ଆଜାଦନଗର ବୋମା ବିସ୍ଫୋରଣ: ଉତ୍ତରପ୍ରଦେଶରୁ ଅଭିଯୁକ୍ତକୁ ଆଣିଲା NIA
ବୋମା ବିସ୍ଫୋରଣ ମାମଲାରେ NIAର ଛାନଭିନ। ବିସ୍ଫୋରକ ସପ୍ଲାଏ ପଛର ରହସ୍ୟ ଖୋଜୁଛି NIA। ଘଟଣାରେ ଆଉ ଜଣେ ଗିରଫ ।

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦନଗର ବୋମା ବିସ୍ଫୋରଣ ଘଟଣା। ୟୁପିରୁ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟଙ୍କୁ ଗିରଫ କଲା NIA । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଯୁବକଙ୍କୁ ଅଟକ ରଖି ଜେରା କରୁଛି ଟିମ୍ । ପୂର୍ବରୁ ଆଜାଦନଗରରେ ପହଁଚି ସର୍ଜମିନ ଯାଞ୍ଚ କରିଥିଲା ଏନଆଇଏ ଟିମ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ । ସମ୍ପର୍କିତ ତଦନ୍ତ କରୁଛି NIA । ସୂଚନା ଅନୁଯାୟୀ, ୨୦୨୬ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ବିସ୍ଫୋରଣ । ଏକ ଭଡ଼ାଘର ଛାତ ଉପରେ ବୋମା ତିଆରି କଲାବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଏବଂ ମାଆ ଲିଜାତୁନ୍ ବିବିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ଘଟିଥିଲା । ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ପୁରା ତଦନ୍ତ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି NIA। ତଦନ୍ତ ବେଳେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରଖିଛି NIA ଟିମ୍ ।
