ନିଟ୍ ବିଭ୍ରାଟ- ସଂସଦରେ କଳା ପ୍ରତିବାଦ
ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରତା ପ୍ରତିବାଦରେ ଏହାକୁ କଳାଦିବସ ଭାବେ ପାଳିଛି ବିରୋଧୀ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଏଦାରେ ଲାଗିଛନ୍ତି ରାହୁଲ। ମୋଦି ସରକାର ସ୍ୱଛତା, ସଂସ୍କାର ଓ ନ୍ୟାୟ ଦେବାକୁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ସେପଟେ ଓଡ଼ିଶାରେ ବି ଏ ତାତିର ପ୍ରତିଫଳନ ପଡ଼ିଛି। ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ

ସଂସଦରେ ଆଜି କଳା ପ୍ରତିବାଦ। ନିଟ ଅନିୟମିତତା ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରତା ପ୍ରତିବାଦରେ ଏହାକୁ କଳାଦିବସ ଭାବେ ପାଳିଛି ବିରୋଧୀ। ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ସାଂସଦ ଆଜି ସଂସଦକୁ କଳା ପୋଷାକ ପିନ୍ଧି ଆସିଥିଲେ। ମକରଦ୍ୱାର ପାଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ନାରାବାଜି କରିଥିଲେ। ରାହୁଲଙ୍କୁ ବୁଝାଇବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବି ଯାଇଥିଲେ। ସଂସଦରେ ଆଲୋଚନା କରିବାକୁ ସରକାର ରାଜି କହିଥିଲେ ସୁଦ୍ଧା ଶେଷ ମୂହୂର୍ତ୍ତରେ ରାହୁଲ ନିଜ ଦାବି ବଦଳାଇ ଦେଇଥିଲେ ବୋଲି କହିଛି ବିଜେପି। ଆଜି ବି ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା କରିଥିଲେ ବିରୋଧୀ। ଫଳରେ ଗୃହକୁ ବାରମ୍ୱାର ମୁଲତବୀ କରିବାକୁ ପଡିଥିଲା। ବାଚସ୍ପତି ଯେତେ ବୁଝାଇଲେ ସୁଦ୍ଧା ଶୁଣିନଥିଲେ ବିରୋଧୀ। ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ରାହୁଲ ଗୃହରେ ବିଶୃଙ୍ଖଳା କରୁଛନ୍ତି ବୋଲି ଆକ୍ଷେପ ଲଦିଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦୀୟ ଆଲୋଚନା ପାଇଁ ସରକାର ଶତପ୍ରତିଶତ ପ୍ରସ୍ତୁତ ଥିଲା ବେଳେ କଂଗ୍ରେସ ଓ ରାହୁଲ ଗାନ୍ଧୀ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷାନିୟମ ଭଙ୍ଗ କଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଏଦାରେ ଲାଗିଛନ୍ତି ରାହୁଲ। ମୋଦି ସରକାର ସ୍ୱଛତା, ସଂସ୍କାର ଓ ନ୍ୟାୟ ଦେବାକୁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ସେପଟେ ଓଡ଼ିଶାରେ ବି ଏ ତାତିର ପ୍ରତିଫଳନ ପଡ଼ିଛି। ଦିଲ୍ଲୀ ଜନ୍ତରମନ୍ତରରେ ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ। ସଂସଦରେ ଏହାର ସ୍ୱତନ୍ତ୍ର ଆଲୋଚନା ଦାବି କରିଛି ବିଜେଡି। ଦିଲ୍ଲୀର ବିଜୟଚୌକରେ ବିଜେଡି ସାଂସଦ ବିକ୍ଷୋଭ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଏଦାରେ ଲାଗିଛନ୍ତି ରାହୁଲ। ମୋଦି ସରକାର ସ୍ୱଛତା, ସଂସ୍କାର ଓ ନ୍ୟାୟ ଦେବାକୁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ସେପଟେ ଓଡ଼ିଶାରେ ବି ଏ ତାତିର ପ୍ରତିଫଳନ ପଡ଼ିଛି। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଏଦାରେ ଲାଗିଛନ୍ତି ରାହୁଲ। ମୋଦି ସରକାର ସ୍ୱଛତା, ସଂସ୍କାର ଓ ନ୍ୟାୟ ଦେବାକୁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ସେପଟେ ଓଡ଼ିଶାରେ ବି ଏ ତାତିର ପ୍ରତିଫଳନ ପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଓଡ଼ିଶାର ଆଇନମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ନବୀନ ନିଜକୁ ଥରେ ଆତ୍ମସମୀକ୍ଷା କରନ୍ତୁ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜର ରାଜନୀତିକ ରୋଟି ସେକିବାକୁ ଇସ୍ତଫା ଦାବି କରି ରାଜନୀତିକ ଅପରିପକ୍ୱତାର ପ୍ରମାଣ ଦେଉଛନ୍ତି। ନିଟ ବିଭ୍ରାଟ ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ, ସୋନମ ଓ୍ୱାଙ୍ଗଚୁକଙ୍କ ଆମରଣ ଅନଶନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିରୋଧୀଙ୍କ ଧାରଣା ପୁରା ମାମଲାକୁ ଜଟିଳ କଲାଣି। ତେବେ ଗତକାଲି ଏନଡିଏର ମଙ୍ଗଳ ମିଳନ ବୈଠକରେ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ଖେଳ ଖେଳାଯିବନି। ଦୋଷୀଙ୍କୁ ନିସ୍ତାର ନାହିଁ।
