Bloodbath At Rohtak Dhaba :ଢାବାରେ ଫାୟାରିଂ- ୪ ମୃତ
ରୋହତକର ଦିଲ୍ଲୀ ରୋଡସ୍ଥିତ ମିଲନ ଢାବାରେ ଆକ୍ରମଣକାରୀ ପଶି ପ୍ରାୟ ୫୦ ରାଉଣ୍ଡ ଫାୟାରିଂ କଲେ। ଗୁଳିମାଡ଼ରେ ଗୋଟିଏ ଗାଁର ୩ ଜଣ ରିଙ୍କୁ, ବୀନିତ ଓ ରାଜୁର ମୃତ୍ୟୁ ହୋଇଛି। ଟେବୁଲରେ ଖାଉଥିବା ବେଳେ ହିଁ ଟଳିପଡ଼ିଲେ। ଆଉ ସନ୍ନିକୁ ଖୋଜିବାକୁ ଯାଇ ଆଉ ଜଣେ ଯୁବକ ହିଂମାଶୁକୁ ପ୍ରଥମ ମହଲା ଯାଏ ଦୌଡ଼ାଇ ଦୌଡ଼ାଇ ତାକୁ ବି ମାରିଦେଲେ

ହରିଆଣା ରୋହତକରେ ଗ୍ୟାଙ୍ଗଓ୍ୱାର। ମିଲନ ଢାବାରେ ପଶି ଫାୟାରିଂ କରିବାରୁ ୪ ଯୁବକ ମୃତ। ବୁଧବାର ବିଳମ୍ୱିତ ରାତିରେ ହୋଟେଲରେ ଖାଉଥିବା ବେଳେ ଗୁଳି ବର୍ଷଣ। ହିମାଂଶୁ ଓରଫ ଭାଉ ରିଟୋଲିଆ ଗ୍ୟାଙ୍ଗ୍ ଏଥିଲାଗି ନିଜକୁ ଦାୟୀ କଲା। ରୋହତକର ଦିଲ୍ଲୀ ରୋଡସ୍ଥିତ ମିଲନ ଢାବାରେ ଆକ୍ରମଣକାରୀ ପଶି ପ୍ରାୟ ୫୦ ରାଉଣ୍ଡ ଫାୟାରିଂ କଲେ। ଗୁଳିମାଡ଼ରେ ଗୋଟିଏ ଗାଁର ୩ ଜଣ ରିଙ୍କୁ, ବୀନିତ ଓ ରାଜୁର ମୃତ୍ୟୁ ହୋଇଛି। ଟେବୁଲରେ ଖାଉଥିବା ବେଳେ ହିଁ ଟଳିପଡ଼ିଲେ। ଆଉ ସନ୍ନିକୁ ଖୋଜିବାକୁ ଯାଇ ଆଉ ଜଣେ ଯୁବକ ହିଂମାଶୁକୁ ପ୍ରଥମ ମହଲା ଯାଏ ଦୌଡ଼ାଇ ଦୌଡ଼ାଇ ତାକୁ ବି ମାରିଦେଲେ। ହିମାଂଶୁର କୌଣସି ଗ୍ୟାଙ୍ଗ ସହ ସଂପୃକ୍ତି ନଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି, ବିନୀତ ଓ ରାଜୁ ସନ୍ନି ସହ ରହୁଥିଲେ। ଗ୍ୟାଙ୍ଗଷ୍ଟର ହିମାଂଶୁ ଓରଫ ଭାଉ ଗ୍ୟାଙ୍ଗ ସହ ସନ୍ନିର ପୁରୁଣା ଶତୃତା ଥିଲା। ରାତି ପ୍ରାୟ ଗୋଟାଏରେ ଢାବାରେ ୫୦ରୁ ଅଧିକ ଲୋକ ଖାଉଥିଲେ। ସେତିକିବେଳେ ୨ଟି ଗାଡ଼ିରେ ଆକ୍ରମଣକାରୀ ଆସି ସନ୍ନି ଗ୍ୟାଙ୍ଗର ୩ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ। ଅନ୍ଧାଧୁନିଆ ଫାୟାରିଂରେ ପୁରା ଢାବାରେ ହଇଚଇ ଖେଳିଯାଇଥିଲା। ଖାଉଥିବା ଲୋକେ ଓ ଢାବାର କର୍ମଚାରୀ ଟେବୁଲ ତଳେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ। ଚାରି ଜଣଙ୍କୁ ମାରିବା ପରେ ଦୁର୍ବୃତ୍ତ ଦୁଇଟି ଗାଡ଼ିରେ ଦିଲ୍ଲୀ ଆଡ଼କୁ ଫେରାର୍ ହୋଇଗଲେ। ୩ ଜଣ ଯୁବକଙ୍କୁ ମାରିବା ପରେ ଆକ୍ରମଣକାରୀ ରିଟୋଲି ନିବାସୀ ସନ୍ନି ବାବଦରେ ପଚାରିଥିଲେ। ସନ୍ଦେହରେ ବେରି ନିବାସୀ ହିମାଂଶୁକୁ ଗୁଳି କରିଦେଲେ। ଗୁଳି ଲାଗିବା ସତ୍ତ୍ୱେ ହିମାଂଶୁ ଜୀବନ ବଞ୍ଚାଇବାକୁ ହୋଟେଲର ପ୍ରଥମ ମହଲା ସିଡ଼ିରେ ଦୌଡିବାକୁ ଲାଗିଲେ। ହେଲେ ଆକ୍ରମଣକାରୀ ଛାଡ଼ିନଥିଲେ। ତାକୁ ମାରିଦେଲେ। ଆଉ ଏହି ମଉକାରେ ଖସିଯିବାକୁ ସଫଳ ହେଲା ସନ୍ନି। ଆମେରିକାରୁ ଗିରଫ ହୋଇଥିବା ହିମାଂଶୁ ଓରଫ ଭାଉର ଟାର୍ଗେଟରେ ସନ୍ନି ବେଶ୍ ଦିନ ରହିଆସିଛି। ବର୍ଷକ ତଳେ ରିଟୋଲି ଗାଁରେ ମଦ ଠିକାକୁ ନେଇ ଭାଉ ଗ୍ୟାଙ୍ଗ ବି ଫାୟାରିଂ କରିଥିଲା। ଏଥିରେ ଝଜ୍ଜର ନାମକ ଯୁବକର ମୃତ୍ୟୁ ହୋଇଥିଲା ବେଳେ ସନ୍ନି ବର୍ତ୍ତିଯାଇଥିଲା। ସନ୍ନି ସମେତ ୮ ଜଣ ୨୦୨୨ରେ ହିମାଂଶୁଙ୍କ ଦାଦା ପୁଅ ଭାଇ ରୋହିତ ଓରଫ ବଜରଙ୍ଗ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଛନ୍ତି। ବଜରଙ୍ଗ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅନୀଲ ସମେତ ୩ ଅଭିଯୁକ୍ତଙ୍କ ହତ୍ୟା ହୋଇସାରିଲାଣି।
