରଣ ଦିଆଯିବନି। ପରବର୍ତ୍ତୀ ଆଦେଶ ନଯିବା ଯାଏ କେହି ଏମାନଙ୍କୁ ଏନରୋଲମେଣ୍ଟ କରିବେନି। ଏହା ସହ ନାଲସାରରୁ ବିସ୍ତୃତ ରିପୋର୍ଟ ମାଗିଥିଲା ବିସିଆଇ। ଯେଉଁମାନେ ଏହି ଅଭିଯାନରେ ସାମିଲ୍ ହୋଇଥିଲେ, ସେମାନଙ୍କ ତାଲିକା ମାଗିଥିଲା। ଏହା ସହ ଜାଣିବାକୁ ଚାହିଁଥିଲା, ସିଜେଆଇଙ୍କ ବିରୋଧୀ ଅଭିଯାନରେ ଶିକ୍ଷକ, ପୂର୍ବତନ ଛାତ୍ର, ଛାତ୍ର ସଂଗଠନ ବା ବାହାରର କୌଣସି ଲୋକ ସାମିଲ ଅଛନ୍ତି କି ନାହିଁ। ଯେଉଁମାନେ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦର ଗାରିମା ପ୍ରତି ଅନାଦର ଦେଖାଉଛନ୍ତି, ସେମାନେ କଅଣ ଆଇନ ପେଶାରେ ଜରୁରୀ ଅନୁଶାସନ ଓ ନୈତିକ ମୂଲ୍ୟବୋଧ ମାନକୁ ବଜାୟ ରଖିପାରିବେ। ଏତିକିବେଳେ ହିଁ ଏ ପୁରା ମାମଲା ସବୁଠୁ ବିବାଦୀୟ ଧରିଥିଲା। କିଛି ଛାତ୍ରଙ୍କ ଲାଗି ପୁରା ବ୍ୟାଚକୁ କାହିଁକି ଟାର୍ଗେଟ କରାଯାଉଛି କହି ପ୍ରଶ୍ନ ଉଠିଥିଲା। ଯେଉଁମାନେ ଏଭଳି କରୁଛନ୍ତି, ତଦନ୍ତ ସେମାନଙ୍କ ଯାଏ ସୀମିତ ରହୁ। ସୋସିଆଲ ମିଡିଆରେ ବି ଏହାକୁ ନେଇ ବେଶ୍ ସମାଲୋଚନା କରାଗଲା। ଛାତ୍ରଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏହା ଆଞ୍ଚ ବୋଲି କୁହାଗଲା। ଏହାର କିଛି ଘଣ୍ଟା ପରେ ବିସିଆଇ ନୂଆ ନିର୍ଦେଶାନାମା ଜାରି କଲା। କାଉନସିଲ କହିଲା, ଅଧିକାଂଶ ଛାତ୍ର ନିର୍ଦ୍ଦୋଷ। କିଛି ଛାତ୍ରଙ୍କ ଆଚରଣ ଲାଗି ପୁରା ବ୍ୟାଚକୁ ଦାୟୀ କରାଯାଇପାରିବନି। ଏହା ପରେ ୨୦୨୬ ବ୍ୟାଚର ସମସ୍ତ ଛାତ୍ରଙ୍କୁ ନିଜ ପସନ୍ଦର ରାଜ୍ୟ ବାର୍ କାଉନସିଲରେ ପଞ୍ଜୀକରଣ ଲାଗି ଅନୁମତି ଦେଇଥିଲା ବିସିଆଇ। ତେବେ ଏ ବିବାଦରେ ସିଜେପିର ଏଣ୍ଟ୍ରି ରୋଚକ ମୋଡ଼ ନେଇଥିଲା। ସିଜେପି ସଂସ୍ଥାପକ ଅଭିଜିତ ଦୀପକେ ବିସିଆଇର ଆଦେଶ ବିରୁଦ୍ଧରେ ଆନ୍ଦୋଳନର ଚେତାବନୀ ଦେଇଥିଲେ। ଦୀପକେ କହିଥିଲେ, ଯଦି ସମସ୍ତ ଆଇନ ଅସରପା ଏକାଠି ହୋଇଯିବେ, ତେବେ ଅବସ୍ଥା କଅଣ ହେବ। ଏ ଟିପ୍ପଣୀ ସିଜେଆଇଙ୍କ ପୂର୍ବ କକ୍ରୋଚ ବିବାଦର ପୃଷ୍ଠଭୂମିରେ ଥିଲା।
