Belgium Machine:ବାଟରେ ଅଟକିଲା ବେଲଜିୟମରୁ ଆସିଥିବା ମହାବଳୀ ଟ୍ରକ
୩୦୮ ଚକା ଥିବା ଏହି ବାହୁବଳୀ ଟ୍ରକ ଚନ୍ଦୌଲିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର ନିକଟସ୍ଥ ରିଂରୋଡ ପାଖରେ ଅଟକିଛି। ଟ୍ରକ୍ ସହ ଥିବା ଲଜିଷ୍ଟିକ ମ୍ୟାନେଜରଙ୍କ ଅନୁସାରେ,ଆସନ୍ତା ୨ରୁ ୩ ସପ୍ତାହରେ ଏହି ମହାବଳୀ ଟ୍ରକ ନିଜର ଗନ୍ତବ୍ୟ ସ୍ଥଳ ଲଖିମପୁରରେ ପହଞ୍ଚିଯିବ। ଗଲା ଏପ୍ରିଲ ମାସରେ ବେଲଜିୟମରୁ ସମୁଦ୍ରପଥରେ ଏହି ବିଶାଳକାୟ ମେସିନ୍ ବାହାରିଥିଲା।

ବାରାଣସିରେ ପହଞ୍ଚିଲା ବାହୁବଳୀ ଟ୍ରକ୍। ଯାହାର ୩୦୮ଟି ଚକ ଅଛି। ବେଲଜିୟମରୁ ୨ଶହ ଟନର ବିଶାଳକାୟ ବଏଲର ମେସିନ ଲଖିମପୁର ଖେରିର ଚିନି ମିଲକୁ ଆସୁଛି। ବାୟୋ ପଲିମର ପ୍ଲାଣ୍ଟର ଏହି ମେସିନ୍ ଏବେ ଚନ୍ଦୌଲିରେ ଅଟକିଛି। ରାସ୍ତା ସଂକୀର୍ଣ୍ଣ ଓ ତଳ ହେବା କାରଣରୁ ଗାଡ଼ି ପାଇଁ ଲଜିଷ୍ଟିକ୍ ଟିମ୍ ନୂଆ ରାସ୍ତା ତିଆରି କରୁଛି। ଏହି ମହାବଳୀ ଟ୍ରକ୍ ଓ ପ୍ରାୟ ୨ଶହ ଟନ୍ ଓଜନର ରିଆକ୍ଟରକୁ ଦେଖିବାକୁ ତଥା ଏହା ସହ ସେଲଫି ନେବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଭିଡ଼ ଦେଖିବାକୁ ମିଳିଛି। ବେଲଜିୟମରୁ ଓଡ଼ିଶା ଦେଇ ଏହା ୟୁପିର ଲଖିମପୁର ଯାଉଥିଲା। କିନ୍ତୁ ବାୟୋ ପଲିମର ପ୍ଲାଣ୍ଟର ମେସିନକୁ ନେଇ ଆସୁଥିବା ଏହି ଟ୍ରକ ଦୁଇ ଦିନ ହେଲା ଚାନ୍ଦୌଲିରେ ଅଟକିଛି। କାରଣ ଆଗକୁ ଯିବାକୁ କ୍ଲିଅର ରାସ୍ତା ମିଳୁନି। କେମିତି ଏହାକୁ ସୁରୁଖୁରୁରେ ପାସ୍ କରାଯିବ, ସେ ନେଇ ରାସ୍ତା ତିଆରି ଚାଲିଛି। ୩୦୮ ଚକା ଥିବା ଏହି ବାହୁବଳୀ ଟ୍ରକ ଚନ୍ଦୌଲିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର ନିକଟସ୍ଥ ରିଂରୋଡ ପାଖରେ ଅଟକିଛି। ଟ୍ରକ୍ ସହ ଥିବା ଲଜିଷ୍ଟିକ ମ୍ୟାନେଜରଙ୍କ ଅନୁସାରେ,ଆସନ୍ତା ୨ରୁ ୩ ସପ୍ତାହରେ ଏହି ମହାବଳୀ ଟ୍ରକ ନିଜର ଗନ୍ତବ୍ୟ ସ୍ଥଳ ଲଖିମପୁରରେ ପହଞ୍ଚିଯିବ। ଗଲା ଏପ୍ରିଲ ମାସରେ ବେଲଜିୟମରୁ ସମୁଦ୍ରପଥରେ ଏହି ବିଶାଳକାୟ ମେସିନ୍ ବାହାରିଥିଲା। ଆଉ ପ୍ରାୟ ମାସକ ପରେ ଓଡ଼ିଶାର ପାରାଦୀପ ବନ୍ଦର ପହଞ୍ଚିଥିଲା। ଆଉ ପାରାଦୀପ ବନ୍ଦରରୁ ପ୍ରାୟ ୨ ମାସ ପୂର୍ବରୁ ଟ୍ରକରେ ରଖି ୟୁପିର ଲଖିମପୁର ଆଡ଼କୁ ବାହାରିଥିଲା। ଓଡ଼ିଶାରୁ ବାହାରିଥିବା ୩୦୮ ଚକା ବିଶିଷ୍ଟ ଏହି ବିଶାଳକାୟ ମହାବଳୀ ଟ୍ରକ ଝାଡ଼ଖଣ୍ଡ ଓ ବିହାର ଦେଇ ୟୁପିର ସୀମାରେ ଗଲା ଶୁକ୍ରବାର ଚନ୍ଦୌଲିରେ ପହଞ୍ଚିଥିଲା। ନାସନାଲ ହାଇଓ୍ୱେ-୧୯ରେ ହେଉଥିବା ରିଂରୋଡ୍ ପାଖରେ ଏହି ଟ୍ରକ ଏବେ ଅଟକିଛି।
