ସାତଦଫା ଦାବି ନେଇ ବାସୁଦେବପୁରରେ ଆଶାକର୍ମୀଙ୍କ ବିକ୍ଷୋଭ
ନୀଳମଣି ଟାଉନ ହଲରୁ ବାହାରିଲା ଶୋଭାଯାତ୍ରା; ସାତଦଫା ଦାବି ନେଇ ବାସୁଦେବପୁରରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବିଧାୟକ ଓ ମେଡିକାଲ ଅଫିସରଙ୍କୁ ଦାବିପତ୍ର ପ୍ରଦାନ ।
S
By Subhadra DasPublished: Sep 5, 2026, 03:27 PM •1 min read •20 Views
ବାସୁଦେବପୁର: ସାତଦଫା ଦାବି ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଆଶାକର୍ମୀ ଆସୋସିଏସନର ଜିଲ୍ଲା ସଭାପତି ମମତା ଜେନାଙ୍କ ନେତୃତ୍ୱରେ ନୀଳମଣି ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାଟି ବାସୁଦେବପୁର ବଜାର ପରିକ୍ରମା କରି ନୀଳମଣି ମାର୍କେଟ ନିକଟରେ ପହଞ୍ଚିଥିଲା। ସେଠାରେ ଆଶାକର୍ମୀମାନଙ୍କ ପକ୍ଷରୁ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ଦିବ୍ୟସିଂହ ନାୟକ ଯୋଗଦେଇଥିଲେ। ଆଶାକର୍ମୀମାନେ ସେମାନଙ୍କ ସାତଦଫା ଦାବି ସମ୍ପର୍କରେ ଅତିଥିମାନଙ୍କ ନିକଟରେ ଦାବି ରଖିଥିଲେ। ପରେ ଆଶାକର୍ମୀମାନେ ସେମାନଙ୍କ ସାତଦଫା ଦାବିପତ୍ର ବିଧାୟକ ଅଶୋକ ଦାସ ଏବଂ ମେଡିକାଲ ଅଫିସର ଅମରେନ୍ଦ୍ର ଜେନାଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡ଼ିକ ପୂରଣ ଦିଗରେ ସରକାର ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବାକୁ ଆଶାକର୍ମୀମାନେ ଦାବି କରିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
