ବ୍ୟବସାୟୀଙ୍କୁ ଗୁଳିମାଡ଼; ଘଟଣାସ୍ଥଳରୁ ଅପରାଧୀ ଫେରାର
ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଧୀନ ଅରଡ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଗୁରୁତର ବ୍ୟବସାୟୀ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର ।
B
By BHAKTILATA BARALPublished: Jun 25, 2026, 05:38 PM •1 min read •21 Views
ବାଲେଶ୍ୱର: ବ୍ୟବସାୟୀଙ୍କୁ ଗୁଳିମାଡ଼ । ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଧୀନ ଅରଡ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଆକ୍ରମଣକାରୀ ୮ରାଉଣ୍ଡ ଗୁଳି ଫୁଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ବ୍ୟବସାୟୀଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗୁଳି ଲାଗିଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜରୁ ମୋଟ ୮ରାଉଣ୍ଡ ଗୁଳି ଚାଲିଥିବା ସ୍ପଷ୍ଟ ହୋଇଛି। ତେବେ କିଏ ଓ କାହିଁକି ଗୁଳିମାଡ଼ କଲେ ସ୍ପଷ୍ଟ ହୋଇପାରି ନାହିଁ । ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...
