ବିଜେପି ବିଧାୟକଙ୍କ ବ୍ୟଭିଚାର!
ବିଧାୟକ ନିଜର ଗନର ଧନଞ୍ଜୟ ଯାଦବଙ୍କ ଜରିଆରେ ତାଙ୍କୁ ଡକାଇଥିଲେ। ଜୁନ୍ ୩ର ଘଟଣା। ନିଶାରେ ଚୁର୍ ଥିବା ଧନଞ୍ଜୟ ମହିଳାଙ୍କୁ ରାତି ସାଢ଼େ ୧୦ଟାରେ ଫ୍ଲାଟକୁ ଡକାଇଥିଲେ। ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ଛାଟିପିଟି ଯେନତେନ ପ୍ରକାରେ ଖସିଗଲେ। ୪ ତାରିଖଠୁ ନ୍ୟାୟ ଲାଗି ସମସ୍ତ ଫୋରମରେ ଫେରାଦ୍ ସତ୍ତ୍ୱେ କେହି ଶୁଣିଲେନି। ଏପରିକି ଜିରୋ ଏଫଆଇଆର ବି ହେଲାନି।

ବିଜେପି ବିଧାୟକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ଧମକର ଆରୋପ। ନିଶାଗ୍ରସ୍ତ ଅବସ୍ଥାରେ ବିଜେପି ବିଧାୟକ ବିନୋଦ ସିଂ କୁଆଡ଼େ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳାଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁଇଁବା ସହ କପଡ଼ା ଫାଡ଼ିଦେଲେ। କେବଳ ଏତିକି ନୁହେଁ। ମୁହଁ ବନ୍ଦ ନ କଲେ ତାଙ୍କ ୧୦ ବର୍ଷର ଝିଅ ଉପରେ ଏସିଡ୍ ଆଟାକ କରିବାକୁ ଧମକ ଦେଉଛନ୍ତି। ଏ ଆରୋପ ଏତିକିରେ ସୀମିତ ରହିନି। ପୁଲିସ ସଂପୃକ୍ତ ମହିଳାଙ୍କ ଲୋକେସନକୁ ଠାବ କରି ବିଧାୟକଙ୍କୁ ଦେଉଛି। ସଂପୃକ୍ତ ମହିଳା ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପିଲ୍ କରିଛନ୍ତି। ନିରପେକ୍ଷ ତଦନ୍ତ ଲାଗି ଦାବି କରିଛନ୍ତି। କାରଣ ଲକ୍ଷ୍ନୌ ପୁଲିସ ଏତଲା ପଞ୍ଜୀକରଣ ଲାଗି ମନା କରୁଛି। ଆଉ ଏହି ମୁଦ୍ଦା ଏବେ ୟୁପି ରାଜନୀତିକୁ ହଲଚଲ କଲାଣି। ବିରୋଧୀ ଦଳ ବିଧାୟକଙ୍କ ଇସ୍ତଫା ଦାବି କରିବା ସହ ତାଙ୍କୁ ଦଳରୁ ତୁରନ୍ତ ସସପେଣ୍ଡ କରିବାକୁ ଦାବି କରିଛନ୍ତି। ଏହା ସହ ଏତଲା ରୁଜୁ କରି ନିରପେକ୍ଷ ତଦନ୍ତ କରି ମହିଳାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛି। ବିଜେପି କ୍ଷମତାରେ ଥିବାରୁ ପୁଲିସ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରୁନି। ବରଂ ପୀଡ଼ିତାଙ୍କ ଉପରେ ଚାପ ପକାଉଛି ବୋଲି ଆରୋପ ଲଦିଛନ୍ତି ବିରୋଧୀ ଦଳ। ବିନୋଦ ସିଂ ସୁଲତାନପୁରର ବିଜେପି ବିଧାୟକ ଅଟନ୍ତି। ବିଧାୟକ ନିଜର ଗନର ଧନଞ୍ଜୟ ଯାଦବଙ୍କ ଜରିଆରେ ତାଙ୍କୁ ଡକାଇଥିଲେ। ଜୁନ୍ ୩ର ଘଟଣା। ନିଶାରେ ଚୁର୍ ଥିବା ଧନଞ୍ଜୟ ମହିଳାଙ୍କୁ ରାତି ସାଢ଼େ ୧୦ଟାରେ ଫ୍ଲାଟକୁ ଡକାଇଥିଲେ। ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ଛାଟିପିଟି ଯେନତେନ ପ୍ରକାରେ ଖସିଗଲେ। ୪ ତାରିଖଠୁ ନ୍ୟାୟ ଲାଗି ସମସ୍ତ ଫୋରମରେ ଫେରାଦ୍ ସତ୍ତ୍ୱେ କେହି ଶୁଣିଲେନି। ଏପରିକି ଜିରୋ ଏଫଆଇଆର ବି ହେଲାନି। ତାଙ୍କ ପୁଅ ୪ରୁ ୫ଦିନ ହେଲା ବେମାର। ସେ ଡରରେ ମେଡିସିନ ବି ଆଣିବାକୁ ଯାଇପାରୁନାହାନ୍ତି। ଝିଅ ସ୍କୁଲ ଯିବାକୁ ଭୟ କରୁଛି। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ ଉଭୟ। ଆଉ ଯିବା ଆସିବା ବେଳେ ଲିଫ୍ଟରେ ଦେଖିବା ମାତ୍ରେ ସେ ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଅନେକ ଥର ଟଙ୍କାର ଅଫର୍ ଦେଉଥିଲେ। ସାଙ୍ଗରେ ଶୋଇବାକୁ ପ୍ରବର୍ତ୍ତାଉଥିଲେ। ପ୍ରଶାସନ ବିଧାୟକଙ୍କ ସାଥ୍ ରହୁଛି। ମହିଳାଙ୍କ ସ୍ୱାମୀ ବ୍ୟବସାୟୀ ଅଟନ୍ତି। ୩ରୁ ୪ ମାସ ହେଲା ସେ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ଜୁନ୍ ୩ରେ ସୀମା ଟପିଯାଇଥିଲା। ପରିବାରଲୋକଙ୍କୁ କହିବା ପରେ ପରିବାର ଲୋକେ ପାଲଟା ଚାପ ପକାଇଥିଲେ, ଏ କଥା ଆଉ ଆଗକୁ ବଢ଼ାଅନି। ସମାଜରେ ବଦନାମିର ଭୟ ଅଛି। ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଏ ଘଟଣା ପରେ ବିଧାୟକ କିଛି ଅପରାଧୀ ତତ୍ତ୍ୱଙ୍କୁ ତାଙ୍କ ପଛରେ ଲଗାଇଦେଇଛନ୍ତି। ଭୟରେ ଭଡ଼ାରେ ରହୁଥିବା ଆପାର୍ଟମେଣ୍ଟ ବି ଛାଡ଼ିଦେଲେ ପରିବାରବର୍ଗ। ବିଧାୟକ ତାଙ୍କ ପିତୃ ତୁଲ୍ୟ। ସୁଯୋଗ ପାଇଥିଲେ ସେ ବ୍ୟଭିଚାର କରିଥାଆନ୍ତେ। ତାଙ୍କ ମ୍ୟାନେଜର ଅନୀଲ ସିଂ ଝିଅ ସପ୍ଲାଏ କରନ୍ତି ବିଧାୟକଙ୍କୁ। ଏଭଳି ଆରୋପ ଲଦି ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତା।
