Baby Girl In Jail:ବାପା ଜନ୍ମଦିନରେ ଜେଲରେ ଝିଅ ଜନ୍ମ- ଗ୍ରହଣ କରୁନି ପରିବାର!
ରେଣୁ ଦେବୀଙ୍କ କହିବା କଥା, ସେ ସନ୍ତାନ ତାଙ୍କ ପୁଅର ନୁହେଁ। ବରଂ ସାହିଲ ଶୁକ୍ଳାର। ଏହାର ସତ୍ୟତା ଲାଗି ପରିବାର ଲୋକେ ଡିଏନଏ ଟେଷ୍ଟ ବି କରାଇବେନି। ଯେତେ ଜଲଦି ଉଭୟ ମୁସ୍କାନ ଓ ସାହିଲକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଏଭଳି ଅପରାଧୀଙ୍କୁ ସମାଜରେ ରହିବାର କୌଣସି ଅଧିକାର ନାହିଁ। ତେବେ ସୌରଭର ବଡ଼ ଝିଅ ପିହୁକୁ ନେଇ ଅଲଗା କଥା କହିଛନ୍ତି ରେଣୁ ଦେବୀ।

ମିରଟରେ ନୀଳଡ୍ରମ ହତ୍ୟାକାଣ୍ଡ ମାମଲାରେ ମୁସ୍କାନ ଓ ସାହିଲକୁ ମିଳିଛି ଫାଶୀଦଣ୍ଡ। ଏବେ ସବୁଠି ଚର୍ଚ୍ଚା। କଅଣ ହେବ ମୁସ୍କାନର କୋମଳମତି ଝିଅଟିର ଭବିଷ୍ୟତ। ସ୍ୱାମୀ ସୌରଭ ରାଜପୁତ ହତ୍ୟାକାଣ୍ଡରେ ମୁସ୍କାନ ରସ୍ତୋଗି ଓ ତା ପ୍ରେମିର ସାହିଲ ଶୁକ୍ଳାକୁ ବୁଧବାର ଜିଲ୍ଲା ଜଜ୍ ଫାଶୀର ସଜ୍ଜା ଦେଇଛନ୍ତି। ଜେଲରେ ବନ୍ଦୀ ଥିଲା ବେଳେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମୁସ୍କାନ। ଏବେ ସେହି ଶିଶୁଟିକୁ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଛନ୍ତି ସୌରଭଙ୍କ ପରିବାର। ସୌରଭଙ୍କ ମାଆ ରେଣୁ ଦେବୀ ଝିଅଟିକୁ ଆପଣାଇବାକୁ ମନା କରିଦେଇଛନ୍ତି। ରେଣୁ ଦେବୀଙ୍କ କହିବା କଥା, ସେ ସନ୍ତାନ ତାଙ୍କ ପୁଅର ନୁହେଁ। ବରଂ ସାହିଲ ଶୁକ୍ଳାର। ଏହାର ସତ୍ୟତା ଲାଗି ପରିବାର ଲୋକେ ଡିଏନଏ ଟେଷ୍ଟ ବି କରାଇବେନି। ଯେତେ ଜଲଦି ଉଭୟ ମୁସ୍କାନ ଓ ସାହିଲକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଏଭଳି ଅପରାଧୀଙ୍କୁ ସମାଜରେ ରହିବାର କୌଣସି ଅଧିକାର ନାହିଁ। ତେବେ ସୌରଭର ବଡ଼ ଝିଅ ପିହୁକୁ ନେଇ ଅଲଗା କଥା କହିଛନ୍ତି ରେଣୁ ଦେବୀ। ଯଦି ପିହୁଙ୍କ ଅଜା ଆଈ କୌଣସି ଆଇନଗତ ପ୍ରକ୍ରିୟା ବିନା ତାକୁ ଦେବାକୁ ଚାହୁଁଛନ୍ତି, ତାହେଲେ ତାକୁ ସାଙ୍ଗରେ ରଖିବାରେ କୌଣସି ଆପତ୍ତି ନାହିଁ। ମୁସ୍କାନ ନିଜର ଦ୍ୱିତୀୟ ଝିଅକୁ ନଭେମ୍ୱର ୨୪ରେ ଜନ୍ମ ଦେଇଥିଲେ। ଆଉ ନଭେମ୍ୱର ୨୪ ହେଉଛି ବି ସୌରଭଙ୍କ ଜନ୍ମଦିନ। ସୌରଭଙ୍କ ଜନ୍ମଦିନରେ ଝିଅ ଜନ୍ମ ହୋଇଥିଲା। ପୁଲିସ ଯେବେ ମୁସ୍କାନକୁ ତା ପ୍ରେମିକ ସାହିଲ ସହ ଗିରଫ କରିଥିଲା,ସେତେବେଳେ ମୁସ୍କାନ ଦେଢ଼ ମାସର ଗର୍ଭବତୀ ଥିଲେ। ଆଉ ହସ୍ପିଟାଲରେ ନର୍ମାଲ ଡେଲିଭରି କରିଥିଲେ ମୁସ୍କାନ। ସେତେବେଳେ ସୌରଭର ବଡ଼ ଭାଇ ରାହୁଲ କହିଥିଲେ, ପିଲାଟିର ଡିଏନଟ ଟେଷ୍ଟ କରାଇବୁ। ଯଦି ପିଲା ତାଙ୍କ ଭାଇର ହୋଇଥିବ, ସେମାନେ ଆପଣାଇବେ। ପିଲାଙ୍କ ଦାୟିତ୍ୱ ନେବାକୁ ସେ ପଛାଇବେନି। ଅକ୍ଟୋବର ୧୪ରେ ମିରଟ ଅଦାଲତ ମୁସ୍କାନ ରସ୍ତୋଗୀ ଓ ସାହିଲ ଶୁକ୍ଳାଙ୍କୁ ସୌରଭ ରାଜପୁତ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହା ପରେ ୧୦ ମାସର ଶିଶୁ ରାଧାର ଭବିଷ୍ୟତକୁ ନେଇ ଚର୍ଚ୍ଚା ବଢ଼ିଛି। ଏବେ ରାଧା ତାଙ୍କ ମାଆ ମୁସ୍କାନଙ୍କ ସହ ମିରଟ ଜିଲ୍ଲା ଜେଲ୍ରେ ରହୁଛି। ଜେଲ୍ ନିୟମ ଅନୁସାରେ, ମହିଳା କଏଦୀଙ୍କ ଛଅ ବର୍ଷରୁ କମ୍ ବୟସର ପିଲା ମାଆଙ୍କ ସହ ଜେଲ୍ରେ ରହିପାରିବ। ମୁସ୍କାନ ଓ ସାହିଲଙ୍କ ପାଖରେ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ଆବେଦନ କରିବା ସହ କ୍ଷମା ଆବେଦନର ବିକଳ୍ପ ରହିଛି। ମୃତ୍ୟୁଦଣ୍ଡ ଶୁଣାଣି ହେବା ମାତ୍ରେ ତାହା ତୁରନ୍ତ କାର୍ଯ୍ୟକାରୀ ହୁଏ ନାହିଁ। ଶିଶୁର ଭବିଷ୍ୟତ ବିଷୟରେ ଆଗକୁ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। କାରଣ ତା ପରିବାର ଏବେ ୟୁ-ଟର୍ଣ୍ଣ ନେଇସାରିଛନ୍ତି।
