ବାଗପତ ଡବଲମର୍ଡର- କୁଆଡ଼େ ଗଲା ହତ୍ୟାକାରୀ ମହନ୍ତ ?
ଗଣେଶ ମନ୍ଦିର ପରିସରରେ ଯଜ୍ଞକୁଣ୍ଡ ପାଖରେ ଜମି ତଳେ ଦୁହିଁଙ୍କ ଶବ ଉଦ୍ଧାର କରାଯାଇଥିଲା। ଜୁଲାଇ ୨୫ର ଘଟଣା। ଏହି ଯଜ୍ଞକୁଣ୍ଡର ମହନ୍ତ ନରେଶନାଥ ସାଧନା କରୁଥିଲେ। ତଦନ୍ତ ଚାଲିଥିଲା ବେଳେ ମନ୍ଦିରରେ ଥିବା ଦୁଇ ଶିଷ୍ୟଙ୍କୁ ପୁଲିସ ଗିରଫ କରିଛି। ଆଉ ମହନ୍ତ ନରେଶନାଥଙ୍କ ସମେତ ଆଉ ଜଣେ ଅଭିଯୁକ୍ତ ଫେରାର୍ ଅଛି। ମହନ୍ତ ନରେଶନାଥ ଓ ଉଜ୍ଜ୍ୱଳ ଦୁହେଁ ଅଙ୍କିତ ପ୍ରଜାପତି ଓ ଇସରାରକୁ ଚାହାରେ ବିଷ ଦେଇ ଜୀଅନ୍ତା ପୋତିଦେଇଥିଲେ। ଚାହା କରିଥିଲେ ଉଜ୍ୱଳ। ଆଉ ନିଶା ବଟିକା ମିଶାଇଥିଲେ ନରେଶ। ତା ପରେ ଦୁହିଁଙ୍କୁ ବିଷ ଇଞ୍ଜେକ୍ସନ ଲଗାଇଥିଲା ନରେଶ।

ବାଗପତ ମର୍ଡର ମିଷ୍ଟ୍ରି। ଗଣେଶ ମନ୍ଦିର ପରିସରରେ ଅଙ୍କିତ ଓ ଇସରାରକୁ ହତ୍ୟା କରି ଯଜ୍ଞକୁଣ୍ଡ ପାଖରେ ପୋତି ଦିଆଯାଇଥିଲା। ମାମଲାରେ ଫେରାର୍ ମହନ୍ତ ନରେଶନାଥଙ୍କ ସହ ଭାଇରାଲ ଫଟୋ ଉପରେ ମୃତକ ଅଙ୍କିତଙ୍କ ଭଉଣୀ ସଫେଇ ଦେଇଛନ୍ତି। ମହନ୍ତଙ୍କ ସହ ଆଫେୟାରକୁ ନେଇ ଖାରଜ କରିଛନ୍ତି ଅଙ୍କିତଙ୍କ ଭଉଣୀ। ମହନ୍ତ ତାଙ୍କ ପିତା ସମାନ ଓ ଫଟୋଟି ହରିଦ୍ୱାରର ବୋଲି କହିଛନ୍ତି। ମହନ୍ତଙ୍କ ସହ କୌଣସି ପ୍ରକାର ପ୍ରେମସମ୍ପର୍କ ନଥିଲା। ହରିଦ୍ୱାରରେ ସେ ଏକୁଟିଆ ନଥିଲେ, ବରଂ ପୁରା ପରିବାର ସାଙ୍ଗରେ ଥିଲେ। ୟୁପିରେ ଦୁଇ ବନ୍ଧୁ ଅଙ୍କିତ ଓ ଇସରାର ମର୍ଡର ତଦନ୍ତ ଭିତରେ ଏହି ଭାଇରାଲ ଫଟୋ ନୂଆ ମୋଡ଼ ଦେଇଛି। ଯାହାକୁ ପୁଲିସ କାହାଣୀର ପ୍ରମୁଖ ବିନ୍ଦୁ ବୋଲି ଭାବୁଛି। ବାଦପତର ଚାନ୍ଦିନଦର ଥାନା ଅନ୍ତର୍ଗତ ଲହଚୌଡ଼ା ଗାଁସ୍ଥିତ ଗଣେଶ ମନ୍ଦିର ପରିସରରେ ଯଜ୍ଞକୁଣ୍ଡ ପାଖରେ ଜମି ତଳେ ଦୁହିଁଙ୍କ ଶବ ଉଦ୍ଧାର କରାଯାଇଥିଲା। ଜୁଲାଇ ୨୫ର ଘଟଣା। ଏହି ଯଜ୍ଞକୁଣ୍ଡର ମହନ୍ତ ନରେଶନାଥ ସାଧନା କରୁଥିଲେ। ତଦନ୍ତ ଚାଲିଥିଲା ବେଳେ ମନ୍ଦିରରେ ଥିବା ଦୁଇ ଶିଷ୍ୟଙ୍କୁ ପୁଲିସ ଗିରଫ କରିଛି। ଆଉ ମହନ୍ତ ନରେଶନାଥଙ୍କ ସମେତ ଆଉ ଜଣେ ଅଭିଯୁକ୍ତ ଫେରାର୍ ଅଛି। ମହନ୍ତ ନରେଶନାଥ ଓ ଉଜ୍ଜ୍ୱଳ ଦୁହେଁ ଅଙ୍କିତ ପ୍ରଜାପତି ଓ ଇସରାରକୁ ଚାହାରେ ବିଷ ଦେଇ ଜୀଅନ୍ତା ପୋତିଦେଇଥିଲେ। ଚାହା କରିଥିଲେ ଉଜ୍ୱଳ। ଆଉ ନିଶା ବଟିକା ମିଶାଇଥିଲେ ନରେଶ। ତା ପରେ ଦୁହିଁଙ୍କୁ ବିଷ ଇଞ୍ଜେକ୍ସନ ଲଗାଇଥିଲା ନରେଶ। ସଫେଇ କରିବା ବାହାନାରେ ଫାଉଡ଼ା ମଗାଇଥିଲେ। ନରେଶନାଥ, ଉଜ୍ୱଳ ଓ କୃଷ୍ଣା ଯାଦବ ମିଶିକି ଗାତ ଖୋଳି ଦୁହିଁଙ୍କୁ ଜୀଅନ୍ତା ପୋତିଦେଲେ। ଆଉ ଜଣେ ନାବାଳକ ବାହାରେ ଜଗିଥିଲା। କାଳେ କିଏ ଚାଲିଆସିବ। ଏସପି କହିଛନ୍ତି, ଭଉଣୀ ସହ ଅନୈତିକ ସମ୍ପର୍କ ବାବଦରେ ଜାଣିବା ପରେ ଅଙ୍କିତ ପ୍ରଜାପତି ମହନ୍ତ ନରେଶ ସହ ଖପ୍ପା ଥିଲା। ସଟ୍ଟା ନମ୍ୱର ନେବାକୁ ଅଙ୍କିତ ଓ ଇସରାର ଲଗାତାର ନରେଶ ପାଖକୁ ଯାଆନ୍ତି। ଅଙ୍କିତ ୨ରୁ ୩ ହଜାର ଟଙ୍କା ଯାଏ ଜୁଆରେ ଲଗାଉଥିଲା। ଯେବେ କି ନରେଶ ତାକୁ ଲକ୍ଷ ଲକ୍ଷ ଟଙ୍କା ଜୁଆରେ ଲଗାଇବାକୁ ଉସୁକାଉଥିଲା। ସଟ୍ଟାର ନମ୍ୱରକୁ ନେଇ ଅଙ୍କିତ ନିରନ୍ତର ଯିବାଆସିବା କରେ ନରେଶ ପାଖକୁ। ତେବେ ମହନ୍ତ ପାଖକୁ ଭଉଣୀ ଯିବା ଦେଖିବା ପରେ ସେ ଏହାକୁ ବିରୋଧ କରିଥିଲା। ଏ କଥା ମହନ୍ତ ଜାଣିବାକୁ ପାଇବା ପରେ ଅଙ୍କିତକୁ ମାରିବାକୁ ଯୋଜନା କରିଥିଲା। ମାରିବା ପୂର୍ବରୁ ନିଶା ବଟିକା, ବିଷ, ଇଞ୍ଜେକ୍ସନ ଆଣି ପାଖରେ ରଖିଥିଲା ନରେଶ। ଜୁଲାଇ ୨୫ରେ ଅଙ୍କିତକୁ ଫୋନ କରି ଡାକିଥିଲା। ଅଙ୍କିତ ଦିବ୍ୟାଙ୍ଗ ଥିବାରୁ ସାଙ୍ଗରେ ଇସରାରକୁ ନେଇଥାଏ। ଏଥିଲାଗି ଇସରାରକୁ ବି ସେ କିଛି ଟଙ୍କା ଦିଏ। ଦୁହିଁଙ୍କୁ ଚା ପିଆଇବା ବାହାନାରେ ନିଶା ବଟିକା ଦେବା ସହ ବିଷ ଇଞ୍ଜେକ୍ସନ ଫୋଡ଼ି ମାରିଦେଲେ। ଆଗ ଶବକୁ ନାଳରେ ଫିଙ୍ଗିବାକୁ ଯୋଜନା କରିଥିଲେ। ହେଲେ କାଳେ କିଏ ଦେଖିନେବେ, ସେଥିଲାଗି ମନ୍ଦିର ପରିସରରେ ହିଁ ପୋତିଦେଲେ। ଶବ ପୋତିବା ବେଳେ ମନ୍ଦିର ଗେଟ୍ ଆଗରେ ନିଜର କାର୍ ଛିଡ଼ା କରିଦେଲା। ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଜଣେ ନାବାଳକକୁ ଜଗାଇଦେଲା। ନରେଶନାଥ ସବୁଥର ପୁଲିସକୁ ଚକମା ଦେଇଚାଲିଥିଲା। ଅଙ୍କିତଙ୍କ ଭଉଣୀ ଓ ତାଙ୍କ ପରିବାର ବି ନରେଶକୁ ନିର୍ଦୋଷ କହି ତାକୁ ଛାଡ଼ିଦେବାକୁ କହୁଥିଲେ। ହେଲେ ପୁଲିସର ସବୁତକ ସନ୍ଦେହ ନରେଶ ଉପରେ ଥିଲା। ଜେରାରେ ସତ ଓଗାଳିବା ପୂର୍ବରୁ ଅଗଷ୍ଟ ୮ରୁ କାର୍ ନେଇ ଫେରାର୍ ହୋଇଯାଇଛି ନରେଶ। ଗାଁରେ ନରେଶର ପତ୍ନୀ ରୁହନ୍ତି। ପୁଲିସ ନରେଶ ଓ ତାଙ୍କ ପତ୍ନୀଙ୍କୁ ଫୋନକୁ ସର୍ଭେଲାନ୍ସରେ ପକାଇଥିଲା। ବୁଧବାର ସଂଧ୍ୟାରେ ଏକ ଅଜ୍ଞାତ ନମ୍ୱରରୁ ପତ୍ନୀଙ୍କ ଫୋନକୁ କଲ୍ କରିଥିଲା ଉଜ୍ୱଳ। ପୁଲିସ ସେ ନମ୍ୱରକୁ ଟ୍ରେସ କରି ଉଜ୍ୱଳକୁ ଗିରଫ କରିଥିଲା ଓ ପୁରା ଘଟଣାର ରହସ୍ୟ ଓଗାଳିଦେଇଥିଲା ଉଜ୍ୱଳ। ଅଙ୍କିତଙ୍କ ଏଟିଏମ ଘରେ ଥିଲା। ତାଙ୍କ ନିଖୋଜ ସତ୍ତ୍ୱେ ସେ ଏଟିଏମରୁ ତାଙ୍କ ଭଉଣୀ ୩ ଥର ଟଙ୍କା ବାହାର କରିଥିଲା। ଏଥିରେ ପୁଲିସର ତଦନ୍ତ ହଡ଼ବଡ଼େଇଗଲା। ଆଉ ଆକାଉଣ୍ଟ ଡିଟେଲ୍ସ ଦେଖିବାରୁ ଅଙ୍କିତ ନିଜେ ଟଙ୍କା ଉଠାଉଛି। ହେଲେ ସିସିଟିଭି ଫୁଟେଜ ବାହାର କରିବାରୁ ତାଙ୍କ ଭଉଣୀ ଟଙ୍କା ଉଠାଉଥିବା ଦେଖିଥିଲା ପୁଲିସ। ନରେଶନାଥ ବି ପୁଲିସକୁ ସେପଟେ ଚକମା ଦେବାକୁ ଲାଗିଥିଲା। ସେ ନିଜ ଫୋନ୍ ମନ୍ଦିର ପରିସରରେ ରଖିଦେଇଥିଲା। ଅଙ୍କିତ ଓ ଇସରାରର ମୋବାଇଲ ଧରି ବିଭିନ୍ନ ଜାଗା ବୁଲୁଥିଲା। କିଛି ସମୟ ପାଇଁ ଅନ୍ କରୁଥିଲା ତ ପୁଣି ବନ୍ଦ କରିଦେଉଥିଲା। ସେଥିଲାଗି ପୁଲିସକୁ ଲାଗିଥିଲା ଯେ, ବୋଧହୁଏ ମଉଜମସ୍ତି ଲାଗି ଅଙ୍କିତ ଓ ଇସରାର ବୁଲୁଛନ୍ତି। ଏମିତି ଭାବି ଅନେକ ଦିନ ପୁଲିସ କୂଳକିନାରା ପାଉନଥିଲା। ନରେଶର ସହଯୋଗୀ ଉଜ୍ୱଳ ବି ସାଧୁର ଜାଲରେ ଫସିଯାଇଥିଲା। ଉଜ୍ୱଳର ଦୁଇ ଭଉଣୀଙ୍କ ବିବାହ ହୋଇପାରୁନଥିବାରୁ ସେ ନରେଶର ଜାଲରେ ପଡ଼ିଥିଲା। ନରେଶ ସେମାନଙ୍କ ବାହାଘର କରାଇଦେବ କହି ଭରସା ଦେଇଥିଲା। ଆଗ ନରେଶ ଲକ୍ଷେ ଟଙ୍କା ଦାବି କରିଥିଲା। ଟଙ୍କା ଦେବାକୁ ରାଜି ବି ଥିଲା ଉଜ୍ୱଳ। କିନ୍ତୁ ପରେ ଟଙ୍କା ନ ଦେଇ ତା ବଦଳରେ ତାଙ୍କ ଲାଗି ଏହି ମର୍ଡର କରିବାକୁ ଦାୟିତ୍ୱ ଦେଇଥିଲା। ଅଙ୍କିତ ଓ ଇସରାର ଦୁହେଁ ନିବିଡ଼ ବନ୍ଧୁ ଥିଲେ। ଇସରାରର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି। ୫ ଭଉଣୀରେ ଏକମାତ୍ର ଭାଇ ଥିଲା ଅଙ୍କିତ। ଗହମ ମେସିନ ଓଲଟିବାରୁ ୬ ବର୍ଷ ତଳେ ସେଥିରେ ଚାପି ହୋଇଯିବାରୁ ଅଙ୍କିତଙ୍କ ଦୁଇ ଗୋଡ଼ କାମ କଲାନି। ସେ ଅନଲାଇନରେ କମ୍ପ୍ୟୁଟର କାମ କରୁଥିଲେ।
