କ୍ଷମା ମାଗିଲେ ମାର୍କ ଜୁକରବର୍ଗ..
ସମିତି ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ୩ ଦିନ ଭିତରେ କ୍ଷମା ମାଗିବାକୁ ଦେଇଥିଲା ମହଲତ। ଏହା ସହ ଚେତାବନୀ ବି ଦେଇଥିଲା, ଯଦି ଜୁକରବର୍ଗ ବ୍ୟକ୍ତିଗତ ଭାବେ କ୍ଷମା ମାଗିବେନି। ତାହେଲେ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଲାଗି ସୁପାରିଶ କରାଯିବ। ଏ ପୁରା ବିବାଦ ଜୁଲାଇ ଶେଷ ଆଡ଼କୁ ଆରମ୍ଭ ହୋଇଥିଲା।

ବିବାଦ ବଢିବା ଆଗରୁ ଓ ସ୍ଥିତି ଗମ୍ଭୀର ମୋଡ଼ ନେବା ଆଗରୁ ମୁଣ୍ଡ ନୁଆଁଇଲେ ମାର୍କ ଜୁକରବର୍ଗ। ନିଜର ଭୁଲ୍ ମାନିଲେ ଓ କ୍ଷମା ମାଗିଲେ ମେଟା ସିଇଓ ଜୁକରବର୍ଗ। ଡିପ୍ ଫେକ କଣ୍ଟେଣ୍ଟ ମେଟାରେ ଥିବା ସ୍ୱୀକାର କଲେ। ଏହା ସହ ଶିଶୁ ଯୌନ ନିର୍ଯାତନା ଭିଡିଓକୁ ପ୍ରମୋଟ ମାମଲାରେ ବି କ୍ଷମା ମାଗିଛନ୍ତି। ଫେସବୁକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓ ସନ୍ଦେଶ କିଛି ସମୟ ଲାଗି ହଟାଇଦେଇଥିଲା ମେଟା। କିଛି ସମୟ ପରେ ଏହାକୁ ପୁନର୍ବାହାଲ କରିଥିଲା। ଏହା ଅନିଛାକୃତ ଓ ଟେକ୍ନିକାଲ ତୃଟି ବୋଲି କହି ଖସିଯିବାକୁ ବସିଥିଲା। ହେଲେ ନଛୋଡ଼ବନ୍ଧା ଥିଲା ସଂସଦର ସଞ୍ଚାର ଓ ସୂଚନା ସ୍ଥାୟୀ ସମିତି। ଏଭଳି ସଫେଇ ସମିତିକୁ ସନ୍ତୁଷ୍ଟ କରିପାରିନଥିଲା। ସମିତି ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ୩ ଦିନ ଭିତରେ କ୍ଷମା ମାଗିବାକୁ ଦେଇଥିଲା ମହଲତ। ଏହା ସହ ଚେତାବନୀ ବି ଦେଇଥିଲା, ଯଦି ଜୁକରବର୍ଗ ବ୍ୟକ୍ତିଗତ ଭାବେ କ୍ଷମା ମାଗିବେନି। ତାହେଲେ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଲାଗି ସୁପାରିଶ କରାଯିବ। ଏ ପୁରା ବିବାଦ ଜୁଲାଇ ଶେଷ ଆଡ଼କୁ ଆରମ୍ଭ ହୋଇଥିଲା। ନିଟ୍ ପେପର ଲିକ ମାମଲାରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଭିଡ଼ିଓ ପୋଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ହେଲେ ଭିଡ଼ିଓ ଫେସବୁକରେ କିଛି ସମୟ ଲାଗି ଦେଖାଇବା ବନ୍ଦ କରିଦେଇଥିଲା। ଆଜି ମେଟାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଇଟି ମନ୍ତ୍ରାଳୟ ଯାଇ ଭେଟିଥିଲେ। କେଉଁ ଭୁଲ୍ ଲାଗି ପିଏମଙ୍କ ଭିଡ଼ିଓ କିଛି ସମୟ ଲାଗି ହଟିଥିଲା, ସଫେଇ ଦେବାକୁ ଚେଷ୍ଟା କରିଥିଲେ। ହେଲେ କିଛି କାଟୁ କଲାନି। ଏହି ମାମଲାରେ ସବୁଠୁ ବେଶୀ ଚର୍ଚ୍ଚା ସେଫ ହାର୍ବରକୁ ନେଇ ହୋଇଛି। ଭାରତରେ ସୋସିଆଲ ମିଡିଆ କମ୍ପାନୀକୁ ଆଇଟି ଆକ୍ଟର ଧାରା ୭୯ ଆଧାରରେ ସେଫ ହାର୍ବର ପ୍ରୋଟେକ୍ସନ ମିଳେ। ଏହାର ଅର୍ଥ ଫେସବୁକ, ଇନଷ୍ଟାଗ୍ରାମ ବା ଓ୍ୱାଟସଆପ୍ ଭଳି ପ୍ଲାଟଫର୍ମରେ ଯଦି କୌଣସି ୟୁଜର କିଛି ପୋଷ୍ଟ କରନ୍ତି। ତାହେଲେ ତାହାର ଆଇନଗତ ଦାୟିତ୍ୱବୋଧ କମ୍ପାନୀ ଉପରେ ଆସେନା। ଯେପର୍ଯ୍ୟନ୍ତ ଆଇନର ପରିଧି ଭିତରେ କାମ ହେଉଥିବ। ଏହି ସୁରକ୍ଷା ଡିଜିଟାଲ ପ୍ଲାଟଫର୍ମରେ କାମ କରିବାକୁ ବଡ଼ ଆଶ୍ୱସ୍ତି ଦେଇଥାଏ। ଇଲେକଟ୍ରୋନିକ୍ସ ଓ ସୂଚନା ମନ୍ତ୍ରାଳୟ ମେଟା ଅଧିକାରୀଙ୍କୁ ସମନ କରିଥିଲା। ସରକାର ସମନରେ କହିଥିଲେ, ପିଏମଙ୍କ ଭିଡ଼ିଓ କାହିଁକି ହଟାଯାଇଥିଲା ଏହାକୁ ବୁଝାଇବାକୁ ପଡ଼ିବ ମେଟାକୁ। ଏହା ସହ କମ୍ପାନୀର କଣ୍ଟେଟ ମଡେରେସନ ସିଷ୍ଟମରେ କାହିଁକି ଏଭଳି ତ୍ରୁଟି ହେଲା। ସରକାର ମେଟାର ଆଲଗୋରିଦିମ୍, କଣ୍ଟେଣ୍ଟ ମୋଡେରେସନ ଓ ଭେରିଫାଏଡ୍ ଆକାଉଣ୍ଟସର ସୁରକ୍ଷା ବାବଦରେ ବି ପଚାରିଥିଲେ। କିଛି ବର୍ଷ ଭିତରେ ଭାରତ ସରକାର ଓ ବଡ଼ ବଡ଼ ଟେକ୍ କମ୍ପାନୀ ଭିତରେ କଣ୍ଟେଣ୍ଟ ମୋଡରେସନ, ଡାଟାସୁରକ୍ଷା, ଆଲଗୋରିଦିମର ପାରଦର୍ଶିତା ଓ ପ୍ଲାଟଫର୍ମକୁ ଜବାବଦେହୀକୁ ନେଇ ଅନେକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥର ତ ସିଧା ପ୍ରଧାନମନ୍ତ୍ରୀଙ୍କ ଅଧିକୃତ ଫେସବୁକ ଆକାଉଣ୍ଟ ସହ ବିବାଦ ଥିଲା। ସେଥିଲାଗି ରାଜନୀତି ଓ ଆଇନଗତ ଉଭୟ ସ୍ତରରେ ଏହି ମୁଦ୍ଦାର ଗମ୍ଭୀରତା ବଢ଼ିଯାଇଥିଲା।
