BJP Meeting:ଭଣ୍ଡାରିପୋଖରୀରେ ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ସହ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଉପରେ ଭଣ୍ଡାରିପୋଖରୀ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଭଣ୍ଡାରିପୋଖରୀ:ଭଣ୍ଡାରିପୋଖରୀରେ ଅନୁଷ୍ଠିତ ହୋଇଯାଇଛି ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ। ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋଚନା ହୋଇଛି।ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ସୁଶାସନ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପ୍ରତି କର୍ମକର୍ତ୍ତାମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଜନସାଧାରଣଙ୍କ ସମସ୍ୟା ବୁଝିବା ଓ ତାହାର ସମାଧାନ ଦିଗରେ କାର୍ଯ୍ୟ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପଟେ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ମଣ୍ଡଳ ସଭାପତି ବିଗତ ଅଢ଼େଇ ବର୍ଷର ସାଂଗଠନିକ ସଫଳତାର ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ରଣନୀତି ନେଇ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାମାନେ ନିଜ ନିଜର ମତ ରଖିଥିଲେ।ଏହି ବୈଠକରେ ମଣ୍ଡଳ ଅନ୍ତର୍ଗତ ସମସ୍ତ ୮ଟି ପଞ୍ଚାୟତର ଦଳୀୟ ସଭାପତି, ବୁଥ୍ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହ-ପ୍ରମୁଖଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଏବଂ ଛାମୁଆ ନେତାମାନେ ଯୋଗଦେଇଥିଲେ।
