ବଡ଼ ବିଦ୍ରୋହ ଦ୍ୱାରଦେଶରେ TMC, ସାୟୋନି ଘୋଷ ବି ଛାଡିଲେ ମମତାଙ୍କ ହାତ!
କୋଲକାତା: ପଶ୍ଚିମବଙ୍ଗରୁ ଟିଏମସି କ୍ଷମତାଚ୍ୟୁତ ହେବା ପରେ ଏବେ ଦଳରେ ଘଡିକେ ଘୋଡ଼ା ଛୁଟୁଛି। ମମତା ବାନାର୍ଜୀଙ୍କ ପ୍ରତି ଦଳୀୟ ନେତାଙ୍କ ନା ଅଛି ଭୟ ନା ଅଛି ଭକ୍ତି। ଦଳରେ ଚାଲିଛି ଏବେ ଇସ୍ତଫାର ପର୍ବ l

କୋଲକାତା: ପଶ୍ଚିମବଙ୍ଗରୁ ଟିଏମସି କ୍ଷମତାଚ୍ୟୁତ ହେବା ପରେ ଏବେ ଦଳରେ ଘଡିକେ ଘୋଡ଼ା ଛୁଟୁଛି। ମମତା ବାନାର୍ଜୀଙ୍କ ପ୍ରତି ଦଳୀୟ ନେତାଙ୍କ ନା ଅଛି ଭୟ ନା ଅଛି ଭକ୍ତି। ଦଳରେ ଚାଲିଛି ଏବେ ଇସ୍ତଫାର ପର୍ବ l ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଦଳର ନିର୍ବାଚିତ ନେତା ଦଳ ସହ ଛାଡୁଛନ୍ତି ପଦ। ଯାହାକୁ ନେଇ ଏବେ ଚିନ୍ତାରେ ମମତା। ଦଳର ମୋଟ ଲୋକସଭା ସାଂସଦଙ୍କ ମଧ୍ୟରୁ ଏବେ ୨୦ ଜଣ ବିଦ୍ରୋହ କରି ଏନଡିଏକୁ ସମର୍ଥନ କରିବାକୁ ଇଚ୍ଛା କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଲୋକସଭାରେ ଅନ୍ଯ ସ୍ଥାନରେ ବସିବାକୁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି। ଏହାରି ଭିତରେ ବଡ଼ ଖବର ଆସୁଛି କି ୨୦ ଜଣ ସାଂସଦଙ୍କ ମଧ୍ୟରେ ସାଂସଦ ସାୟୋନୀ ଘୋଷ ମଧ୍ଯ ଅଛନ୍ତି। ସାୟୋନି ଥିଲେ ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ। ମମତାଙ୍କ ବିଶ୍ଵସ୍ଥ । ନିର୍ବାଚନ ପ୍ରଚାର ବେଳେ ମମତାଙ୍କ ପରେ ସେ ଥିଲେ ଅଧିକ ଚର୍ଚ୍ଚାରେ। ଏବେ ସାୟୋନି ମଧ୍ଯ ମମତାଙ୍କ ହାତ ଛାଡିବା ଚର୍ଚ୍ଚା ଟିଏମସିକୁ ବଡ଼ ଝଟକା ଦେଇପାରେ। ଲୋକସଭାରେ ଟିଏମସିର ମୋଟ ୨୯ ଜଣ ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ସ୍ୱର ବଦଳିବା ମମତାଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ବାରାସାତ ସାଂସଦ କାକୋଲୀ ଘୋଷ ଦସ୍ତିଦାର ଏହି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି।
ଏନଡିଏକୁ ସମର୍ଥନ ଦେବାକୁ ପ୍ରସ୍ତୁତି:
ସୂଚନା ଅନୁଯାୟୀ, ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ମଧ୍ୟରେ ଏହି ଅସନ୍ତୋଷ ତେଜିଛି। କାକୋଲୀ ଘୋଷଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) କୁ ସମର୍ଥନ କରିବା ନେଇ ଘୋଷଣା କରିପାରନ୍ତି। କାକୋଲୀ ଘୋଷ ବର୍ତ୍ତମାନ ସୁଦ୍ଧା ସେହି ୨୦ ଜଣ ସାଂସଦଙ୍କ ନାମ ସ୍ପଷ୍ଟ କରିନଥିଲେ ମଧ୍ୟ ଏଥିରେ ସାୟନୀ ଘୋଷଙ୍କ ନାମ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
କିଏ ଏହି ସାୟନୀ ଘୋଷ?
ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ସାୟନୀ ଘୋଷ ଟିଏମସିର ଜଣେ ପ୍ରଭାବଶାଳୀ ନେତ୍ରୀ, ଯାହାଙ୍କୁ ଅନେକ ସମୟରେ ମମତା ବାନାର୍ଜୀଙ୍କ ସହ ତୁଳନା କରାଯାଏ। ୨୦୨୧ରେ ଆସନସୋଲ ଦକ୍ଷିଣରୁ ନିର୍ବାଚନ ହାରିବା ସତ୍ତ୍ୱେ ଅଭିଷେକ ବାନାର୍ଜୀ ତାଙ୍କୁ ଟିଏମସିର ଯୁବ ଜାତୀୟ ସଭାପତି ଦାୟିତ୍ୱ ଦେଇଥିଲେ। ଏଭଳି ଜଣେ ଶୀର୍ଷ ନେତ୍ରୀ ଏବେ ବିଦ୍ରୋହୀ ହେବା ଦଳ ପାଇଁ ବଡ଼ ସଙ୍କଟ। ଆଜି ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ, ସୁଚିସ୍ମିତା ଦେବ ମଧ୍ୟ ନିଜ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି । ଆଗକୁ ଏହି ଇସ୍ତଫା ଆହୁରି ଲମ୍ବା ହୋଇପାରେ। ଦଳର ବୋହୁ ନେତା ଦଳ ଛାଡ଼ିବାକୁ ଚର୍ଚ୍ଚା ଏବେ କୋଲକାତା ରୁ ଦିଲ୍ଲୀ ଯାଏଁ ଚାଲିଛି। ଯଦି ଲୋକସଭାର ଏହି ୨୦ ଜଣ ସାଂସଦ ବିଧିବଦ୍ଧ ଭାବେ ବିଦ୍ରୋହ କରନ୍ତି ଏହା ମମତାଙ୍କ ପାଇଁ ବଡ ଆହ୍ୱାନ ହେବ ଦଳକୁ ବଞ୍ଚାଇବା ପାଇଁ।
