ବିଜେପି ପଦାଧିକାରୀ ବୈଠକରେ ବଡ଼ ନିଷ୍ପତ୍ତି
୨୦୨୭ରେ ଦେଶର ୫ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଓ ୟୁପିର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଥିଲାଗି ସ୍ୱତନ୍ତ୍ର ରଣନୀତି ଉପରେ ଜୋର ଦିଆଯାଇଛି। ଯୁବବର୍ଗ ତଥା ଜେନ -ଜି ବର୍ଗକୁ ଦଳର ବିଚାରାଧାରା ସହ ଯୋଡ଼ିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଉପରେ ଗୁରୁତ୍ୱରୋପ କରାଯାଇଛି।

ବିଜେପି ପଦାଧିକାରୀ ବୈଠକରେ ବଡ଼ ନିଷ୍ପତ୍ତି। ବନ୍ଦେ ମାତରମର ଦୁଇଟି ଷ୍ଟାଞ୍ଜା ଗାନ ନେଇ କଂଗ୍ରେସର ନିଷ୍ପତ୍ତିକୁ କଟାକ୍ଷ । କଂଗ୍ରେସର ସିଡବ୍ଲୁସି ବୈଠକରେ ପାରିତ ନିଷ୍ପତ୍ତିକୁ କରାଯାଇଛି ବିରୋଧ। ବନ୍ଦେ ମାତରମର ସମ୍ପୂର୍ଣ୍ଣ ଷ୍ଟାଞ୍ଜା ଗାଇବାକୁ ପୁରା ଦେଶତମାମ ଅଭିଯାନ କରିବ ବିଜେପି। କଂଗ୍ରେସର ତୁଷ୍ଟିକରଣ ରାଜନୀତିକୁ କଡ଼ା ସମାଲୋଚନା। ଏହା ସହ କଂଗ୍ରେସର ବିଭାଜନ ରାଜନୀତିକୁ ବଢ଼ାଇବାକୁ ଦିଆଯିବନି ବୋଲି ସଂକଳ୍ପ ନେଇଛି ଦଳ। ନବନିଯୁକ୍ତ ନୂଆ ପଦାଧିକାରୀ ଦଳ ସହ ନିତିନ ନବୀନଙ୍କ ମନ୍ଥନରେ ୨୦୨୭ର ରଣନୀତି ଚର୍ଚ୍ଚା ହୋଇଛି। ୨୭ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଚାରବିମର୍ଶ ହୋଇଛି। ପ୍ରାୟ ୨ ଘଣ୍ଟା ଧରି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଆଗ ନୂଆ ଟିମ୍ ସହ ଔପଚାରିକ ପରିଚୟ ଆଦାନପ୍ରଦାନ, ମୋଦି @ ୨୫ କାର୍ଯ୍ୟକ୍ରମର ପ୍ରସ୍ତୁତି, ସାଂଗଠନିକ ରଣନୀତିରୁ ନେଇ ଦଳ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ନେଇ ମାନସମନ୍ଥନ ହୋଇଛି। ଗଲା ଅଗଷ୍ଟ ୧୭ରେ ନୂଆ ଟିମ୍ ଘୋଷଣା କରିଥିଲେ ନିତିନ। ନରେନ୍ଦ୍ର ମୋଦି ଆଗ ମୁଖ୍ୟମନ୍ତ୍ରୀ ଓ ଏବେ ପ୍ରଧାନମନ୍ତ୍ରୀ ରୂପରେ ମୋଟ୍ ୨୫ ବର୍ଷ ପୁରଣ କରିବାକୁ ଯାଉଛନ୍ତି। ବିଜେପି ଏହି ମଉକାକୁ ବଡ଼ ଧରଣର ଆୟୋଜନ କରିବାକୁ ପ୍ରସ୍ତୁତି କରୁଛି। ଏହି କ୍ୟାମ୍ପେନକୁ ପ୍ରଭାବୀ ଢଙ୍ଗରେ ଚଳାଇବାକୁ ନିର୍ଣ୍ଣୟ ନିଆଯାଇଛି। ୨୦୨୭ରେ ଦେଶର ୫ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଓ ୟୁପିର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଥିଲାଗି ସ୍ୱତନ୍ତ୍ର ରଣନୀତି ଉପରେ ଜୋର ଦିଆଯାଇଛି। ଯୁବବର୍ଗ ତଥା ଜେନ -ଜି ବର୍ଗକୁ ଦଳର ବିଚାରାଧାରା ସହ ଯୋଡ଼ିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଉପରେ ଗୁରୁତ୍ୱରୋପ କରାଯାଇଛି। ନୂଆ ଟିମରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବିଜେପିର ବରିଷ୍ଠ ନେତା ରାମ ମାଧବ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ୱତ ଓ ଓଡ଼ିଶା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି।
