Asian Games 2026 Gold:ଗୋଲ୍ଡ ମେଡ଼ାଲ ଲକ୍ଷ ଭେଦିଲେ ଭାରତୀୟ ଏୟାର ପିସ୍ତଲ ଶୁଟର୍
ଏସିଆନ୍ ଗେମ୍ସ ୨୦୨୬ରେ ପୁଣି ଥରେ ଭାରତୀୟଙ୍କ ଜଲୱା ! ଶୁଟରଙ୍କ ଏୟାର ପିସ୍ତଲ ନିଶାନାରେ ଭାରତ ପାଇଁ ଗୋଲ୍ଡ | ବ୍ୟକ୍ତିଗତ ଇଭେଣ୍ଟର ନିରାଶାକୁ ପଛରେ ପକାଇ, ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ରେ ନୂଆ ଏସୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଲା ସୁରୁଚି ସିଂହ ଓ କମଲଜିତ୍ଙ୍କ ପାୱାର ପ୍ୟାକ୍ ଯୋଡ଼ି। ସେହିପରି ପୁରୁଷ ୫୦ ମିଟର ରାଇଫଲ୍ ୩-ପୋଜିସନ୍ ଟିମ୍ ହାତେଇଛି ରୂପା ପଦକ |
ନାଗୋୟା (ଜାପାନ):ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଶୁଟରମାନେ ୨୫ ସେପ୍ଟେମ୍ବର, ଶୁକ୍ରବାର ଦିନ ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଦୁଇଟି ପଦକ ଜିତିଛନ୍ତି |
୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ନୂଆ ଏସୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ନିଜ କବଜାକୁ ନେଇଛନ୍ତି, ସୁରୁଚି ସିଂହ ଏବଂ କମଲଜିତ୍ଙ୍କ ପାୱାର ପ୍ୟାକ ଯୋଡ଼ି | ବ୍ୟକ୍ତିଗତ ମୁକାବିଲାର ନିରାଶାକୁ ପଛରେ ପକାଇ ମିକ୍ସଡ୍ ଇଭେଣ୍ଟ ଫାଇନାଲ୍ରେ, ଭାରତର ଏଇ ଜବରଦସ୍ତ ଯୋଡି ୪୮୪.୬ ପଏଣ୍ଟ ସ୍କୋର ହାସଲ କରିଥିଲେ | ପୁରା ୬.୬ ପଏଣ୍ଟରେ ଦକ୍ଷିଣ କୋରିଆ (୪୭୮.୦)କୁ ଧୋବୀ ପଛାଡ୍ ଦେଇ ଶୀର୍ଷ ସ୍ଥାନରେ ନିଜ ଦବଦବା ଜାହିରକରିଥିଲା ଭାରତ | ତେବେ,ଇରାନ(୪୧୫.୮) ଝୋଲିରେ ବ୍ରୋଞ୍ଜ।
ଅନ୍ୟପଟେ, ଶୁଟିଂ ରେଞ୍ଜରେ ଭାରତ ପାଇଁ ଆଉଗୋଟିଏ ଖୁସିଖବର | ପୁରୁଷ ୫୦ ମିଟର ରାଇଫଲ୍ ୩-ପୋଜିସନ୍ (୩ପି) ଟିମ୍ ପ୍ରତିଯୋଗିତାରେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ରୁଦ୍ରାଂକ୍ଷ ପାଟିଲ ଓ ନୀରଜ କୁମାରଙ୍କ ତ୍ରିଶକ୍ତି ଟିମ୍ ୧୭୬୨ ପଏଣ୍ଟ ହାସିଲ କରି ଦେଶପାଇଁ ଆଣିଛନ୍ତି ରୌପ୍ୟ ପଦକ । ଏହି ଇଭେଣ୍ଟରେ ଚୀନ୍ (୧୭୬୬) କୁ ସ୍ୱର୍ଣ୍ଣ ଓ କୋରିଆ କୁ ବ୍ରୋଞ୍ଜ ପଦକ ରେ ସନ୍ତୁଷ୍ଟି କରିବାକୁ ପଡିଥିଲା। ବ୍ୟକ୍ତିଗତ ବର୍ଗରେ ଐଶ୍ୱର୍ଯ୍ୟ (୫୮୯ ) ଓ ନୀରଜ (୫୮୮) ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଫାଇନାଲ୍ରେ ନିଜ ଜାଗା ବନେଇବାରେ ସଫଳ ହେଇଛନ୍ତି |
