ଭାଣିଜୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ମାମୁଁଙ୍କୁ ଫାଶୀ
ଭାଣିଜୀ ହତ୍ୟାକାଣ୍ଡ ଘଟଣା। ମାମୁଁ ଶିପିରିଆନ୍ ଦିଗାଲଙ୍କୁ ଫାଶୀ ଦଣ୍ଡ। ବ୍ରହ୍ମପୁରର ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଆସିଲା ରାୟ। ପୂର୍ବରୁ ନିଜ ପତ୍ନୀଙ୍କୁ ମଧ୍ୟ କରିଥିଲେ ହତ୍ୟା।
S
By Subhadra DasPublished: Jul 1, 2026, 11:04 AM •1 min read •4 Views

ଗଞ୍ଜାମ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଭାଣିଜୀକୁ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ମାମୁଁଙ୍କୁ ମିଳିଛି ଫାଶୀ ଦଣ୍ଡ । ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ । ଅଭିଯୁକ୍ତ ମାମୁଁ ହେଲେ ଶିପିରିଆନ୍ ଦିଗାଲ । ସୂଚନା ଅନୁସାରେ, ଗତ ୨୦୨୨ ମସିହା ଏପ୍ରିଲ ୨୫ ତାରିଖରେ ଗୋଇଲୁଣ୍ଡି ବିଦ୍ୟାନଗରରେ ଘଟିଥିଲା ଏହି ହତ୍ୟାକାଣ୍ଡ । ତେବେ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଶୁଣାଇଛନ୍ତି ରାୟ । ଅନ୍ୟପଟେ ଅଭିଯୁକ୍ତ ଶିପିରିଆନ୍ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲେ। ଫୁଲବାଣୀ ଜେଲରୁ ପାରୋଲରେ ନିଜ ଭଉଣୀ ଘରକୁ ଆସି ନିଜ ଭାଣିଜୀକୁ କିରୋସିନି ଢ଼ାଳି ହତ୍ୟା କରିଥିଲେ । ତେବେ ଦୀର୍ଘ ଶୁଣାଣି ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।
ରିପୋର୍ଟ- ଇତିଶ୍ରୀ ସମାପିକା ମହାନ୍ତି
S
Subhadra DasContent Writer
Comments0
Leave a Reply
Loading comments...
