ବିଜେଡିରେ ସୁଜାତାଙ୍କ ସାମ୍ଭାବ୍ୟ ଏଣ୍ଚ୍ରିକୁ ନେଇ ପୁଣି ତୀର ମାରିଲେ ଭୂପନ୍ଦିର
ଭୁବନେଶ୍ୱର: ବିଜୁ ଜନତା ଦଳରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଆଜି ରାଜନୈତିକ ଚର୍ଚ୍ଚା ଜୋର ଧରିଛି
ଭୁବନେଶ୍ୱର: ବିଜୁ ଜନତା ଦଳରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଆଜି ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ ଏବେ ଦଳ ଭିତରୁ ହିଁ ସ୍ୱର ଉଠିବା ଆରମ୍ଭ ହୋଇଛି। କିଛି କର୍ମୀ ସୁଜାତାଙ୍କୁ ସ୍ୱାଗତ କରୁଥିବା ବେଳେ କିଛି କର୍ମୀଙ୍କ ମତରେ ସୁଜାତା ଦଳରେ ଯୋଗ ଦେଲେ ସଂଗଠନ ଆହୁରି ସକ୍ରିୟ ସଂଗଠିତ ହେବ । ଦଳୀୟ ଯୁବ ନେତାଙ୍କ ଏହି ନୀତି ଦେଖି କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଭୂ୍ପିନ୍ଦର ସିଂ । ଭୂପିନ୍ଦର ସିଂ କହିଛନ୍ତି, ଦଳରେ କିଏ ଆସିବେ କିଏ ଯିବେ ନିଷ୍ପତି ଦଳ ସଭାପତିଙ୍କ ହାତରେ ରହିଛି । ସଭାପତି ଯାହା ନିଷ୍ପତି ନେବେ, ତାହାକୁ ମାନିବାକୁ ସମସ୍ତଙ୍କୁ ପଡ଼ିବ । ଭୂପିନ୍ଦର ଦଳର କ୍ଷତି, ନେତାଙ୍କ ସନ୍ନ୍ୟାସ, ବାଲିଗୁଡାର ସାମୂହିକ-ଇସ୍ତଫା ଏବଂ ଦେବାଶିଷ ସାମନ୍ତରାୟଙ୍କ ଦଳ ଛାଡିବା ପ୍ରସଙ୍ଗ ଉପରେ ସେ ସିଧାସଳଖ ମୁହଁ ଖୋଲିଛନ୍ତି। ସୁଜାତା କାର୍ତ୍ତିକେୟନ ଶଙ୍ଖ ଭବନ ଆସିବା ଏବଂ ଦଳରେ ସକ୍ରିୟ ହେବା ଚର୍ଚ୍ଚାକୁ ନେଇ ବିଜେଡି ଶିବିର ଏବେ ସରଗରମ । ଏହି ଏଣ୍ଟ୍ରିକୁ ନେଇ କର୍ମୀମାନେ ଉତ୍ସାହିତ ଥିବା କୁହାଯାଉଥିବା ବେଳେ ବରିଷ୍ଠ ନେତା ଭୂପିନ୍ଦର ସିଂ କିନ୍ତୁ ବଡ଼ ବୟାନ ଦେଇଛନ୍ତି। ଭୂପିନ୍ଦର କହିଛନ୍ତି ଯେ, ଓଡ଼ିଆ ଏବଂ ଅଣ-ଓଡ଼ିଆ ବିବାଦ ଯୋଗୁଁ ଦଳର ବଡ଼ କ୍ଷତି ଘଟିଛି, ହେଲେ ଏହାକୁ ନେଇ ଦଳ ଭିତରେ ଆଲୋଚନା ହେଲାନି। ଯାହାକୁ ସଭାପତି ପ୍ରଚାର ଦାୟିତ୍ୱ ଦେଇଥିଲେ, ସେ ନିଜେ ଭୁଲ ସ୍ୱୀକାର କରି ରାଜନୈତିକ ସନ୍ନ୍ୟାସ ନେଇ ସାରିଛନ୍ତି। ଦଳକୁ କିଏ ଆସିବ ବା ନଆସିବ ତାହା ସଭାପତିଙ୍କ ନିଷ୍ପତ୍ତି, ହେଲେ ଯେଉଁମାନଙ୍କ ପାଇଁ ଏହା ଗ୍ରହଣୀୟ ହେବନାହିଁ, ସେମାନେ ଦଳ ଛାଡ଼ିବେ। "ସୁଜାତା ଆସିଲେ ଯଦି ଦଳ ଏକ୍ଟିଭ ହେବେ ବୋଲି କର୍ମୀ କହୁଛନ୍ତି ତାହେଲେ ହେବ । ଯେଉଁମାନଙ୍କ ପାଇଁ ଗ୍ରହଣୀୟ ହେବ ନାହିଁ ଦଳ ଛାଡ଼ିବେ। ଦଳ କୁ କିଏ ଆସିବ ନ ଆସିବ ସଭାପତି ଙ୍କ ନିଷ୍ପତି । କେବଳ ସୁଜାତାଙ୍କ ଏଣ୍ଟ୍ରି ନୁହେଁ, ବରଂ ଦଳର ତଳସ୍ତରରେ ଉପୁଜିଥିବା ଅସନ୍ତୋଷକୁ ନେଇ ମଧ୍ୟ ଭୂପିନ୍ଦର ଉଦବେଗ ପ୍ରକାଶ କରିଛନ୍ତି। ବାଲିଗୁଡାରେ ଦଳୀୟ କର୍ମୀ ଓ ନେତାମାନେ ଏକାଠି ଦଳ ଛାଡିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ସେହିପରି ଦେବାଶିଷ ସାମନ୍ତରାୟଙ୍କ ଭଳି ନବୀନ ପଟ୍ଟନାୟକଙ୍କ ବଡ଼ ଭକ୍ତ କାହିଁକି ଦଳ ଛାଡ଼ିଲେ, ତାହାର କାରଣ ସ୍ପଷ୍ଟ ହେବା ଦରକାର। ଆଗାକୁ ପଞ୍ଚାୟତ ନିର୍ବାଚନ ଥିବାରୁ, ଦଳରୁ ଅବହେଳିତ ହୋଇ ରହିଥିବା ନେତାମାନଙ୍କୁ ସଭାପତି ନବୀନ ପଟ୍ଟନାୟକ ନିଜେ ଡାକି ଆଲୋଚନା କରନ୍ତୁ, ଫଳରେ ଦଳ ପୁଣିଥରେ ଶକ୍ତିଶାଳୀ ହେବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ପାରିବ ବୋଲି କହିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରିଷ୍ଠ ନେତାଙ୍କ ବିଦ୍ରୋହ, କନିଷ୍ଠ ନେତାଙ୍କ ଚାପ, ନେତା କର୍ମୀଙ୍କ ଦଳ ତ୍ୟାଗକୁ ବିଜେଡି ସୁପ୍ରିମୋ କିଭଳି ସମ୍ଭାଳୁଛନ୍ତି ଏବେ ତାରି ଉପରେ ରାଜ୍ୟବାସୀଙ୍କ ନଜର ।
