ଚର୍ଚ୍ଚାରେ ଜଜ୍ ରବି କୁମାର ଦିଓ୍ୱାକର।
ଚର୍ଚ୍ଚାରେ ଜଜ୍ ରବି କୁମାର ଦିଓ୍ୱାକର। ୪ ମାସରେ ୨୨ ଦୋଷୀଙ୍କୁ ଫାଶୀ ଦଣ୍ଡ।ଲୁଟ୍ ଓ ହତ୍ୟାର ଶହେ ବିଚାରାଧୀନ ମକଦ୍ଦମାକୁ ବିଚାରପତି ରବି କୁମାରଙ୍କଠୁ ଜିଲ୍ଲା ଜଜ୍ ବୀରେନ୍ଦ୍ର କୁମାର ସିଂ ଫେରାଇ ନେଇଛନ୍ତି। ନିଜର ୧୭ ବର୍ଷ କାର୍ଯ୍ୟକାଳରେ ୩୫ ଦୋଷୀଙ୍କୁ ଫାଶୀର ସଜ୍ଜା ଶୁଣାଇଛନ୍ତି ବିଚାରପତି ରବି କୁମାର। ସେ ନିଜର ସୁରକ୍ଷା ପାଇଁ ଡିଜିପି, ଏଡିଜି ସମେତ ଜିଲ୍ଲା ଜଜଙ୍କୁ ଚିଠି ଲେଖି ଚର୍ଚ୍ଚାରୁ ଆସିଥିଲେ।

ଚର୍ଚ୍ଚାରେ ଜଜ୍ ରବି କୁମାର ଦିଓ୍ୱାକର। ୪ ମାସରେ ୨୨ ଦୋଷୀଙ୍କୁ ଫାଶୀ ଦଣ୍ଡ। ମୁଜାଫରନଗର ଫାଷ୍ଟଟ୍ରାକ କୋର୍ଟର ବିଚାରପତି। ମୁଜାଫରନଗର ନ୍ୟାୟାଳୟ ପ୍ରତିଷ୍ଠାର ୭୦ ବର୍ଷର ଇତିହାସ ଭାଙ୍ଗିଲେ। ୯ଟି ଚର୍ଚ୍ଚିତ ମାମଲାରେ ଏପ୍ରିଲ ୬ରୁ ଅଗଷ୍ଟ ୧୩ ଯାଏ ରାୟ। ଜଣେ ମହିଳା ସମେତ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ଦେଇଛନ୍ତି ସଜ୍ଜା । ଗଲା ବର୍ଷ ନିଜ ଜୀବନକୁ ବିପଦ ଅଛି କହି ଡିଜିଙ୍କୁ ଲେଖିଥିଲେ ଚିଠି। ସେପଟେ ଲୁଟ୍ ଓ ହତ୍ୟାର ଶହେ ବିଚାରାଧୀନ ମକଦ୍ଦମାକୁ ବିଚାରପତି ରବି କୁମାରଙ୍କଠୁ ଜିଲ୍ଲା ଜଜ୍ ବୀରେନ୍ଦ୍ର କୁମାର ସିଂ ଫେରାଇ ନେଇଛନ୍ତି। ନିଜର ୧୭ ବର୍ଷ କାର୍ଯ୍ୟକାଳରେ ୩୫ ଦୋଷୀଙ୍କୁ ଫାଶୀର ସଜ୍ଜା ଶୁଣାଇଛନ୍ତି ବିଚାରପତି ରବି କୁମାର। ସେ ନିଜର ସୁରକ୍ଷା ପାଇଁ ଡିଜିପି, ଏଡିଜି ସମେତ ଜିଲ୍ଲା ଜଜଙ୍କୁ ଚିଠି ଲେଖି ଚର୍ଚ୍ଚାରୁ ଆସିଥିଲେ। କାହିଁକି ନିଜର ଗନର ବଦଳାଇଲ କହି ଆପତ୍ତି ଜାହିର କରିଥିଲେ। ତାଙ୍କ ଅନୁମତି ବିନା ତାଙ୍କ ସୁରକ୍ଷାରେ ଥିବା ଗନର କନଷ୍ଟେବଳ ରବୀନ୍ଦ୍ର ସିଂ ଠଂକୁରୈଲାଙ୍କ ବଦଳିକୁ ନେଇ ଖପ୍ପା ଥିଲେ। ଜଜ୍ ରବି କୁମାରଙ୍କ ଅନୁସାରେ, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଶାସନ ଓ ତାଙ୍କ ପରିବାରକୁ ସୁରକ୍ଷା ଉପଲବ୍ଧ କରାଯାଇଛି। ଯେବେ ସୁରକ୍ଷା ବ୍ୟବସ୍ଥା ବ୍ୟକ୍ତିଗତ ସ୍ତରରେ ନିର୍ଦ୍ଧାରିତ ହେଉଛି। ତାହେଲେ ଗନର ବଦଳାଇବା ନିଷ୍ପତ୍ତି ତାଙ୍କର ଅନୁମତି ବିନା ଓ ତାଙ୍କୁ ନ ଜଣାଇ କେମିତି ନିଆଗଲା। ଫାଷ୍ଟ ଟ୍ରାକ୍ କୋର୍ଟ-୩ର ବିଚାରପତି ରବି କୁମାର ଦିଓ୍ୱାକର ବରେଲିରୁ ନଭେମ୍ୱର ୨୯, ୨୦୧୫ରେ ବଦଳି ହୋଇ ଜନପଦ ଆସିଥିଲେ। ଫାଶୀ ସଜ୍ଜା ଶୁଣାଇବାର ଧାରା ଏପ୍ରିଲରୁ ଆରମ୍ଭ ହୋଇଛି। ସରକାରୀ ଓକିଲ କୁଲଦୀପ କୁମାର କହିଛନ୍ତି, ଏ ସମସ୍ତ ମାମଲା ହତ୍ୟା ଭଳି ଗମ୍ଭୀର ଅପରାଧ ସହ ଜଡ଼ିତ। ପ୍ରତି ମାମଲାରେ ଉପଲବ୍ଧ ସାକ୍ଷୀ, ଅପରାଧର ଗମ୍ଭୀରତା ଓ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ହିଁ ଫାଶୀର କଠୋର ଦଣ୍ଡ ଶୁଣାଇଛନ୍ତି ବିଚାରପତି ରବି ଦିଓ୍ୱାକର।
