Uttar Pradesh : ଭିଡିଓ ଭାଇରାଲର ଧମକ ନେଲା ଜୀବନ
ଅଶ୍ଳୀଳ ଭିଡିଓ ବନେଇବା ହେଲା ମୃତ୍ୟୁର କାରଣ | ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କଲେ ପ୍ରେମିକ | ମହିଳା ନିଜ ସ୍ୱାମୀ ସହିତ ପ୍ରେମିକର କଲା ହତ୍ୟା |

ଅଶ୍ଳୀଳ ଭିଡିଓ ବନେଇବା ହେଲା ମୃତ୍ୟୁର କାରଣ | ମହିଳାଙ୍କ ଅଶ୍ଳୀଳ ଭିଡିଓ ବନେଇ ବ୍ଲାକମେଲ କଲେ ପ୍ରେମିକ | ମହିଳା ନିଜ ସ୍ୱାମୀ ସହିତ ପ୍ରେମିକର କଲା ହତ୍ୟା | ଘଟଣାଟି ବାଗପତର। କାଲି ସକାଳେ ମହିଳା ନିଜ ସ୍ୱାମୀ ସହ ମିଶି ପ୍ରେମିକର ହତ୍ୟା କରିଛି | ପୋଲିସ ତଦନ୍ତରେ ମହିଳା ସହିତ ଅବୈଧ ସମ୍ପର୍କର ମାମଲା ସାମ୍ନାକୁ ଆସିଥିଲା | ୪-୫ ମାସ ଯାଏଁ ଅବୈଧ ସମ୍ପର୍କ ଥିଲା | ପୋଲିସ ଅନୁସାରେ ,ଏବେ ମହିଳାକୁ ପ୍ରେମିକ ବ୍ଲାକମେଲ କରିଥିଲା | ତା ପାଖରେ ମହିଳାଙ୍କ ଅଶ୍ଳୀଳ ଭିଡିଓଟେ ଥିଲା , ଯାହାକୁ ସେ ଭାଇରାଲ କରିବାର ଧମକ ଦେଉଥିଲା | ସେ ମହିଳା ଠାରୁ ଦେଢ଼ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା | ଯାହା ପରେ ମହିଳାଜଣକ ନିଜ ସ୍ୱାମୀ ସହ ମିଶି ହତ୍ୟାକରିବା ଭଳି ଅପରାଧ କରି ଥିଲେ | ମହିଳାଙ୍କ ଅନୁସାରେ ସେ ଯୁବକକୁ ପୂର୍ବରୁ ୩ ଲକ୍ଷ ଟଙ୍କା ଦେଇ ସାରିଥିଲେ , କିନ୍ତୁ ଅଧିକ ଟଙ୍କା ପାଇଁ ଡିମାଣ୍ଡ କରିଥିଲେ | ବାଗପତ ପୋଲିସ ଅନୁସାରେ ,ମହିଳା ଓ ତାଙ୍କ ସ୍ୱାମୀ ମିଶି ଯୁବକଙ୍କ ଉପରେ ଛୁରୀ ଓ ହାତୁଡି ବ୍ୟବହାର କରି ୭ଥର ପ୍ରହାର କରିଥିଲେ | ପ୍ରହାରରେ ଯୁବକଙ୍କ ଛାତିରେ ଓ ବେକରେ ଗମ୍ଭୀର ଆଘାତ ଲାଗିଥିଲା | କିଛି ସମୟ ପରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା | ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଧରି ଲୋକେ ପୁଲିସକୁ ଦେଇଥିଲେ। ସୂଚନା ଅନୁସାରେ ମୃତକ ଦୀପେନ୍ଦ୍ର ସିକୋହପୁର ଗାଁରେ ତହସିଲ ବଡୋତରେ ରହୁଥିଲେ | ଦୀପେନ୍ଦ୍ରଙ୍କ ବିବାହ ୧୧ବର୍ଷ ପୂର୍ବରୁ ରେଖାଙ୍କ ସହିତ ହୋଇଥିଲା | ଦମ୍ପତିଙ୍କ ୬ବର୍ଷର ଛୋଟ ଛୁଆଟିଏ ଅଛି | ସ୍ତ୍ରୀ ପିଲା ସହିତ ଗାଁରେ ରହୁଥିଲେ | ଦୀପେନ୍ଦ୍ର ରାହୁଲ ଓ ସୋନିଆ ଚାହା ଦୋକାନ ଆଗରେ ଭଡାଘରେ ରହୁଥିଲା | ପୋଲିସ ଅନୁସାରେ, ସୋନିଆ ଓ ଦୀପେନ୍ଦ୍ର ୪-୫ ମାସ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କରେ ଥିଲେ | ସୋନିଆ ସହ ରାହୁଲଙ୍କ ବିବାହ ୨୦୧୪ରେ ହୋଇଥିଲା | ଦୁଇଜଣଙ୍କ ତିନୋଟି ପିଲା ଥିଲା | ବୁଧବାର ସକାଳ ସୋନିଆ ଦୀପେନ୍ଦ୍ରଙ୍କୁ କଲ କରି ଡାକିଥିଲେ | ସେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ମହିଳା ଓ ତାଙ୍କ ସ୍ୱାମୀ ଆକ୍ରମଣ କରିଥିଲେ | ଆକ୍ରମଣରେ ଦୀପେନ୍ଦ୍ରଙ୍କ ଛାତି ଓ ବେକରେ ଗମ୍ବିର ଆଘାତ ଲାଗିଥିଲା | ଅଧିକ ରକ୍ତ ବୋହିବା ଓ ଗମ୍ଭୀର ଆହତ ଯୋଗୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା | ପୋଲିସ ବର୍ତ୍ତମାନ ବ୍ଲାକମେଲିଙ୍ଗର ଅଭିଯୋଗ ଓ ହତ୍ୟା ପଛର ଉଦ୍ଦେଶ୍ୟ ସହ ଜଡ଼ିତ ସମସ୍ତ ଦିଗର ତଦନ୍ତ କରାଯାଉଛି।
