Fire Safety Mock Drill : ଏଡବ୍ଲ୍ୟୁଏଲ୍ ଆଗ୍ରୋରେ ଅଗ୍ନିଶମ ମକ୍ ଡ୍ରିଲ ; କର୍ମଚାରୀଙ୍କୁ ସଜାଗ
କମ୍ପାନୀ ପରିସରରେ ହଠାତ୍ ବାଜିଉଠିଲା ସାଇରନ୍ | ଚାରିଆଡ଼େ ଆତଙ୍କ, ଆଖି ପିଛୁଳାକେ ପହଂଚି ଗଲେ ସୁରକ୍ଷା ଟିମ୍ | ମାତ୍ର କିଛି ମିନିଟ୍ ମଧ୍ୟରେ ନିଆଁକୁ କଲେ ଆୟତ |ଦୁର୍ଘଟଣାରୁ ବଞ୍ଚିଗଲେ ସମସ୍ତେ | ଏଭଳି ଦ୍ରୁଶ୍ୟ ଆଜି ଦେଖିବାକୁ ମିଳିଥିଲା ପାରାଦୀପ ଏଡବ୍ଲ୍ୟୁଏଲ୍ ଆଗ୍ରୋ ବିଜିନେସ ଲିମିଟେଡ ମଧ୍ୟରେ |

କମ୍ପାନୀ ପରିସରରେ ହଠାତ୍ ସାଇରନ୍ ବାଜିବା ପରେ ଚାରିଆଡ଼େ ଖେଳିଗଲା ଆତଙ୍କ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ପୂର୍ବରୁ ଆଖିପିଛୁଳାକେ ଘଟଣାସ୍ଥଳରେ ପହଞ୍ଚିଗଲେ ସୁରକ୍ଷା ଟିମ୍ ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିନେଲେ। ତେବେ ଏହା କୌଣସି ପ୍ରକୃତ ଅଗ୍ନିକାଣ୍ଡ ନଥିଲା, ବରଂ କମ୍ପାନୀର ନିରାପତ୍ତା ପ୍ରସ୍ତୁତି ଯାଞ୍ଚ ପାଇଁ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର ‘ମକ୍ ଡ୍ରିଲ୍’। ପାରାଦୀପସ୍ଥିତ ଏଡବ୍ଲ୍ୟୁଏଲ୍ ଆଗ୍ରୋ ବିଜିନେସ୍ ଲିମିଟେଡ୍ (AWL Agro Business Ltd) ମଧ୍ୟରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଯଦି କମ୍ପାନୀ ମଧ୍ୟରେ କୌଣଷି କାରଣ ବଶତଃ ନିଆଁ ଲାଗେ ତେବେ କିଭଳି ତ୍ଵରିତ ପଦକ୍ଷେପ ଗ୍ରହଣ କରି ହେବ ତାର ଅତି ନିଖୁଣ ଭାବରେ ଚିତ୍ରି ଦେଖାଇ ଥିଲେ ଏଠାକାର କର୍ମଚାରୀ | ନିଆଁ ଲାଗିଲା ସମୟରେ ସାଇରନ ବଜାଇବା ସହ କମ୍ପାନୀ ମଧ୍ୟରେ ରହିଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ସମସ୍ତଙ୍କୁ ଆଲର୍ଟ କରିବା ଓ ନିଆଁକୁ ପାଣି ସହ ଫୋମ୍ ସହାୟତାରେ କିଭଳି ଆୟତ କରି ପାରିବ ତାକୁ ସେମାନେ ଦେଖାଇଥିଲେ |
ଏହି ସଫଳ ମକ୍ ଡ୍ରିଲ୍ ପରେ କମ୍ପାନୀ ପରିସରରେ ଏକ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମଚାରୀଙ୍କ ସୁରକ୍ଷା, ଜରୁରୀ ସୂଚନା ପ୍ରଦାନ ବ୍ୟବସ୍ଥା ଏବଂ ନିରାପତ୍ତା ନିୟମାବଳୀକୁ ଆହୁରି କଡ଼ାକଡ଼ି କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସଠିକ୍ ସମୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଏହା ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହେବ ବୋଲି ସୁରକ୍ଷା ଅଧିକାରୀମାନେ ପ୍ରକାଶ କରିଛନ୍ତି।
