ସରିଲା ନବଦିନାତ୍ମକ ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ଗଡିଲା ତିନିରଥ
ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁର। ହରିବୋଲ ହୁଳହୁଳିରେ ଘରଘର ନାଦ କରି ଆଗେ ଗଡିଲା ବଡଠାକୁର ବଳଭଦ୍ରଙ୍କ ରଥ। ପରେ କାମ୍ପିଲ୍ୟ ବାସିନୀ ମା ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ଆସୁଛନ୍ତି କୋଟି ବ୍ରହ୍ମାଣ୍ଡର ଠାକୁ ଆଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ପ୍ରଭୁଙ୍କୁ ଦେଖି ଭକ୍ତ କୃତ୍ୟକୃତ୍ୟ। ଲୋକାରଣ୍ୟ ପୁରୀ ବଡଦାଣ୍ଡ।
S
By Subhadra DasPublished: Jul 24, 2026, 06:06 PM •1 min read •7 Views
ପୁରୀ: ଆଡପମଣ୍ଡପରେ ନବଦିନର ଦିବ୍ୟ ଲୀଳା ସମାପନ ପରେ ଆଜି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିବାବେଳେ ଘରଘର ନାଦ କରି ପ୍ରଥମେ ତାଳଧ୍ୱଜ ରଥ ଗଡ଼ିବା ଆରମ୍ଭ କରିଛି। ଏହାପୂର୍ବରୁ ଆଡପମଣ୍ଡପରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜାଙ୍କ ରାଜକୀୟ ଛେରାପହଁରା ନୀତି ଶେଷ ହେବା ପରେ ଶରଧାବାଲିରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଥିଲା।

ଆଜି ବଡ଼ଦାଣ୍ଡ କେବଳ "ଜୟ ଜଗନ୍ନାଥ" ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି। ଘଣ୍ଟ, କାହାଳି ଓ ଝାଞ୍ଜର ନିନାଦ ସହ ଭକ୍ତମାନଙ୍କ ଭକ୍ତିଭରା ଟାଣରେ ଗୋଟିଏ ପରେ ଗୋଟିଏ ରଥ ଶ୍ରୀମନ୍ଦିର ଅଭିମୁଖେ ଆଗେଇ ଚାଲିଛି। ଏହି ପବିତ୍ର ମୁହୂର୍ତ୍ତକୁ ଦେଖିବା ସହ ରଥଦଉଡ଼ି ସ୍ପର୍ଶ କରି ଭକ୍ତ ହୋଇଛି କୃତ୍ୟକୃତ୍ୟ। ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଜନସମୁଦ୍ର ପାଲଟିଛି ପୁରା ଶ୍ରୀକ୍ଷେତ୍ର ।
S
Subhadra DasContent Writer
Comments0
Leave a Reply
Loading comments...
