Indus Waters Treaty: ସିନ୍ଧୁ ଜଳ ଚୁକ୍ତିକୁ ୬୬ ବର୍ଷ : ଛଅ ଦଶକରେ ଜଳ ପ୍ରବନ୍ଧନ ଶୂନ,ପାକିସ୍ତାନ ଜଳ ସଙ୍କଟ ପାଇଁ ସେ ନିଜେ ଦାୟୀ |
ନିଜ ଜଳ ସଙ୍କଟ ପାଇଁ ନିଜେ ଦାୟୀ, ଛଅ ଦଶକରେ ବି ଜଳ ପ୍ରବନ୍ଧନରେ ବିଫଳ ପାକିସ୍ତାନ | କୂଟନୀତିକ ମୋଡ ନେଇଛି ସିନ୍ଧୁ ଜଳ,ଆତଙ୍କବାଦ ବନ୍ଦ ନହେଲେ ସହଯୋଗ କରିବନି ଭାରତ |
19 ସେପ୍ଟେମ୍ବର 1960 ରେ ମୋହର ଲାଗିଥିବା 'ସିନ୍ଧୁ ଜଳ ଚୁକ୍ତି' କୁ ୬୬ ବର୍ଷ ପୁରିଛି। ହେଲେ ସରୁନି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିବାଦ | ସମୟେ ସମୟେ କୂଟନୀତିକ ମୋଡ ନେଇଛି ସିନ୍ଧୁ ଜଳ | ତେବେ ଏପ୍ରିଲ ୨୦୨୫ ,ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନେଇଥିଲା ନିଷ୍ପତ୍ତି, ଏଥିରେ ପାକିସ୍ତାନକୁ ବଡ଼ ଝଟ୍କା ଲାଗିବାସହ, ଦିଗ ବଦଳିଥିଲା ଦଶକ ପୁରୁଣା ଜଳ-କୂଟନୀତିର | ଘଟଣାପରେ ଭାରତ ସ୍ପଷ୍ଟ କରିଥିଲା ଯେ, ପାକିସ୍ତାନ ଯେବେ ଯାଏ ସୀମାରେ ଆତଙ୍କବାଦ କୁ ସାହାର୍ଯ୍ୟ କରିବା ବନ୍ଦ କରିନାହିଁ, ସେଯାଏଁ ଜଳ ସହଯୋଗର ପ୍ରଶ୍ନ ଉଠୁନାହିଁ। ଅନ୍ୟପଟେ,ବିଶେଷଜ୍ଞଙ୍କ କହିବା ଅନୁସାରେ,ପାକିସ୍ତାନରେ ସୃଷ୍ଟି ହୋଇଥିବା ଗମ୍ଭୀର ଜଳ ସଙ୍କଟ ପାଇଁ କେବଳ ଭାରତର କଡା ନିଷ୍ପତି ଦାୟୀ ନୁହେଁ ବରଂ ୬୬ ବର୍ଷ ମଧ୍ୟରେ ପାକିସ୍ତାନର ଖରାପ ଜଳ ପ୍ରବନ୍ଧନ ମଧ୍ୟ ଦାୟୀ | ଛଅ ଦଶକର ଯଥେଷ୍ଟ ସମୟ ମିଳିଥିଲେ ମଧ୍ୟ ନିଜର ଜଳ ଭଣ୍ଡାର ଓ କେନାଲ ଭିତ୍ତିଭୂମିକୁ ସୁଧାରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପାକିସ୍ତାନ। ଶୁଖିଯାଇଛି ପାକିସ୍ତାନର ତରବେଲା ଓ ମଙ୍ଗଳା ଭଳି ମୁଖ୍ୟ ଡ୍ୟାମ୍। ଭାରତ ନିଜ ଉର୍ଜା ଆବଶ୍ୟକତାକୁ ପୁରଣ କରିବା ଓ ଜାମ୍ମୁ-କାଶ୍ମୀର ର ବିକାଶ ପାଇଁ ପଶ୍ଚିମୀ ନଦୀଗୁଡିରେ ଜଳବିଦ୍ୟୁତ୍ ପରିଯୋଜନାର ନିର୍ମାଣ କରୁଛି | ଯାହା ଉପରେ ଲଗାତାର ଆପତ୍ତି ଜଣାଇଛି ପାକିସ୍ତାନ | ୧୯୬୦ ମସିହାରେ ହୋଇଥିବା ଏହି ଚୁକ୍ତି, ଆଜିର ରାଜନୀତିକ ଓ ସୁରକ୍ଷା ସମ୍ବନ୍ଧୀୟ ବାସ୍ତବିକତା ସାମ୍ନାରେ ହାର୍ ମାନିଛି |
