ବୁଗୁଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଘର ବାହୁଡ଼ା, ବିଜେପି ଛାଡ଼ି ବିଜେଡିରେ ସାମିଲ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପତିୟଦର୍ଶିନି ଆଚାରୀ ପୁଣି ଥରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
B
By BHAKTILATA BARALPublished: Jun 20, 2026, 11:01 AM •1 min read •9 Views
ଭୁବନେଶ୍ୱର : ଘର ବାହୁଡ଼ିଲେ ବୁଗୁଡ଼ା ବ୍ଲକ ଅଧକ୍ଷା । ବିଜେପି ଛାଡି ବିଜେଡିରେ ମିଶିଲେ ବୁଗୁଡ଼ା ବ୍ଲକ ଅଧକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ | ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ପୁଣି ଥରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେପି ସରକାର ଗଠନ ପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଶୁକ୍ରବାର ଦିନ ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ନବୀନ ନିବାସରେ ସେ ଓ ତାଙ୍କ ସମର୍ଥକମାନେ ବିଜେଡିରେ ସାମିଲି ହୋଇଛନ୍ତି । କେ. ପ୍ରିୟଦର୍ଶିନୀ ଆଚାରୀ ଅଭିଯୋଗ କରିଛନ୍ତି ଯେ ବିଜେପିରେ ତାଙ୍କୁ ଯଥେଷ୍ଟ ସମ୍ମାନ ମିଳୁନଥିଲା। ଏହାସହ ତାଙ୍କ ବ୍ୟବସାୟକୁ ଜାଣି ଶୁଣି ବନ୍ଦ କରାଯାଉଥିବା ଅଭିଯୋଗ ଆଣିଛନ୍ତି | ସେଥି ପାଇଁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...
