ବିପଦ ବେଳେ ବିଡ଼ିଓଙ୍କ ମାନବିକତା: ଆହତ ମହିଳାଙ୍କୁ ମିଳିଲା ତୁରନ୍ତ ଚିକିତ୍ସା
ପାଚେରୀ ଭୁଶୁଡ଼ି ପଡ଼ିଥିବା ଓ ସେଥିରେ ଫସି ଯାଇଥିବା ମହିଳାଜଣଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ନେଇ କର୍ତ୍ତବ୍ୟଵୋଧାତାର ପରିଚୟ ଦେଇଛନ୍ତି ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ।
ବାତ୍ୟା ଜନିତ ପ୍ରବଳ ବର୍ଷା ସମୟରେ ବିଡ଼ିଓ ଦେଖାଇଲେ କର୍ତ୍ତବ୍ୟଵୋଧାତା । ପାଚେରୀ ଭୁଶୁଡ଼ି ପଡ଼ିଥିବା ଓ ସେଥିରେ ଫସି ଯାଇଥିବା ମହିଳାଜଣଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ନେଇ କର୍ତ୍ତବ୍ୟଵୋଧାତାର ପରିଚୟ ଦେଇଛନ୍ତି ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ବିଡ଼ିଓ ବନ୍ୟା ବାତ୍ୟାକୁ ନେଇ କ୍ଷେତ୍ର ପରିଦର୍ଶନ କରୁଥିବା ସମୟରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡ଼ା ଗ୍ରାମରେ ଏକ ପାଚେରୀ ଭୁଶୁଡ଼ି ପଡ଼ିଥିବା ଓ ସେଥିରେ ଜଣେ ମହିଳା ଫସି ରହି ଗୁରୁତର ଆହତ ହୋଇଥିବା ସୂଚନା ପାଇଥିଲେ। ସେଠାରେ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ମହିଳାଙ୍କୁ ଉଦ୍ଧାର କରିଯାଇଥିଲା। ମହିଳାଜଣକ ହେଲେ ସରୁଗୁଡ଼ା ଗ୍ରାମର ଚିନ୍ତାମଣି ମାଝୀ। ମହିଳାଙ୍କ ମୁହଁ ଓ ହାତରେ ଆଘାତ ଲାଗିଥିଲା | ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା ନକରି, ବିଡ଼ିଓ ନିଜ ସରକାରୀ ଅଫିସ୍ ଗାଡ଼ିରେ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ଏହାପରେ ତୁରନ୍ତ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଯୋଗାଯୋଗ କରି ପୀଡ଼ିତାଙ୍କ ଅବସ୍ଥା ବିଷୟରେ ଅବଗତ କରାଯାଇଥିଲା। ପୀଡ଼ିତାଙ୍କ ତୁରନ୍ତ ଆର୍ଥିକ ଆବଶ୍ୟକତା ଓ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି, ଜରୁରୀ ସହାୟତା ଭାବେ ତାଙ୍କୁ ୫,୦୦୦/- ରେଡ୍ କ୍ରସ୍ ଫଣ୍ଡରୁ ସହାୟତା ପ୍ରଦାନ କରିଥିଲେ । ପ୍ରବଳ ବର୍ଷା ସମୟ ରେ ବିଡ଼ିଓ କ୍ଷୀରୋଦ୍ ଚନ୍ଦ୍ର ସାହୁ ଙ୍କ ଏହି ମାନବିକତା କୁ ନେଇ ଆହତ ମହିଳା ଙ୍କ ପରିବାର ତରଫରୁ ପ୍ରଶଂସା କରାଯିବା ସହିତ ଧନ୍ୟବାଦ ଦେଇଛନ୍ତି ।
