ଚାକିରୀ ଠକେଇ ଅଭିଯୋଗରେ Youtuber ଗିରଫ |
ତେଲେଙ୍ଗାନା ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କ ଠାରୁ ଅଭିଯୋଗ ମିଳିବା ପରେ ଲୋକପ୍ରିୟ You-tuber ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି | ଅଭିଯୁକ୍ତ ବିଦେଶ ଫରାର ହେବା ଆଶଙ୍କା କରି ପୂବରୁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା |

ଲଣ୍ଡନରେ ଚାକିରୀ ଦେବା ନାମରେ ଠକେଇ ମାମଲାରେ ତେଲେଙ୍ଗାନା ପୋଲିସର କାର୍ଯ୍ୟାନୁଷ୍ଠାନ ହୋଇଛି | ଏହି ଘଟଣାରେ ପୋଲିସ ସୋମବାର ସନ୍ଧ୍ୟାରେ ଲୋକପ୍ରିୟ Youtuber ' ନନ୍ଦୁସ୍ ୱଲଡ୍ 'ଙ୍କୁ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ କରିଥିଲା | ପୋଲିସ ତାଙ୍କ ବିରୁଦ୍ଧରେ ଲୁକଆଉଟ୍ ନୋଟିସ୍ ରୁଜୁ କରିବାର କିଛି ଘଣ୍ଟାପରେ ତାଙ୍କୁ ଧରି ନିଆଗଲା | ଟ୍ରାଭେଲ ,ଲାଇଫଷ୍ଟାଇଲ ଭିଡିଓ କରୁଥିବା ଏହି କଣ୍ଟେଣ୍ଟ କ୍ରିଏଟରକୁ ପୋଲିସ ସେତେବେଳେ ହେପାଜତକୁ ନେଇଥିଲା ଯେତେବେଳେ ସେ ଫ୍ଲାଇଟ୍ ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ | ପୋଲିସ ତଥ୍ୟରୁ ଜଣାପଡିଛି , ସେ ଏକ ଠକେଇର ସ୍କିମ ଚଳାଉଥିଲେ ଯେଉଁଥିରେ ଲଣ୍ଡନରେ ଚାକିରୀ ଏବଂ ସ୍ପନସରସିପ୍ ଦେବା ବାହାନାରେ ଲୋକଙ୍କ ଠାରୁ ଟଙ୍କା ନେଇ ଠକେଇ କରିଥିବାର ଅଭିଯୋଗ ଥିଲା | ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଦାଖଲ ହେବାପରେ ଏହି ଗିରଫଦାରି ହୋଇଛି | ଏହି ଅଭିଯୋଗଗୁଡିକ ଦର୍ଶାଇଛି ଯେ , ସେ ବିଦେଶରେ ଚାକିରୀ ଓ ସୁଯୋଗ ଦେବାର ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପୂରଣ କରିନଥିଲେ | ପିଡୀତ ମାନଙ୍କ ମଧ୍ୟରେ ଅଧିକାଂଶ ଯୁବ ପେସାଦାର ଓ ଛାତ୍ରଛାତ୍ରୀ ସାମିଲ ଅଛନ୍ତି | ଯାହାଦ୍ୱାରା ପୋଲିସ ନିଜର ତଦନ୍ତକୁ ତ୍ୱରିତ କରିଥିଲା | ପୋଲିସକୁ ସନ୍ଦେହ ଥିଲା ଯେ ସେ ଦେଶ ଛାଡି ପଳେଇବାକୁ ଚେଷ୍ଟା କରିପାରନ୍ତି | ତେଣୁ ପୂର୍ବରୁ ହିଁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା | ଏହି ଗିରଫଦାରି ଏହି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ,ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି | ପୋଲିସ କହିଛନ୍ତି ଯେ , ଅଭିଯୁକ୍ତକୁ ପଚରାଉଚରା ପାଇଁ ହେପାଜତରେ ରଖାଯାଇଛି ଏବଂ ତାଙ୍କୁ ଅଦାଲତ ହାଜର କରାଯିବ | ଅଧିକାରୀମାନେ ଏହା ମଧ୍ୟ ତଦନ୍ତ କରୁଛନ୍ତି ଯେ ଠକେଇ କାର୍ଯ୍ୟକଳାପରେ ତାଙ୍କର ଆଉ କୌଣସି ସହଯୋଗୀ ସାମିଲ ଥିଲେ କି ନାହିଁ | ସାଇବରବାଡ଼ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ପୀଡିତମାନଙ୍କୁ ସାମ୍ନାକୁ ଆସି ଅଭିଯୋଗ ଦାଖଲ କରିବାକୁ ଅପିଲ୍ କରିଛନ୍ତି |
