Big Win : ହଜିଥିବା ଫୋନ୍ ଫେରିଲା, ମାଲିକଙ୍କ ମୁହଁରେ ହସ
ହଜିଥିବା ମୋବାଇଲ୍ ଫେରିପାଇଲେ ମାଲିକ! ୩୦୭ଟି ସ୍ମାର୍ଟଫୋନ୍ ଉଦ୍ଧାର କରି ଫେରାଇଲା କମିଶନରେଟ୍ ପୋଲିସ।
S
By Swarna Prava GiriPublished: Oct 29, 2026, 09:55 PM •1 min read •2 Views
ଚୋରି ଓ ହଜିଯାଇଥିବା ୩୦୭ଟି ସ୍ମାର୍ଟଫୋନ୍ ଉଦ୍ଧାର କରି ଏହାର ପ୍ରକୃତ ମାଲିକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ। ରାଜ୍ୟ ଭିତର ଓ ବାହାରର ବିଭିନ୍ନ ଅଞ୍ଚଳର ଲୋକ ନିଜ ମୋବାଇଲ୍ ହରାଇଥିବା ନେଇ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗଗୁଡ଼ିକର ତଦନ୍ତ କରି ପୋଲିସ ୩୦୭ଟି ସ୍ମାର୍ଟଫୋନ୍ ଜବତ କରିଥିଲା। ପରେ ମୋବାଇଲ୍ ମାଲିକମାନଙ୍କୁ ଡାକି ସେମାନଙ୍କ ଫୋନ୍ ଫେରସ୍ତ କରାଯାଇଛି।
ମୋବାଇଲ୍ ସୁରକ୍ଷା ନେଇ ସଚେତନ କଲା ପୋଲିସ
ମୋବାଇଲ୍ ଫେରସ୍ତ କରିବା ସହ ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ପୋଲିସ ଲୋକଙ୍କୁ ସଚେତନ କରିଛି। ଅଜଣା ବ୍ୟକ୍ତିଙ୍କ ସହ OTP ସେୟାର ନକରିବା, ମୋବାଇଲ୍ରେ ଥିବା ବ୍ୟାଙ୍କିଂ ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ଏବଂ ଫୋନ୍ ହଜିଗଲେ ତୁରନ୍ତ ପୋଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।କମିଶନରେଟ୍ ପୋଲିସର ଏହି ପଦକ୍ଷେପ ଫଳରେ ନିଜ ମୋବାଇଲ୍ ହରାଇଥିବା ଲୋକମାନେ ଫୋନ୍ ଫେରିପାଇଛନ୍ତି।
Comments0
Leave a Reply
Loading comments...
