ପରକୀୟାପ୍ରୀତିର ଆଘାତ- ମୁକୁଳିବାକୁ ୩ମାସ ଯଥେଷ୍ଟ କି
ପରିସ୍ଥିତି ସହ ସମନ୍ୱୟ ରଖୁନଥିବାରୁ ଏହାକୁ କୋର୍ଟ ସନ୍ଦେହର ଦୃଷ୍ଟିରେ ଦେଖିଥିଲେ। ତେବେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏହା କୌଣସି ସାଧାରଣ ଆଇନଗତ ନିୟମ ନୁହେଁ। କାହାରି ପରକୀୟା ସମ୍ପର୍କ ଜନିତ ମାନସିକ ଆଘାତରୁ ସୁସ୍ଥ ହେବାକୁ କେତେ ସମୟ ଲାଗିବ, ତାହା ପ୍ରତ୍ୟେକ ମାମଲାର ପରିସ୍ଥିତି, ପ୍ରମାଣ ଏବଂ ପକ୍ଷଦ୍ୱୟଙ୍କ ଆଚରଣ ଉପରେ ନିର୍ଭର କରେ।
ସ୍ୱାମୀ ଦାବି କରିଥିଲେ ଯେ, ସ୍ତ୍ରୀଙ୍କ କଥିତ ପରକୀୟା ସମ୍ପର୍କରୁ ଲାଗିଥିବା ମାନସିକ ଆଘାତରୁ ସେ ମାତ୍ର ୩ ମାସ ମଧ୍ୟରେ ସୁସ୍ଥ ହୋଇ ପୁଣି ଦାମ୍ପତ୍ୟ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ଏହି ଦାବିକୁ ହାଇକୋର୍ଟ ବିଶ୍ୱସନୀୟ ବୋଲି ମନେ କରିନଥିଲେ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ପରକୀୟା ସମ୍ପର୍କ ଯୋଗୁଁ ଗଭୀର ମାନସିକ ଆଘାତ ପାଇଥିବାର ଦାବି କରୁଛନ୍ତି, ତେବେ ମାତ୍ର ତିନି ମାସ ମଧ୍ୟରେ ସେହି ଆଘାତରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ସାଧାରଣ ଦାମ୍ପତ୍ୟ ଜୀବନକୁ ଫେରିଯିବା ସ୍ୱାଭାବିକ ବୋଲି ପ୍ରତୀତ ହୁଏ ନାହିଁ। ତେଣୁ ଏହି ଦାବି ମାମଲାର ପରିସ୍ଥିତି ସହ ସମନ୍ୱୟ ରଖୁନଥିବାରୁ ଏହାକୁ କୋର୍ଟ ସନ୍ଦେହର ଦୃଷ୍ଟିରେ ଦେଖିଥିଲେ। ତେବେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏହା କୌଣସି ସାଧାରଣ ଆଇନଗତ ନିୟମ ନୁହେଁ। କାହାରି ପରକୀୟା ସମ୍ପର୍କ ଜନିତ ମାନସିକ ଆଘାତରୁ ସୁସ୍ଥ ହେବାକୁ କେତେ ସମୟ ଲାଗିବ, ତାହା ପ୍ରତ୍ୟେକ ମାମଲାର ପରିସ୍ଥିତି, ପ୍ରମାଣ ଏବଂ ପକ୍ଷଦ୍ୱୟଙ୍କ ଆଚରଣ ଉପରେ ନିର୍ଭର କରେ। ୩ ମାସ ପର୍ଯ୍ୟାପ୍ତ କି ନୁହେଁ, ସେଥିପାଇଁ କୋର୍ଟ କୌଣସି ସାର୍ବଜନୀନ ମାନଦଣ୍ଡ ନିର୍ଦ୍ଧାରଣ କରିନାହାନ୍ତି। ପତ୍ନୀଙ୍କ ପରକୀୟାପ୍ରୀତିର ଆଘାତ- ମୁକୁଳିବାକୁ ୩ମାସ ଯଥେଷ୍ଟ କି ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା।
