ସ୍ୱାମୀକୁ କରୁଥିଲେ ଘୃଣା- ୫ଲକ୍ଷ ଡିଲ୍ରେ କରିଦେଲେ ମର୍ଡର
ପୁଲିସ ଯେତେବେଳେ ସିସିଟିଭି ଫୁଟେଜ୍, ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କଲା ଓ ଫରେନସିକ ପ୍ରମାଣ ନେଲା। ଏ ଘଟଣାକ୍ରମରେ ଅନେକ ଦିଗ ମିଳିଲା। ଯାହା ମଞ୍ଜୁଙ୍କ କାହାଣୀ ସହ ମେଳ ଖାଉନଥିଲା। ଏହା ପରେ ସନ୍ଦେହର ପୁରା ଦିଗ ମଞ୍ଜୁଙ୍କ ଆଡ଼କୁ ମୁହାଁଇଥିଲା। ଚମନ ସହ ମିଶି ମୁନ୍ନାକୁ ମାରିବାକୁ ପ୍ଲାନ୍ କରିଥିଲେ ମଞ୍ଜୁ। ଏହା ବଦଳରେ ସେ ୫ ଲକ୍ଷ ଟଙ୍କା ତାକୁ ଦେବାକୁ ଲୋଭ ଦେଖାଇଥିଲେ।

ସ୍ୱାମୀକୁ କରୁଥିଲେ ଘୃଣା। ସେଥିଲାଗି ରାସ୍ତାରୁ ହଟାଇବାକୁ ପ୍ରେମିକ ସହ ମିଶି ୫ଲକ୍ଷ ଟଙ୍କାର ଡିଲ୍ କରିଥିଲା ପତ୍ନୀ। ଦିଲ୍ଲୀ ସଂଗମ ବିହାରରେ ୨୨ ବର୍ଷର ବୈବାହିକ ଜୀବନର ଏମିତି ଭୟଙ୍କର ଅନ୍ତ ହୋଇଛି। ପୁଲିସ ଅନୁସାରେ, ମଞ୍ଜୁ ଓରଫ ନାଜିୟା ନିଜ ପ୍ରେମିକ ଚମନ ସହ ମିଶି ସ୍ୱାମୀ ମୁନ୍ନା ଲାଲକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ନିଦ ବଟିକା ଦେଇ ନିର୍ଧୁମ ପିଟିଥିଲେ। ରସିରେ ଗଳା ଚିପିଲେ ଆଉ କରେଣ୍ଟ ବି ଦେଲେ। ପୁଲିସ ଏ ଘଟଣାରେ ପତ୍ନୀ ସମତେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟା କରିବା ପରେ ଘରେ ଡକାୟତ ପଶି ଏଭଳି କାଣ୍ଡ କରିଛନ୍ତି ବୋଲି ମିଛ କହି ପୁଲିସକୁ ବିଭ୍ରାନ୍ତ କରିବାକୁ ପୁରା ପ୍ରୟାସ କରିଥିଲେ ଅଭିଯୁକ୍ତ। ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଗୋଟିଏ ପୁଅକୁ କାଉଡ଼ିଆ ଯାତ୍ରାରେ ପଠାଇଦେଇଥିଲେ ମଞ୍ଜୁ। ଏମାନଙ୍କର ୩ଟି ସନ୍ତାନ ଅଛନ୍ତି। ଯେଉଁ ପୁଅ ବାପର ବେଶୀ ଗେହ୍ଲା ଥିଲା, ସେ ପୁଅକୁ ସେ କାଉଡ଼ିଆ ଯାତ୍ରାରେ ପଠାଇଦେଇଥିଲା। ଅଗଷ୍ଟ ୧୦ ତାରିଖ ଭୋର ସାଢ଼େ ୫ଟାରେ ଏ ଘଟଣା ସାମ୍ନାକୁ ଆସିଥିଲା। ଯେବେ ପୁଲିସକୁ ଏ ବାବଦରେ ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମୁନ୍ନାଲାଲଙ୍କ ମୃତ୍ୟୁ ହୋଇସାରିଥିଲା। ଶରୀରରେ ଅନେକ ଜାଗାରେ ଗମ୍ଭୀର ଆଘାତର ଚିହ୍ନ ଥିଲା। ପତ୍ନୀ ମଞ୍ଜୁ ପୁଲିସକୁ କହିଥିଲେ, ଘରେ ୪ଜଣ ଚୋର ପଶିଥିଲେ। ଲୁଟ୍ ବେଳେ ସ୍ୱାମୀଙ୍କ ସହ ହାତାହାତି ହେବାରୁ ସେମାନେ ସ୍ୱାମୀଙ୍କୁ ମାରିଦେଲେ। ତେବେ ପୁଲିସ ଯେତେବେଳେ ସିସିଟିଭି ଫୁଟେଜ୍, ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କଲା ଓ ଫରେନସିକ ପ୍ରମାଣ ନେଲା। ଏ ଘଟଣାକ୍ରମରେ ଅନେକ ଦିଗ ମିଳିଲା। ଯାହା ମଞ୍ଜୁଙ୍କ କାହାଣୀ ସହ ମେଳ ଖାଉନଥିଲା। ଏହା ପରେ ସନ୍ଦେହର ପୁରା ଦିଗ ମଞ୍ଜୁଙ୍କ ଆଡ଼କୁ ମୁହାଁଇଥିଲା। ଚମନ ସହ ମିଶି ମୁନ୍ନାକୁ ମାରିବାକୁ ପ୍ଲାନ୍ କରିଥିଲେ ମଞ୍ଜୁ। ଏହା ବଦଳରେ ସେ ୫ ଲକ୍ଷ ଟଙ୍କା ତାକୁ ଦେବାକୁ ଲୋଭ ଦେଖାଇଥିଲେ। ଘଟଣା ପୂର୍ବରୁ ଚମନକୁ ୨୦ ହଜାର ଟଙ୍କା ଆଡ଼ଭାନ୍ସ ଦିଆଯାଇଥିଲା। ହତ୍ୟାକାଣ୍ଡ ରାତିରେ ମୁନ୍ନାଙ୍କୁ ଆଗ ନିଦ ବଟିକା ଦିଆଯାଇଥିଲା। ଏହା ପରେ ଚମନ ଘରେ ପହଞ୍ଚିଥିଲେ। ଆଉ ଉଭୟ ତା ପରେ ମିଶି ମୁନ୍ନାଙ୍କୁ ହତ୍ୟା କରିଥିଲେ। ଯେହେତୁ ୨୨ ବର୍ଷର ଦାମ୍ପତ୍ୟ ଜୀବନ ଥିଲା। ସେଥିଲାଗି ଏମିତି କଅଣ ହେଲା ଯେ, ମଞ୍ଜୁ ଏତେ ବଡ଼ କାଣ୍ଡ କରିବାକୁ ପଛାଇଲାନି। ସେ ଦିଗକୁ ପୁଲିସ ଛାନଭିନ୍ କରୁଛି। ଉଭୟଙ୍କ ଭିତରେ କେମିତି ସମ୍ପର୍କ ଥିଲା। ହତ୍ୟା ପରେ ଚୋରୀର ନାଟକ ରଚିବାକୁ ଭରପୁର ପ୍ରୟାସ ହୋଇଥିଲା ସତ। ହେଲେ ପୁଲିସ ଶେଷରେ ମଞ୍ଜୁ, ଚମନ ଓ ଚମନର ସାଙ୍ଗ କିଶନକୁ ଗିରଫ କରିଛି। ମୁନ୍ନାଲାଲ ମଞ୍ଜୁଙ୍କ ଖର୍ଚ୍ଚ ଲାଗି ଟଙ୍କା ଦେଉନଥିଲେ। ଦୁହିଁଙ୍କ ଭିତରେ ଟଙ୍କା ଓ ଘରୋଇ ମାମଲାକୁ ନେଇ ପ୍ରାୟ ଝଗଡ଼ା ହୁଏ।
